ହେଡଲାଇନସ୍:

ଯାଜପୁର: ପ୍ରସିଦ୍ଧ କାଳୀପୂଜାର ଭସାଣୀ ନଭେମ୍ୱର ୧୩ ଓ ୧୪ ରେ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର(JAYASHANKAR DASH) : ଯାଜପୁରର ପ୍ରସିଦ୍ଧ ଲକ୍ଷ୍ମୀ ନାରାୟଣ ପୂଜା ନଭେମ୍ୱର ୬ କାଳୀପୂଜା ୭ ତାରିଖରେ ଓ ଭସାଣୀ ନଭେମ୍ୱର ୧୩ ଓ ୧୪ ତାରିଖରେ ହେବ ବୋଲି ନିଷ୍ପତ୍ତି ନିଆଯାଇଚ୍ଥି । ତେଣୁ ଏହାକୁ ଶୃଙ୍ଖଳିତ ଓ ସଦ୍ଭାବନାର ସହ ପାଳନ ନିମିତ୍ତ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁରୋଧ କରିଚ୍ଥନ୍ତି । ମଙ୍ଗଳବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀଗୃହରେ ଯାଜପୁରର ଗଣପର୍ବ ଭାବେ ପରିଚିତ କାଳୀପୂଜା ଓ ଭସାଣୀ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ବିଗତ ବର୍ଷର ପୂଜା, ଭସାଣୀ ବିଶାଳ ମହୋତ୍ସବ ଚଳିତ ବର୍ଷର ଗଣେଷ ପୂଜା, ଦଶହରା ପୂଜା ଏବଂ ଭସାଣୀକୁ ଅତ୍ୟନ୍ତ ଶୃଙ୍ଖଳାର ସହ ସଂପନ୍ନ କରିଥିବାରୁ ଜିଲ୍ଲାପାଳ ସମସ୍ତ ପୂଜା କମିଟି ଓ ଯାଜପୁରବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ଚଳିତ ବର୍ଷ ଜିଲ୍ଲାକୁ ରାଜ୍ୟ ସ୍ତରୀୟ ଯୁବ ଉତ୍ସବ ପାଳନ ନିମିତ୍ତ ସୁଯୋଗ ମିଳିଥିବାରୁ କାଳୀପୂଜା ଭସାଣୀ ପରେ ଏହା କରାଯିବ ଓ ନଭେମ୍ୱର ୧୯ ରୁ ଜିଲ୍ଲା ମହୋତ୍ସବ ଆୟୋଜନ ଥିବାରୁ ଏଥିପ୍ରତି ପ୍ରତ୍ୟେକ ସହଯୋଗ ମନୋଭାବ ନେଇ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ।

ଭସାଣୀରେ ବିଗତ ବର୍ଷ ଭଳି ଡିଜେ ମୁକ୍ତ ଓ ନିଶା ମୁକ୍ତ ଶାନ୍ତିପୂର୍ଣ୍ଣ ଭସାଣୀ ପାଇଁ ଶ୍ରୀ ଦାସ ଅନୁରୋଧ କରିଥିଲେ । ଯାଜପୁରର ପୂଜା ଓ ଭସାଣୀ ଶାନ୍ତିପୂର୍ଣ୍ଣ ଭାବେ ଅତୀତରେ ସଂପନ୍ନ ହୋଇ ଓଡିଶାରେ ସୁନାମ ଅର୍ଜନ କରିଚ୍ଥି । ଏହାର ପୁନରାବୃତ୍ତି ଚଳିତ ପୂଜାରେ ଘଟିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ । ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଜନସାଧାରଣ, ପୂଜା କମିଟିର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ ଓ ଆଇନ ଶୃଙ୍ଖଳା ପ୍ରତି ଊତ୍ତରଦାୟୀ ରହିବାକୁ ପ୍ରତ୍ୟେକଙ୍କୁ ଅନୁରୋଧ କରିଥିଲେ । ପ୍ରତ୍ୟେକ ପୂଜା କମିଟି ସାମ୍ଭାବ୍ୟ ଅଟ୍ନିକାଣ୍ଡର ମୁକାବିଲା ପାଇଁ ବାଲି ଓ ପାଣିର ବ୍ୟବସ୍ଥା କରିବା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳିଳ ନୃତ୍ୟ ସଂଗୀତ ପ୍ରଦର୍ଶନ ନ କରିବା, ଶବ୍ଦ ପ୍ରଦୂଷଣ ନ କରିବା ସହ ଅବକାରୀ ବିଭାଗ ପକ୍ଷରୁ ପ୍ରତ୍ୟେକ ସନ୍ଦିଗ୍ଧ ସ୍ଥାନ, ଚ୍ଥକ, ଦୋକାନ ଇତ୍ୟାଦିରେ ନିରନ୍ତର ଭାବେ ଧରପଗଡ କରିବା ଓ ବ୍ରେଥ ଆନାଲାଇଜର ମାଧ୍ୟମରେ ମଦୁଆଙ୍କୁ ଧରିବାକୁ ନିଷ୍ପତ୍ତି ନିଆଗଲା । ପ୍ରତ୍ୟେକ ପୂଜା କମିଟି ଅଧିକ ଶବ୍ଦରେ ମାଇକ ନ ବଜାଇବା, ଭସାଣିରେ ସର୍ବାଧିକ ୬ ଟି ସାଊଣ୍ଡ ବକ୍ସ ବ୍ୟବହାର କରିବା. ପୂଜା ଏବଂ ଭସାଣିରେ ପ୍ରତ୍ୟେକ ପୂଜା କମିଟିର ବରିଷ୍ଠ ସଦସ୍ୟ ମାନେ ଊପସ୍ଥିତ ରହିବା, ଶାନ୍ତି କମିଟି ସଦସ୍ୟ ମାନେ ଏକାଧିକବାର ବୈଠକ କରି ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ସ୍ଥିର ହେଲା । ପୂଜା ଓ ଭସାଣି ପାଇଁ ଊପଯୁକ୍ତ ଟ୍ରାପିଂକ ବ୍ୟବସ୍ଥା, ପାନୀୟ ଜଳ, ରାସ୍ତା ମରାମତି, ନିରବଚ୍ଚ୍ଥିନ୍ନ ବିଦ୍ୟୁତ ଯୋଗାଣ, ଯେଊଁଠାରେ ଇଲେକ୍ଟ୍ରିକ୍ ପୋଲ୍ ଦୁର୍ବଳ ବା ତାର ଝୁଲି ରହିଚ୍ଥି ତାହାର ତୁରନ୍ତ ମରାମତି, ଅଧିକ ଟ୍ରାନ୍ସପଂର୍ମର ବ୍ୟବସ୍ଥା, କଣ୍ଟୋଲ ରୁମ୍ ବ୍ୟବସ୍ଥା, ଖାଦ୍ୟର ମାନ ପରୀକ୍ଷା, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ଇତ୍ୟାଦିର ବ୍ୟବସ୍ଥା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତ୍ୟେକ ପୂଜା ମଣ୍ଡପକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କରିବେ ବୋଲି ସୂଚନା ଦେଇଥିଲେ । ବିଗତ ବର୍ଷ ଭଳି ବିସର୍ଜନ ପାଇଁ ଦେବୀଗଡା ଠାରେ ନଦୀ ବାଲିରେ ଏକ ଗର୍ଭ ଖୋଳାଯାଇ ମୂର୍ତ୍ତି ବିସର୍ଜନ କରାଯିବ ।

ପ୍ରାରମ୍ଭରେ ଯାଜପୁର ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷର ବିବରଣୀ ପଠନ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ସହକାରୀ ଜିଲ୍ଲାପାଳ ଊମେଶ ଚନ୍ଦ୍ର ଲେଙ୍କା, ତହସିଲଦାର ସୁନିଲ କୁମାର ମେହେର ପ୍ରମୁଖ ଊପସ୍ଥିତ ଥିଲେ । ପୂର୍ବତନ ପୈାରାଧ୍ୟକ୍ଷ ଭବପ୍ରସାଦ ଦାସ, ପୋଲିସ ଏସ୍.ଡି.ପି.ଓ. ପ୍ରଶାନ୍ତ ମଲ, ବସ୍ ମାଲିକ ସଂଘ ସଂପାଦକ ବିଜୟ ମହାନ୍ତି, ବିଭିନ୍ନ ପୂଜା କମିଟିର ସଦସ୍ୟ, ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault