ହେଡଲାଇନସ୍:

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ଠାରେ ୭୫ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ଉପସ୍ଥିତ ଜନତା ଙ୍କୁ ଉଦବୋଧନ ଦେଇଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ଅମାତ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସର ରେ ପ୍ରାକୃତିକ ସୋନ୍ଦର୍ଯ୍ୟ ରେ ପରିପୂର୍ଣ ସୁନ୍ଦରଗଡ଼ ଜିଲ୍ଲା ର ସମସ୍ତ ଶାନ୍ତ, ସରଳ ଓ ସ୍ଵାଭିମାନୀ ଭାଇ ଭଉଣୀ ମାନଙ୍କୁ ଆନ୍ତରିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ। ସମ୍ବିଧାନ ରେ ଭାରତ କୁ ଏକ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ଗ୍ରହଣ କରିବା ସହ ପ୍ରତ୍ୟେକ ନାଗରିକ ଙ୍କୁ ସାମାଜିକ , ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ର ରେ ସମାନ ସମ୍ମାନ ଓ ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ବୈଷମ୍ୟ ମୁକ୍ତ ସମାଜ ପ୍ରତିଷ୍ଠା କରିବା ସମ୍ବିଧାନ ର ମୂଳ ଲକ୍ଷ୍ୟ। ଭାରତୀୟ ସମ୍ବିଧାନ ସଂଗ୍ରାମ ରେ ଓଡ଼ିଶା ସର୍ବୋପରି ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ଅତଳନୀୟ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅମାତ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଏହି ବୀର ମାଟିର ସଂଗ୍ରାମୀ ଜଗନ୍ ତନ୍ତୀ, ବଳଭଦ୍ର ତନ୍ତୀ ଏବଂ ଦ୍ବାରିକା ନାଥ କୁସୁମ ପ୍ରମୁଖ ଦେଶର ସ୍ଵାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେହିପରି
ଗଡଜାତ ଆନ୍ଦୋଳନ ରେ ଯୋଗ ଦେଇ ଧନଞ୍ଜୟ ମହାନ୍ତି, ଶଶି ଭୂଷଣ ପାଣିଗ୍ରାହୀ, ଚିରଞ୍ଜିଲାଲ ଶର୍ମା,
ଫତେ ଚାନ୍ଦ, ଗଙ୍ଗା ସିଂ ପ୍ରମୁଖ ସଂଗ୍ରାମୀ ଦେଶର ସ୍ଵାଧୀନତା ସଂଗ୍ରାମ କୁ ବ୍ୟାପକ କରିଥିଲେ। ବୀର ସୁରେନ୍ଦ୍ର ସାଏ ଏବଂ ବିର୍ସା ମୁଣ୍ଡା ଙ୍କ ପ୍ରତି ଜିଲ୍ଲା ବାସୀ ଙ୍କ ସହଯୋଗ ଓ ସମର୍ଥନ ଇତିହାସ ପୃଷ୍ଠା ରେ ସ୍ୱର୍ଣୀମ ଅକ୍ଷର ରେ ଲିପିବଦ୍ଧ।
ଭାରତ ର ବିକାଶ ଜୟଯାତ୍ରା ରେ ଏକ ଅଗ୍ରଣୀ ଅଂଶୀଦାର ଭାବେ ଓଡ଼ିଶା ସଗର୍ବେ ଅଗ୍ରସର ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ଵ ଏବଂ ୫ ଟି ଶାସନ ପଦ୍ଧତି ରେ ଓଡ଼ିଶା ସରକାର ଏକ ସଶକ୍ତ ନବୀନ ଓଡ଼ିଶା ଗଠନ ପାଇଁ
ସଂକଳ୍ପବଦ୍ଧ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ବାସ୍ଥ୍ୟ କ୍ଷେତ୍ର ରେ ଏକ ମାଇଲ ଖୁଣ୍ଟ, ସ୍ବାସ୍ଥ୍ୟ ସଙ୍କଟ ସମୟ ରେ ଦେୟ ମୁକ୍ତ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରି ରାଜ୍ୟ ବାସୀ ମାନଙ୍କ ପାଇଁ ଏହା ଏକ ସଂଜୀବନୀ ସାଜିଛି। ରାଜ୍ୟ ସରକାର ଙ୍କ ମିଶନ ଶକ୍ତି ଏକ ଆନ୍ଦୋଳନ ରେ ପରିଣତ ହୋଇଛି। ରାଜ୍ୟ ର ୭୦ ଲକ୍ଷ ରୁ ଉର୍ଦ୍ଧ ମହିଳା ଏହା ମାଧ୍ୟମ ରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ରେ ସଶକ୍ତ ହୋଇଛନ୍ତି । ବର୍ତମାନ ର ପ୍ରଗତିଶୀଳ ଏବଂ ଉତ୍ତରଦାୟୀ ଶାସନ ବ୍ୟବସ୍ଥା ପ୍ରାକୃତିକ ସଂପଦ ରେ ପରିପୂର୍ଣ୍ଣ ଓଡ଼ିଶା ର ଅଜସ୍ର ସମ୍ଭାବନା କୁ ବାସ୍ତବତା ରେ ପରିଣତ କରି ବିକାଶ ର ଜୟଯାତ୍ରା କୁ ଅବ୍ୟାହତ ରଖିଛି। ସମସ୍ତ ରାଜ୍ୟବାସୀ ତଥା
ସୁନ୍ଦରଗଡ଼ବାସୀ ଭାବେ ଗର୍ବ ଅନୁଭବ କରି ସୁନ୍ଦରଗଡ଼ କୁ ଓଡ଼ିଶା ର ସର୍ବ ଶ୍ରେଷ୍ଠ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ସଂକଳ୍ପବଦ୍ଧ ହୋଇ କଠିନ ପରିଶ୍ରମ କରିବାକୁ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅମାତ ଆହ୍ବାନ ଦେଇଥିଲେ। ପରେ ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ୟାରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଉପଲକ୍ଷେ ଛାତ୍ର ଛାତ୍ର ମାନଂକ ମଧ୍ୟରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଜଙ୍ଗଲ ସୁରକ୍ଷା ଏବଂ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ପାଞ୍ଚ ଜଣଙ୍କୁ ସୁନ୍ଦରଗଡ଼ ବନଖଣ୍ଡ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ କୁ ଡ଼ା . ଅନନ୍ତ ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲାପାଳ ଡ଼ା.
ପରାଗ ଗଭାଲି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ ଏବଂ ସମସ୍ତ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।

ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆଜି ପ୍ରାତଃ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୁନ ପରିବେଷଣ କରାଯାଇଥିଲା ଏବଂ ସହର ମଧ୍ୟରେ ଅବସ୍ଥିତ ସମସ୍ତ ବରପୁତ୍ର ମାନଂକ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସେହିଭଳି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତଫେରି କରାଯାଇଥିଲା ।
ସେହିଭଳି ମଧ୍ୟାହ୍ନ ରେ ସ୍ଥାନୀୟ ଜିଲ୍ଲା କ୍ରୀଡ଼ା ସଂସଦ ଷ୍ଟାଡିୟମ୍ ଠାରେ ଜିଲ୍ଲା ବାର ଆସସିଏସନ, ଜିଲ୍ଲା ପ୍ରେସ କ୍ଲବ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।

0
0
0
s2sdefault