ହେଡଲାଇନସ୍:

ଆନନ୍ଦ ଉଲ୍ଲାସର ସହିତ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ 75 ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହିତ 75 ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ 75 ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ ଧର୍ମରଞ୍ଜନ ପଣ୍ଡା ପତାକା ଉତ୍ତୋଳନ କରିଥିଲା ବେଳେ ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ବିପ୍ଳବ କାପ,ଏବିଡ଼ିଓ ଅଶୋକ ମହାନ୍ତି , ସହକାରୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର,ସିଡିପିଓ ସତ୍ୟଭାମା ବିଶୋଇ, ଜୋନ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଯୁବନେତା ମନୋଜ ସେଠି, ପ୍ରମୋଦ ସ୍ୱାଇଁ ଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବ୍ଲକ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଦେଶକୁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସେହିପରି ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ଦିଲ୍ଲୀପ କୁମାର ନାୟକ ପତାକା ଉତ୍ତୋଳନ କରିଥିଲା ବେଳେ ଅତିରିକ୍ତ ତହସିଲଦାର ଅଭୟ କୁମାର ପ୍ରତିହାରୀ, ମୁଖ୍ୟ ଉପବିଭାଗ ଅଧିକାରୀ ସୁନାକର ସେଠି, ବରିଷ୍ଟ କିରାଣୀ ରମାକାନ୍ତ ସାହୁ, ଅମ୍ବୁଜ କୁମାର ଜେନା, ଶାରଦା ପ୍ରସନ୍ନ ନାୟକଙ୍କ ସମେତ ତହସିଲ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଦେଶକୁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସେହିପରି ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁଖ୍ୟ ଚିକିତ୍ସାଅଧିକାରୀ ଅମିତ କୁମାର ଜେନା ପତାକା ଉତ୍ତୋଳନ କରିଥିଲା ବେଳେ ସମସ୍ତ କର୍ମଚାରୀ, ଆଶା କର୍ମୀ , ନର୍ସମାନେ ଉପସ୍ଥିତ ରହି ଦେଶକୁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସେହିପରି ଭାବେ ବୁହାଳୋ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ରମାକାନ୍ତ ମହାନ୍ତି ପତାକା ଉତ୍ତୋଳନ କରିଥିଲା ବେଳେ ପିଇଓ ନାରାୟଣ ସିଂ, ଜିଆରଏସ ରଞ୍ଜନ କୁମାର ପଣ୍ଡା , ପୂର୍ବତନ ସରପଞ୍ଚ ମାୟାଧର ପରିଡା ଙ୍କ ସମେତ ସମସ୍ତ ୱାର୍ଡମେମ୍ବର, ଗ୍ରାମବାସୀ ଯୋଗଦାନ କରିଥିଲେ l ସେହିପରି ଦାଉଦପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବରିଷ୍ଟ ମୁରବି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ ଶେଖର ମହାନ୍ତି ପତାକା ଉତ୍ତୋଳନ କରିଥିଲା ବେଳେ ସରପଞ୍ଚ ଲଳିତେନ୍ଦୁ ବିଶୋଇ, ସମିତିସଭ୍ୟ ଆଶିଷ ମହାନ୍ତି,ସମାଜସେବୀ ହେମନ୍ତ ମହାନ୍ତି, ଯୁବନେତା ଗୌରାଙ୍ଗ ସ୍ୱାଇଁ ଙ୍କ ସମେତ ସମସ୍ତ ୱାର୍ଡମେମ୍ବର, ଏସଏଚଜି ମହିଳା, ଗ୍ରାମବାସୀ ମାନେ ଉପସ୍ଥିତ ରହି ଦେଶକୁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସେହିପରି ଭାବେ ମଣିଜଙ୍ଗ ପଞ୍ଚାୟତ ରେ ସରପଞ୍ଚ ଶାରଦା ପ୍ରସାଦ ମହାନ୍ତି ପତାକା ଉତ୍ତୋଳନ କରିଥିଲା ବେଳେ ରଞ୍ଜନ କୁମାର ନାୟକ, ଗଣେଶ୍ୱର ସାହୁ, ଧିରେନ୍ଦ୍ର ନାୟକ, ସରୋଜ କୁମାର ସାହୁ,ଅଭିମନ୍ୟୁ ନାୟକ, ୱାର୍ଡ ମେମ୍ବର, ଏସଏଚଜି ମହିଳା ଙ୍କ ସମେତ ସମସ୍ତ କର୍ମୀମାନେ ଉପସ୍ଥିତ ରହିଥିଲେ l ସେହିପରି ଉତ୍ତରକୂଳ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟଳୟ ରେ ରାଜସ୍ୱ ନିରୀକ୍ଷକ ପ୍ରଭାତ ରଞ୍ଜନ ବେହେରା ପତାକା ଉତ୍ତୋଳନ କରିଥିଲା ବେଳେ ଅମିନ କୃଷ୍ଣଚନ୍ଦ୍ର ଦାସ,ଯୁବନେତା ଦୁର୍ଗାପ୍ରସାଦ ଦାସ , ସଂଗ୍ରାମ ସାହାଣୀ, ଅଜୟ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ସେହିପରି ବାବୁଜଙ୍ଗ ଗ୍ରାମ ପଞ୍ଚାୟତରେ ମିଲନ ଭୂୟାଁ, ମହମ୍ମଦପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରତିଭା ବେହେରା, ନରେନ୍ଦ୍ରପୁର ପଞ୍ଚାୟତରେ ନମିତା ରାୟ,ନଗସପୁର ପଞ୍ଚାୟତରେ ପୁଷ୍ପଲତା ମଲିକ,ଝାଡ଼େଶ୍ୱରପୁର ପଞ୍ଚାୟତରେ ଅନିଲ ଦଳାଇ, ଜମରା ପଞ୍ଚାୟତରେ ବନ୍ଦନା ମୟୀ ତ୍ରିପାଠୀ, କେରିଲୋ ପଞ୍ଚାୟତରେ ଶୁଭ୍ରା ମହାନ୍ତି, ଓରତି ପଞ୍ଚାୟତରେ ଜିଲ୍ଲା ପରିଷଦ ଭୁପତି ଭୁଷଣ ଷଣ୍ଢ, ତରତଶାସନ ପଞ୍ଚାୟତରେ ସରପଞ୍ଚ ମିନତୀ ସ୍ୱାଇଁ , ଅସୁରେଶ୍ୱର ପଞ୍ଚାୟତରେ ସରପଞ୍ଚ ଗୌତମୀ ଦାସ,କଟିକଟା ପଞ୍ଚାୟତରେ ଚିତ୍ତରଞ୍ଜନ ମଲିକ,ସୁକରପଡା ପଞ୍ଚାୟତରେ ମନୋଜ ମଲିକ, କେଣ୍ଟାଳ ପଞ୍ଚାୟତରେ ସରପଞ୍ଚ ତୃପ୍ତିମୟୀ ନାୟକ, ଜିଗ୍ନୀପୁର ପଞ୍ଚାୟତରେ ସରପଞ୍ଚ ତିଳୋତ୍ତମା ରାଉତ,ନତକାଇ ପଞ୍ଚାୟତରେ ସରପଞ୍ଚ ଜୟଦେବ ରାଉତ ଙ୍କ ସମେତ ସମସ୍ତ ପଞ୍ଚାୟତର ସମିତିସଭ୍ୟ ସଭ୍ୟା, ସଭ୍ୟ, ୱାର୍ଡ ମେମ୍ବର, ଗ୍ରାମବାସୀଙ୍କ ଉପସ୍ଥିତି ରହିଥିଲେ l ସେହିପରି ଭାବେ ବ୍ଲକ ବିଇଓ ଅଫିସରେ ଲକ୍ଷେହୀରା ଲାବଣ୍ୟବତୀ ବେହେରା ପତାକା ଉତ୍ତୋଳନ କରିଥିଲା ବେଳେ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l ସେହିପରି ଭାବେ ସମସ୍ତ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଷ୍ଠାନ  ଏବଂ ସରକାରୀ ବେସରକାରୀ କାର୍ଯ୍ୟାଳୟ ପରିସରରେ ଆନନ୍ଦ ଉଲ୍ଲାସର ସହିତ ପତାକା ଉତ୍ତୋଳନ ସହିତ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l

0
0
0
s2sdefault