ଭଞ୍ଜନଗରରୁ { ଉଦୟନାଥ ପଣ୍ଡା}: ଗଞ୍ଜାମ ଜିଲ୍ଲା ଉପଖଣ୍ଡ ସଦରମହକୁମା ଭଞ୍ଜନଗର ଠାରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମରେ ଆଜି ଶୁକ୍ରବାର ଜାନୁଆରୀ ୨୬ ତାରିଖ ରେ ପ୍ରତିବର୍ଷ ଭଳି ଏବର୍ଷ ମହାଆଡମ୍ବରରେ ପାଳିତ ହୋଇଛି ଦେଶର ୭୫ ତମ ସାଧାରଣତନ୍ତ୍ର ଦିବସ ଉତ୍ସବ। ଏହି ମହାନ୍ ସାଧାରଣତନ୍ତ୍ର ଦିବସ ଉତ୍ସବ ରେ ଉକ୍ତ ଷ୍ଟାଡିୟମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ପ୍ୟାରେଡ୍ ସହିତ ଚିତ୍ତାକର୍ଷକ ଦେଶଭକ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି।
୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖରେ ଗଠିତ ଭାରତ ଭୂଖଣ୍ଡର ପବିତ୍ର ସମ୍ବିଧାନ କୁ ପ୍ରତ୍ୟେକ ଭାରତୀୟଙ୍କ ସ୍ଵପ୍ନ ଓ ସଂକଳ୍ପର ଦସ୍ତାବିଜ କୁ ସମ୍ନାନ ଜଣାଇ ଆମେ ପ୍ରତ୍ୟେକ ଭାରତୀୟ ଭକ୍ତି ଓ ଅର୍ଘ୍ୟ ପ୍ରଦାନ କରିବା ଓ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ହିସାବରେ ଆମେ ଗର୍ବ କରିବା ଉଚିତ୍ । ସେଥିପାଇଁ ଉଚ୍ଚ ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ ଓ ସମୃଦ୍ଧ ଭାରତବର୍ଷ ଗଠନ ଲାଗି ଆମ୍ଭମାନଙ୍କ ନିଷ୍ଠା, ସାଧନା ଓ ସଂକଳ୍ପ ର ପୂନର୍ଘୋଷଣ କରିବା ଦରକାର। ଉକ୍ତ ଉତ୍ସବ କୁ ଅବିସ୍ମରଣୀୟ କରିବା ପାଇଁ ପ୍ରତ୍ୟେକ ବର୍ଷ ସାରା ଭାରତବର୍ଷ ରେ ପାଳନ ହୁଏ ସାଧାରଣତନ୍ତ୍ର ଦିବସ ଉତ୍ସବ।
ସେହିପରି ଭାବରେ ଭଞ୍ଜନଗର ସହରର ବିଭିନ୍ନ ସରକାରୀ, ବେସରକାରୀ, ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନ ଗୁଡିକରେ ଏହି ମହାନ୍ ଉତ୍ସବ ପାଳିତ ହୋଇଛି। ଆଜି ସକାଳ ୫ ଘଣ୍ଟିକା ସମୟରେ ସ୍ଥାନୀୟ ସୁଚନା ଲୋକସମ୍ପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସହରରେ ରାମଧୁନ୍ ପ୍ରଚାର କରାଯାଇଥିଲା। ପରେ ପରେ ୭:୧୫ ମିନିଟ୍ ସମୟ ସୁଧା ସହରରେ ସମସ୍ତ ସରକାରୀ ଓ ବେସରକାରୀ ସ୍ତରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଭଞ୍ଜନଗର ସହରର ବିଦ୍ୟାଳୟ ଓ ମହାବିଦ୍ୟାଳୟର ୨୪ ଗୋଟି ପ୍ୟାରେଡ୍ ଦଳ ଷ୍ଟାଡିୟମରେ ଉପସ୍ଥିତ ହେବାପରେ ଉତ୍ସବ ର ମୂଖ୍ୟ ଅତିଥି ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ୍ କୁମାର ସେଠୀ ସ୍ଵାଗତ ସମ୍ବର୍ଦ୍ଧନା ଆସି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପୁର୍ବ ପ୍ରସ୍ତୁତ ଏକ ଖୋଲା ଯାନରେ ସମସ୍ତ ପ୍ୟାରେଡ୍ ଦଳ ପରିଦର୍ଶନ କରିଥିଲେ। ଏବଂ ଦେଶ, ଜାତି, ମାତୃକା, ମାତୃଭୂମି ଓ ଆଜିର ଦିନର ମହତ୍ଵ ବିଷୟରେ ଉପସ୍ଥିତ ହଜାର ହଜାର ଜନସାଧାରଣ ଓ ସ୍କୁଲ କଲେଜ୍ ର ଛାତ୍ରଛାତ୍ରୀ ମାନଙ୍କୁ ନିଜର ଅଭିଭାଷଣ ରଖିଥିଲେ। ତତ୍ ସହିତ ଷ୍ଟାଡିୟମରେ ଆକର୍ଷଣୀୟ ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉପସ୍ଥିତ ଅବସରପ୍ରାପ୍ତ ସେନା ଅଧିକାରୀ ମାନଙ୍କ ଦ୍ଵାରା ଚୟନ ଦଳ ପୁରସ୍କୃତ ହେଇଥିଲେ। ଏଥିରେ ପ୍ୟାରେଡ୍ କୁ ପରିଚାଳନା କରିଥିଲେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଆର୍ମି ୱିଗ୍ଂ ଅଫିସର୍ ଓ ନାଭାଲ୍ ୱିଗ୍ଂ ଅଫିସର୍ ସହିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ଆର୍ମି ୱିଗ୍ଂ ଅଫିସର୍। ଆଜିର ମହାନ୍ ଉତ୍ସବ ରେ ଯୋଗଦାନ କରିଥିଲେ ଆର୍ ଟି ଓ ଶୁଭେନ୍ଦୁ ରଞ୍ଜନ ରାୟ , ଏସ୍ ଡି ପି ଓ ବିଶ୍ଵାମିତ୍ର ହରପାଲ୍, ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର, ଥାନାଧିକାରୀ ଭଗବାନ୍ ପୂଜାରୀ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ।
ପ୍ୟାରେଡ୍ ରେ ଅଂଶଗ୍ରହଣ କରିଥିବା ବିଜେତା ଦଳ ମଧ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଏନ୍ ସି ସି ଆର୍ମି ୱିଗ୍ଂ ଓ ଦ୍ଵୀତୀୟ ହୋଇଥିଲେ ନାଭାଲ୍ ୱିଗ୍ଂ। ବିଦ୍ୟାଳୟ ସ୍ତରରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ଏନ୍ ସି ସି ଆର୍ମି ୱିଗ୍ଂ ପ୍ରଥମ ଓ ନାଭାଲ୍ ୱିଗ୍ଂ ଦୁତିୟ। ସେହିପରି ସ୍କାଉଟ୍ ଓ ଗାଇଡ୍ ବିଭାଗ ରେ ପ୍ରଥମ ବିଜେତା ଦିନବନ୍ଧୁ ସରକାରୀ ବାଳିକା ବିଦ୍ୟାଳୟ ର ଗାଇଡ୍ ପ୍ରଥମ ଓ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ୍ ଦୁତିୟ। ସିଵିଲିୟନ୍ ବିଭାଗ ରେ ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ ପ୍ରଥମ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଦୁତିୟ ବିଜେତା ହୋଇଛନ୍ତି।
ଅନ୍ୟପକ୍ଷରେ ଦେଶାତ୍ମବୋଧକ ସାଂସ୍କୃତିକ ପ୍ରତିଯୋଗୀତା ରେ ସେଣ୍ଟ୍ ଆନ୍ସ ଇଂରାଜୀ ବିଦ୍ୟାଳୟ ପ୍ରଥମ, ଦିବ୍ୟଶକ୍ତି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଦୁତିୟ ଓ ସତ୍ୟସାଇ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଆଜିର ଏହି ଆଡ଼ମ୍ବରପୁର୍ଣ୍ଣ ମହାନ୍ କାର୍ଯ୍ୟକ୍ରମ କୁ ସଂଯୋଜନା ଓ ପରିଚାଳନା କରିଥିଲେ ସ୍ଥାନୀୟ ଉପଖଣ୍ଡ ସୁଚନା ଲୋକସମ୍ପର୍କ ଅଧିକାର ଗୌରିଶଙ୍କର ସତପଥି ଏବଂ ଏହି କାର୍ଯ୍ୟକ୍ରମ ରେ ତାଙ୍କୁ ସହଯୋଗ କରିଥିଲେ ପ୍ରଦୀପ ପାତ୍ର ଓ ତାରିଣୀ ସାହୁ। ସେଶରେ ଏହି ଉତ୍ସବ ରେ ସମସ୍ତ କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।







