ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଅଛି। ପଦ୍ମପୁର ର ପ୍ରଥମ ଏ.ଡି.ଏମ କୁନାଲ ଚୌହାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶ ପାଇଁ ଜଳାଞ୍ଜଳି ଦେଇଥିବା ବୀରପୁତ୍ର ମାନଙ୍କୁ ସ୍ମରଣ ରଖି ଦେଶର ବିକାଶରେ ସମସ୍ତେ ନିଜର ଯୋଗଦାନ ରଖନ୍ତୁ ବୋଲି ଉଦବୋଧନ ଦେଇଥିଲେ। ଏହାସହ ପଦ୍ମପୁର ର ବିଭିନ୍ନ ସ୍କୁଲ କଲେଜର ପ୍ୟାରେଡ୍ ଦଳ ଜାତୀୟ ଦିବସ ପ୍ୟାରେଡ୍ ରେ ଯୋଗ ଦେବାସହ ଜାତୀୟ ପତାକା କୁ ସମ୍ମାନ ଜଣାଇଥିଲେ। ଏହା ସହ ବିଭିନ୍ନ ଅନୁଷ୍ଠାନ ମାନଙ୍କ ତରଫରୁ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ।
ରାଜ୍ୟ
ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ l
- Hits: 456







