ହେଡଲାଇନସ୍:

ଦନଶା କୋରୋମାଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଗିନିର ନ୍ୟାସ୍‍ନାଲ୍‍ ଟ୍ରାନଜିସନ୍‍ କାଉନ୍‍ସିଲ୍‍ ପ୍ରେସିଡେଣ୍ଟ ଡ. ଦନଶା କୋରୋମାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କୋଭିଡ୍‍ ମହାମାରୀ ଯୋଗୁଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇପାରି ନଥିଲା । ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ପୁରସ୍କାର ପ୍ରଦାନ କରାଯାଇଛି । କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ ଓ ସମ୍ପାଦକ ଆର ଏନ୍‍ ଦାଶଙ୍କ ଉପସ୍ଥିତିରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ପୁରସ୍କାର ଡ. ଦନଶାଙ୍କୁ ପ୍ରଦାନ କରିଥିଲେ । ଏହି ସମ୍ମାନ ଗ୍ରହଣ କରି ଦନଶା କହିଲେ, ଏହି ସମ୍ମାନ ଆହୁରି ନମ୍ର ଓ ବିନୟୀ କରିବା ସହ ଗରିବ ଲୋକଙ୍କ ପାଇଁ ଅଧିକ କାମ କରିବାକୁ ମୋତେ ପ୍ରେରଣା ଯୋଗାଇବ । ମୋ ପୂର୍ବରୁ ଏହି ସମ୍ମାନ ପାଇଥିବା ବିଶ୍ୱର ବିଶିଷ୍ଟ ବ୍ୟକ୍ତିଙ୍କ ତାଲିକାରେ ଏବେ ମୋ ନାଁ ଯୋଡ଼ି ହୋଇଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି । ଆଶା ହରାଇଥିବା ଲକ୍ଷଲକ୍ଷ ପିଲାଙ୍କ ପାଇଁ ଅଚ୍ୟୁତ ସାମନ୍ତ ଆଶାର କିରଣ ପାଲଟିଛନ୍ତି । ପରିବର୍ତ୍ତନର ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଶିକ୍ଷା ବୋଲି ସେ କହିଥିଲେ । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, ଜୀବନରେ ସଫଳତା ପାଇବାକୁ ହେଲେ ବିଶ୍ୱାସ, ଦୃଢ଼ ଇଚ୍ଛାଶକ୍ତି ଓ ଭଲପାଇବାକୁ ସମ୍ମାନ ଦେବା ଆବଶ୍ୟକ । ସବୁବେଳେ ଭଗବାନଙ୍କ ଉପରେ ବିଶ୍ୱାସ ରଖି ଆଗକୁ ମାଡ଼ି ଚାଲିବାକୁ ସେ ପରାମର୍ଶ ଦେବା ସହ ଶ୍ରୀ ସାମନ୍ତଙ୍କଠାରେ ନିଜ ପିତାଙ୍କୁ ଦେଖୁଛି ବୋଲି ଡ. ଦନଶା କହିଥିଲେ । ସମଗ୍ର ଆଫ୍ରିକା ପାଇଁ କିସ୍‍ର ବ୍ରାଣ୍ଡ ଆମ୍ବାସାଡ଼ାର ହେବାକୁ ଇଚ୍ଛା ପ୍ରକାଶ କରୁଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗିନି ଦୂତାବାସର ଚାର୍ଜ ଡି ଆଫାୟାର୍ସ ଡ. ଅମିନତା ଥୁଆମ, ଗିନି ପାର୍ଲାମେଣ୍ଟର ଚିଫ୍‍ ଅଫ୍‍ ଷ୍ଟାଫ୍‍ ଫୋଫାନା ମାଉସା, ନୂଆଦିଲ୍ଲୀସ୍ଥିତ ଅଷ୍ଟ୍ର୍ରିଆ ଦୂତାବାସର ସାଂସ୍କୃତିକ ଫୋରମ ନିର୍ଦ୍ଦେଶକ ମାଇକେଲ ପଲ, ଥାଇଲାଣ୍ଡରୁ ଆସିଥିବା ବୌଦ୍ଧଗୁରୁ ପ୍ରତିନିଧିମଣ୍ଡଳ, କିସ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା, କୁଳପତି ପ୍ରଫେସର ଦିପକ କୁମାର ବେହେରା, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ଏକ ବିଶ୍ୱ ପ୍ରସିଦ୍ଧ ସମ୍ମାନ ଭାବେ ଗ୍ରହଣୀୟ ହୋଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ୨୦୦୮ରୁ ପ୍ରଦାନ କରାଯାଇଆସୁଛି ।

0
0
0
s2sdefault