ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଏବଂ ୯ ମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଟାଟା ଷ୍ଟିଲ୍ର ଟିକସ ପରବର୍ତୀ ଲାଭ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକର ୧୭୮୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ର ତୃତୀୟ ତ୍ରୈମାସିକରେ ୪୪୨୯ କୋଟି ଟଙ୍କା ହୋଇଛି । ଏହି ସମୟରେ ଟାଟା ଷ୍ଟିଲ୍ର ଭାରତ ରାଜସ୍ୱ ପରିମାଣ ୨୦୨୨-୨୩ରେ ଥିବା ୩୪,୦୫୯ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ ତୃତୀୟ ତ୍ରୈମାସିକରେ ୩୫,୦୧୧ କୋଟି ଟଙ୍କା ହୋଇଛି ।
ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ କଂପାନିର ଟିକସ ପରବର୍ତୀ ଲାଭ ୫୨୨ କୋଟି ଟଙ୍କା ହୋଇଥିବା ବେଳେ ସମନ୍ୱିତ ରାଜସ୍ୱ ପରିମାଣ ୫୫,୩୧୨ କୋଟି ଟଙ୍କା ହୋଇଛି । ଏହି ସମୟରେ ଇବିଆଇଟିିଡିଏ ୪୭ ପ୍ରତିଶତ ବୃଦ୍ଧି ପାଇ ୬୩୩୪ କୋଟି ଟଙ୍କା ହୋଇଛି ଏବଂ ଇବିଆଇଟିଡିଏ ମାର୍ଜିନ୍ ୧୧% ରହିଛି ।
କଂପାନିର ବ୍ରିଟେନ୍ ରାଜସ୍ୱ ୬୦୩ ନିୟୁତ ପାଉଣ୍ଡ୍ ଥିବା ବେଳେ ନେଦରଲାଣ୍ଡ୍ ରାଜସ୍ୱ ପରିମାଣ ୧୨୩୯ ନିୟୁତ ପାଉଣ୍ଡ ରହିଛି ।
ଏହି ଅବସରରେ ଟାଟା ଷ୍ଟିଲ୍ର ସିଇଓ ଓ ଏମ୍ଡି ଟି ଭି ନରେନ୍ଦ୍ରନ୍ କହିଛନ୍ତି ଯେ, “ତ୍ରୈମାସିକ ଭିତିରେ ଅଧିକ ଡେଲିଭରି ଓ ରିଅଲାଇଜେସନ ଯୋଗୁଁ ଟାଟା ଷ୍ଟିଲ୍ ଇଣ୍ଡିଆର ମାର୍ଜିନ୍ରେ ଉନ୍ନତି ଆସିଛି । ଏହି ସମୟରେ ଦେଶରେ ଡେଲିଭରି ପରିମାଣ ୪.୭୮ ନିୟୁତ ଟନ୍ ରହିଥିଲା । ତ୍ରୈମାସିକ ଭିତିରେ ସେଥିରେ ୩ ପ୍ରତିଶତ ଓ ବର୍ଷକୁ ବର୍ଷ ଭିତିରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତ ଆର୍ଥôକ ବର୍ଷରେ ବିଭିନ୍ନ ତ୍ରୈମାସିକରେ ଅଶୋଧିତ ଇସ୍ପାତ ଉତ୍ପାଦନ ପାଖାପାଖି ୫ ନିୟୁତ ଟନ୍ ହୋଇଥିବାରୁ ଭାରତରେ ଡେଲିଭରିରେ କ୍ରମାଗତ ଅଭିବୃଦ୍ଧି ଘଟିଛି । ମୁଁ ଖୁସିର ସହ କହିବାକୁ ଚାହୁଁଛି ଯେ ଟାଟା ଷ୍ଟିଲ ମେରାମଣ୍ଡଳୀ ଏବଂ ଟାଟା ଷ୍ଟିଲ କଳିଙ୍ଗନଗର କାର୍ଯ୍ୟକ୍ଷେତ୍ର ରେସ୍ପନ୍ସିବଲ୍ ଷ୍ଟିଲ୍ ସାର୍ଟିଫିକେସନ ହାସଲ କରିଛନ୍ତି ଏବଂ ଜାମସେଦପୁର ସମେତ ଭାରତରେ ଆମର ତିନୋଟି ସାର୍ଟିଫାଏଡ୍ କାର୍ଯ୍ୟକ୍ଷେତ୍ର ରହିଛି ।
ଆର୍ଥôକ ବର୍ଷର ପ୍ରଥମ ୯ ମାସରେ ସମନ୍ୱିତ ରାଜସ୍ୱ ୧,୭୦,୪୮୩ କୋଟି ଟଙ୍କା ଥିଲା । ଆର୍ଥôକ ବର୍ଷର ପ୍ରଥମ ୯ ମାସରେ ଟାଟା ଷ୍ଟିଲ୍ ୧୬,୭୭୧ କୋଟି ଟଙ୍କାର ସମନ୍ୱିତ ଇବିଆଇଟିଡିଏ ହାସଲ କରିଛି ।
ଏହି ତ୍ରୈମାସିକରେ କଂପାନି ପୁଞ୍ଜି ବ୍ୟୟ ବାବଦରେ ୪,୭୧୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଚଳିତ ଆର୍ଥôକ ବର୍ଷରେ ୧୩,୩୫୭ କୋଟି ଟଙ୍କା ଖର୍ଚ୍ଚ କରିଛି । କଳିଙ୍ଗନଗରରେ ୫ ଏମ୍ଟିପିଏ ସମ୍ପ୍ରସାରଣ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି ।
ଟାଟା ଷ୍ଟିଲ୍ର ଇଡି ଆଣ୍ଡ୍ ସିଏଫ୍ଓ କୌଶିକ ଚାଟାର୍ଜୀ କହିଛନ୍ତି ଯେ, “ଏହି ତ୍ରୈମାସିକରେ ଟାଟା ଷ୍ଟିଲର ସମନ୍ୱିତ ରାଜସ୍ୱ ୫୫,୩୧୨ କୋଟି ଟଙ୍କା ଏବଂ ଇବିଆଇଟିଡିଏ ୬,୩୩୪ କୋଟି ଟଙ୍କା ରହିଛି । ଭାରତ ଇବିଆଇଟିଡିଏ ୮,୩୦୨ କୋଟି ଟଙ୍କା ଥିଲା । ଭାରତରେ କାରବାରରୁ ନଗଦ ପ୍ରବାହ ଦ୍ରୁତ ଗତିରେ ବୃଦ୍ଧି ପାଇ ୯,୦୧୬ କୋଟି ଟଙ୍କାରେ ପହଂଚିଛି । ଟିନପ୍ଲେଟ କମ୍ପାନି ଅଫ୍ ଇଣ୍ଡିଆ ଏବଂ ଟାଟା ମେଟାଲିକର ଟାଟା ଷ୍ଟିଲରେ ମିଶ୍ରଣ ଶେଷ କରି ଆମେ ଭାରତରେ ଆମର ଉପସ୍ଥିତିକୁ ସରଳ କରିବା ପାଇଁ ଯୋଜନା କରିଛୁ ।’’
ରାଜ୍ୟ
ଟାଟା ଷ୍ଟିଲ୍ ଇଣ୍ଡିଆର ଟିକସ ପରବର୍ତୀ ଲାଭ ୪୪୨୯ କୋଟି ଟଙ୍କା
- Hits: 354







