ଭୁବନେଶ୍ଵର: ରାଜ୍ୟ ଶ୍ରମ ସଂସ୍ଥାନଠାରେ ରାଜ୍ୟର ବିଭିନ୍ନ କାରଖାନାର ବଏଲର ଅପରେସନ ଦାୟିତ୍ଵରେ ଥିବା ଇଂଜିନିୟର ଓ ଡାକ୍ତରମାନଙ୍କୁ କାରଖାନା ଆଇନ ଓ ବାଷ୍ପିତ ଆଇନ ସମ୍ବନ୍ଧରେ ତାଲିମ ଦେବା ପାଇଁ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଏହି କର୍ମଶାଳାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର ଏସ ଗୋପାଳନ ମୁଖ୍ୟ ଅତିଥି ଯୋଗଦେଇ କର୍ମଶାଳାର ଆଭିମୁଖ୍ୟ ଏବଂ ଆଇନର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ ।
ସମ୍ମାନିତଅତିଥି ଭାବେ ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ନିତ୍ୟରଞ୍ଜନ ସେନ, କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଶ୍ରୀ ମଳୟ କୁମାର ପ୍ରଧାନ କହିଥିଲେ ଯେ କାରଖାନା ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷଙ୍କର ଆଇନ ଉପରେ ଜ୍ଞାନ ରହିବା ଦରକାର । ଆଇନଉପରେ ଦକ୍ଷତା ଥିଲେ କାରଖାନା ଚଳେଇବା ସୁବିଧା ହୁଏ ।
କର୍ମଶାଳାରେ ତାଲିମଦାତାମାନେ କାରଖାନା ଆଇନ ଏବଂ ଅନ୍ୟାନ୍ୟ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଏହି ତାଲିମ ସଫଳତାର ସହିତ ସମ୍ପୂର୍ଣ୍ଣ କରିଥିବା ୪୨ ଜଣ ଅପରେସନ ଇଂଜିନିୟର ଓ ୨୮ ଜଣ ଡାକ୍ତରଙ୍କୁ ରାଜ୍ୟ ଶ୍ରମ ସଂସ୍ଥାନ, ଓଡ଼ିଶା ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ରାଜ୍ୟ
କାରଖାନା ଓ ବାଷ୍ପିତ ଆଇନ ଉପରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ
- Hits: 197







