ହେଡଲାଇନସ୍:

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ନୁଆ-ଓ ଓ ଓଡ଼ିଶା ସାହିତ୍ୟ ପ୍ରତିଯୋଗୀତା ଉଦ୍ ଯାପିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ନୁଆ-ଓ ଓ ଓଡ଼ିଶା ସାହିତ୍ୟ ପ୍ରତିଯୋଗୀତା ଉଦ୍ ଯାପିତ ହୋଇଯାଇଅଛି ।ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଉଦଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଭଞ୍ଜ ଗବେଷକ ଡ଼ଃ ସୁରେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା, ସ୍ୱତନ୍ତ୍ର ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ,ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ପଣ୍ଡା,ନୋଡାଲ ଅଫିସର ଡଃ ଗୁରୁମୁ୍ର୍ତି ନାୟକ,ଓଡ଼ିଆ ବିଭାଗ ଅଧ୍ୟାପକ ସପନ କୁମାର ପ୍ରଧାନ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ରହି ଖବର ପ୍ରସାରଣରେ ସହଯୋଗ କରିଥିବା ଗଣମାଧ୍ୟମ ପ୍ରତିନିଧି ଶିବରାମ ଚୌଧୁରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଓଡ଼ିଆ ମୂଲ୍ୟବୋଧ ଭିତ୍ତିକ ବକ୍ତବ୍ୟ ମାଧ୍ୟମରେ ଓଡିଆ ସଂସ୍କୃତି ଓ ଭାଷା କୁ ଉଜ୍ଜୀବିତ କରି ରଖିବା ପାଇଁଁ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାକୁ ଆଗକୁ ନେବା ତଥା ଓଡିଆ ଭାଷା, ସାହିତ୍ୟର ସୁରକ୍ଷା କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ପ୍ରଫୁଲ୍ଲ କୁମାର ଜେନା, ସନ୍ତୋଷ କୁମାର ପାଣିଗ୍ରାହୀ, ରଞ୍ଜିତ କୁମାର ସାମଲ,ଅଜୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ କରିଥିଲେ ।

0
0
0
s2sdefault