ହେଡଲାଇନସ୍:

ପାସେଞ୍ଜରହଲ୍ଟ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ଲକ୍ଷ୍ମୀଧର ସାହୁ): ଇଟାମାଟି ଚମ୍ପତିପୁରରେ ଏକ ପାସେଞ୍ଜର ହଲ୍ଟ ପାଇଁ ଚମ୍ପତିପୁର ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ତରଫରୁ ଇଟାମାଟିଠାରେ ଜାତୀୟ ରାଜପଥ ନଂ-୫୭କୁ ଦୁଇ ଘଣ୍ଟା ପାଇଁ ଅବରୋଧ କରାଯାଇଥିଲା । ଏହି ଆନ୍ଦୋଳନରେ ୧୫ଟି ଗ୍ରାମପଞ୍ଚାୟତର ହଜାର ହଜାର ଲୋକ ରାସ୍ତା ରୋକ କରିଥିଲେ । ଆନ୍ଦୋଳନରେ ସ୍ଥାନୀୟ ତହସିଲଦାର, ରେଲୱେ ବିଭାଗ ଅଧିକାରୀ ଉପସ୍ଥିତ ହୋଇ ମାର୍ଚ୍ଚ ମାସରେ ଷ୍ଟେସନ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଲେ । ତାଙ୍କ ପ୍ରତିଶ୍ରୁତିକୁ ଆଧାର କରି ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିଲା ।ସଭାପତି ମନୋଜ କୁମାର ସାହୁ ସମିତି ତରଫରୁ ଘୋଷଣା କରିଛନ୍ତି ବର୍ତ୍ତମାନ ଶାନ୍ତି ଶୃଙ୍ଖଳା ଗଣତାନ୍ତ୍ରିକ ଉପାୟରେ ଦାବି ଉପସ୍ଥାପନ କରାଗଲା ,ଯଦି ମାର୍ଚ୍ଚ ମାସ ରେ କାମ ଆରମ୍ଭ ନହୁଏ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ । ଏଥିପାଇଁ ପ୍ରଶାସନ ଦାୟୀ ରହିବ। ଏହି ଆନ୍ଦୋଳନରେ ବିଶ୍ଵନାଥ ବରାଡ,ବିନୋଦିନୀ ମହାନ୍ତି,ଉମେଶ ପଟ୍ଟନାୟକ,ନିରଞ୍ଜନ ସାଥୁଆ, ଗଙ୍ଗାଧର ନିସଙ୍କ, ଇଟାମାଟି ବଜାର ସଭାପତି ହଜାରି ସାହୁ, ବିରେନ୍ଦ୍ର କୁମାର ନାୟକ, ପ୍ରମୋଦ କୁମାର ନାୟକ,ମନମୋହନ ମହାନ୍ତି ,,ସନ୍ତୋଷ ପାତ୍ର,ସମୀର ଲେଙ୍କା,ସନ୍ତୋଷ ସାହୁ, ପୂର୍ଣ୍ଣଚନ୍ଦ୍ର ଶାନ୍ତ, ବିଷ୍ଣୁ ପ୍ରସାଦ ସାହୁ , ଜଗନ୍ନାଥ ଦାସ ,କୁସ ମହାରଣା ,ଅନ୍ତର୍ଯ୍ୟାମୀ ସାହୁ , ମାଧବ ବେହେରା(ପାଗଳ ଭାଇ),ପ୍ରକାଶ କୁମାର ବେହେରା ,ସୁଶାନ୍ତ କୁମାର ସ୍ବାଇଁ,ପ୍ରତିମା ପରିଡ଼ା,ଯୋଗେଶ୍ୱର ବେହେରା ,କୁଞ୍ଜବନ ପରିଡ଼ା,ଅର୍ଜୁନ ବେହେରା,ବାସୁଦେବ ପତି , ପ୍ରଶାନ୍ତ ପୃଷ୍ଟି , ପ୍ରଦ୍ୟୁମ୍ନ କୁମାର ସାହୁ , ରମାକାନ୍ତ ସାହୁ ପ୍ରମୁଖ ଭାଗ ନେଇଥିଲେ।

0
0
0
s2sdefault