TPCODL କମ୍ପାନୀର ମେଣ୍ଟେନାନ୍ସ ନିଯୁକ୍ତିରେ ଚଞ୍ଚକତା କୁ ନେଇ ପ୍ରତିବାଦ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ : ଟାଟା ପାୱାରର ବଣ୍ଟନ ସଂସ୍ଥା TPCODL କମ୍ପାନୀର ମେଣ୍ଟେନାନ୍ସ ବିଭାଗର ନିଯୁକ୍ତି ପାଇଁ ଫ୍ରାଞ୍ଚାଇଜ ସୂତ୍ରରେ ଏମ୍ଫୋରିଆ କମ୍ପାନୀକୁ ହସ୍ତାନ୍ତର କରିଥିବା ବେଳେ କମ୍ପାନୀ ପକ୍ଷରୁ ଜିଲ୍ଲାରେ କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ବ୍ଲକ ପାଇଁ ୭୫ଟି ହେଲ୍ପର ଓ ଲାଇନ ମ୍ୟାନ ପଦବୀ ଖାଲି ପଡିଥିବା ନେଇ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ୩୦ଜଣ ଆଶାୟୀ ପ୍ରାର୍ଥୀ କେନ୍ଦ୍ରାପଡ଼ାର ଗୁଲନଗର ସ୍ଥିତ ଏମ୍ଫୋରିଆ ଅଫିସରେ ଆବେଦନ କରି ଥିଲେ ।ଏହା ପରେ ଅକ୍ଟୋବର ୧୯ ତାରିଖରେ କମ୍ପାନୀ ପକ୍ଷରୁ ସେମାନଙ୍କୁ interview ପାଇଁ ଡ଼କାଯାଇଥିଲା । କିନ୍ତୁ କମ୍ପାନୀ ସେମାନଙ୍କ ମଧ୍ୟରୁ କାହାକୁ ସିଲେକ୍ଟ ନକରି ଏକ ନିର୍ଦ୍ଦିଷ୍ଟ ୟୁନିୟନ୍ ସହିତ ହାତ ମିଶାଇ ଚଞ୍ଚକତା କରି ବିନା advertisementରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ସମସ୍ତ ପଦବୀ ପୂରଣ କରିଛି ବୋଲି ଆଶାୟୀ ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି।ଏଥିରେ TPCODL କମ୍ପାନୀର କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟର ପୂର୍ବତନ ମ୍ୟାନେଜର ପ୍ରଦୀପ କୁମାର ଦାସଙ୍କ ସଂପୃକ୍ତି ରହିଥିବା ଘଟଣା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ପଦବୀ ପାଇଁ ଆବେଦନ କରିଥିବା ଯୋଗ୍ୟ ପ୍ରାର୍ଥୀ ମାନେ ଯଦି ଚାକିରି ନପାନ୍ତି, ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହ କେନ୍ଦ୍ରାପଡ଼ା ଜିଲ୍ଲା ଟାଟା ପାୱାର କମ୍ପାନୀର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ବୁଧବାର ଦିନ ଏମ୍ଫୋରୀଆ କମ୍ପାନୀର DM ପ୍ରିୟ ରଞ୍ଜନ ଦାସଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।ଅପରପକ୍ଷେ DM କହିଛନ୍ତି କେନ୍ଦ୍ରାପଡ଼ା ପାଇଁ ପଦବୀ ପୂରଣ ସରିଛି ,ମାର୍ଶାଘାଇ ପାଇଁ ସେ ଦାୟିତ୍ୱରେ ନଥିବା ସଫେଇ ଦେଇଛନ୍ତି ।







