କୁଚିଣ୍ଡା/ଜାମନକିରା ୨୫/୦୧/୨୦୨୪ : ଶକ୍ତି ସଂଚୟ କୁ ନେଇ ବିଭିନ୍ନ ପ୍ରକାର ସଚେତନ ଜାରିରହୁଥିବା ବେଳେ ବିଜୁଳି ଶକ୍ତି କ୍ଷୟ ରେ ପାରଙ୍ଗମ ପାଲଟିଛି କୁଚିଣ୍ଡା ଏନ. ଏ. ସି l କୁଚିଣ୍ଡା ଏନ. ଏ. ସି ର ପ୍ରାୟ ସମସ୍ତ ୱାର୍ଡ ରେ ଟ୍ରିଟ ଲାଇଟ ଲଗାଇ ଆଲୋକିକରଣ କରାଯାଇଛି l ହେଲେ ଅନେକ ସ୍ଥାନ ରେ ଦିନ ରାତି ଟ୍ରିଟଲାଇଟ ଜଳୁଛି l ଯାହାର ଉଦାହରଣ ଦେଖିବାକୁ ମିଳିଛି ମହୁଲଡିହି ସ୍କୁଲ ପଡା ରେ l ଏହି ପଡା ରେ ଥିବା ଟ୍ରିଟ ଲାଇଟ ପ୍ରାୟ ୩ ମାସ ହେବ ଦିନରାତି ଜଳୁଛି l ଫଳ ରେ ବିଜୁଳି ଶକ୍ତି କ୍ଷୟ ହେଉଥିବା ବୁଦ୍ଧିଜୀବୀ ମହଲ ରେ ପ୍ରତିକ୍ରିୟା ପାଉଛି l ହେଲେ ଏନ. ଏ. ସି ପକ୍ଷରୁ ଟ୍ରିଟଲାଇଟ ଦାୟିତ୍ୟୁ ରେ ଥିବା କର୍ମଚାରୀ ଙ୍କ ଦେଖା ଯାଉନି l ତେବେ ଦାଇତ୍ୱ ରେ ଥିବା କର୍ମଚାରୀ ଙ୍କ ଅବହେଳା କୁ ରୋକ ଲଗାଇ ବିଜୁଳି ଶକ୍ତି କ୍ଷୟ ବଞ୍ଚାଇବା କୁ ସଚେତନ ନାଗରିକ ଙ୍କ ଦାବି ହେଉଛି l
ରାଜ୍ୟ
ବିଜୁଳି କ୍ଷୟ ରେ ପାରଙ୍ଗମ କୁଚିଣ୍ଡା ଏନ.ଏ.ସି l
- Hits: 231







