ହେଡଲାଇନସ୍:

ଗୁଣପୁର ଟ୍ରେନ୍ ଉପରେ ବିଦ୍ୟୁତ୍ ତାର ଧରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ।

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଦମକଳ ବାହହିନୀ।

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ରେଳ ଷ୍ଟେସନ ରେ ଗତକାଲି ରାତ୍ରିରେ ପୁରି - ଗୁଣୁପୁର ଟ୍ରେନ୍ ଉପରେ ଜଣେ ଯୁବକ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଦ୍ୟୁତ୍ ତାର କୁ ଧରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯୁବକ ଙ୍କ ଶରୀର ଅନେକାଂଶ ପୋଡିଯାଇଥିବା ବେଳେ ସ୍ଥାନିୟ ଯାତ୍ରି ଗୁଣୁପୁର ଦମକଳ ବାହିନୀ କୁ ଯୋଗାଯୋଗ କରିଥିଲେ। ଏହାପରେ ଗୁରୁତର ଯୁବକକୁ ଦମକଳ ବାହିନୀ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡସ୍ତରିୟ ଚିକିତ୍ସାଳୟରେ ଭର୍ତୀ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ଯୁବକଙ୍କ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ହେଲେ ଜି . ସାଇକ୍ରିଷ୍ଣା ଆନ୍ଧ୍ର ଶ୍ରିକାକୁଲମ୍ ଜିଲ୍ଲାର କତୁରୁ ଗ୍ରାମ ବୋଲି ଜଣାପଡିଛି। ଯୁବକ ଜଣକ କାହିଁକି ଟ୍ରେନ୍ ଉପରେ ଚଢିଥିଲେ , ଆତ୍ମହତ୍ୟା ର କାରଣ କଣ ତାର ତଦନ୍ତ କରୁଛି ରେଲଓ୍ବେ ପୁଲିସ୍।

 

0
0
0
s2sdefault