ହେଡଲାଇନସ୍:

ଆରମ୍ଭ ହେଲା 'ଇଟ ରାଇଟ ଷ୍ଟ୍ରିଟ ଫୁଡ୍ ମେଳା ୨.୦'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ସ୍ଵାଦିଷ୍ଟ ଖାଦ୍ୟ ସହ ନୃତ୍ୟଗୀତ ଦର୍ଶକଙ୍କୁ ତିନିଦିନ ଧରି ଯୋଗାଇବ ମନୋରଞ୍ଜନର ଖୋରାକ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ମହାନଗର ନିଗମ ତରଫରୁ ବୁଧବାର ଠାରୁ 'ଇଟ ରାଇଟ ଷ୍ଟ୍ରିଟ ଫୁଡ୍ ମେଳା ୨.୦' ର ଆରମ୍ଭ ହୋଇଯାଇଛି। ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ରାଉରକେଲାବାସୀଙ୍କୁ ସ୍ଵାଦିଷ୍ଟ ଖାଦ୍ୟ ସ୍ଵାଦ ଚଖାଇବା ସହ ନୃତ୍ୟଗୀତ ମାଧ୍ୟମରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ସ୍ଥାନୀୟ ବାସନ୍ତୀ କଲୋନୀ, ଡିଏଭି ପୋଖରୀ ନିକଟରେ ଏହି ଫୁଡ୍ ମେଳାର ଆୟୋଜନ କରାଯାଇଛି।

ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକଙ୍କ ସହ ରଘୁନାଥପାଲି ବିଧାୟକ ଶ୍ରୀଯୁକ୍ତ ସୁବ୍ରତ ତରାଇ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କହିଥିଲେ ଯେ, "ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରାଯାଇଥିବା ଏହି ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ତରଫରୁ ରାଉରକେଲାବାସୀଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇବାରେ ବିଶେଷ ସହାୟକ ହେବ। ଏହି ମେଳାକୁ ଆସୁଥିବା ଲୋକେ ପାରମ୍ପରିକ ଖାଦ୍ୟ ଠାରୁ ଆରମ୍ଭ କରି ଆଧୁନିକ ବ୍ୟଞ୍ଜନର ସ୍ଵାଦ ପାଇବା ସହ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟଗୀତ ଶୀତୁଆ ସନ୍ଧ୍ୟାକୁ ଆହୁରି ଆକର୍ଷଣୀୟ କରିବ ବୋଲି ମତ ଦେଇଥିଲେ। "

ଚଳିତ ବର୍ଷ ହେଉଥିବା ଫୁଡ୍ ମେଳାରେ ମୋଟ ୪୦ଟି ଷ୍ଟଲ୍ ରହିଛି। ସେଥିମଧ୍ୟରୁ ଏସଏଚଜି ମାନଙ୍କ ଦ୍ଵାରା ୭ଟି ଷ୍ଟଲରେ ଖାଦ୍ୟ ପଦାର୍ଥ ବିକ୍ରୟ କରାଯାଉଥିବା ବେଳେ ୨ଟି ଷ୍ଟଲରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବ୍ୟଞ୍ଜନର ବିକ୍ରୟ କରାଯାଉଛି। ଏଥି ସହ ବିକ୍ରୟ ଖାଦ୍ୟ ପଦାର୍ଥର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ଭାବେ ଖାଦ୍ୟ ଗୁଡ଼ିକର ମାନ ପରୀକ୍ଷା କରାଯାଉଛି। ବୁଧବାର କଣ୍ଠଶିଳ୍ପୀ ସୋନାଲି ନନ୍ଦ ଏବଂ ତାଙ୍କ ଦଳ ତରଫରୁ ପରିବେଷଣ କରାଯାଇଥିବା ସଙ୍ଗୀତ ଦର୍ଶକ ମାନଙ୍କୁ ମତୁଆଲା କରିଥିଲା।

0
0
0
s2sdefault