ହେଡଲାଇନସ୍:

ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ତ୍ରୟବିଂଶ (୨୩) ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୪/୦୧/୨୪ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ତ୍ରୟବିଂଶ (୨୩) ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା କମିଟି ର ସଭାପତି ହରେକୃଷ୍ଣ ବାଡତିଆ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ନୀତିଶ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ଗୋପାଳ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ଦ୍ଵିପ ପ୍ରଜ୍ବଳନ ପରେ ଶିଶୁ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ସଭାପତି ଙ୍କ ଦ୍ଵାରା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପରେ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟନ ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ।ମୁଖ୍ୟ ଅତିଥି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ୱାଇଁ ଶିଶୁ ର ବୌଦ୍ଧିକ ଓ ମାନସିକ ବିକାଶ ଦିଗରେ ମା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଶିଶୁ ମାନେ ଶିକ୍ଷା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ରୁଚି ରହିବା ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟ ବକ୍ତା ଏବିଇଓ ସନ୍ତୋଷ ସାହୁ ଆଜିର ଶିଶୁ କାଲିର ଭବିଷ୍ୟତ ନାଗରିକ ତେଣୁ ଶିଶୁ ଙ୍କୁ ଅଯଥା ଚାପ ଦିଆ ନ ଯାଇ ସର୍ବଦା ଚିନ୍ତାମୁକ୍ତ ରଖିବା ପାଇଁ କହିଥିଲେ। ସମ୍ମାନିତ ଅତିଥି ଏବିଇଓ ଦେବରାଜ ଗୋପାଳ ଶିଶୁର ଅନ୍ତର୍ନିହିତ ଗୁଣାବଳିର ବିକାଶ ପାଇଁ ଗୁରୁଜୀ ଗରୁମା ଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏହି ଶିଶୁ ମନ୍ଦିର ର ପୁରାତନ ଛାତ୍ରି ପ୍ରଜ୍ଞାଲିପି ପୂଜାରୀ କୃଷି ଅଧିକାରୀ ତଥା ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢୁଥିବା ଆଶୁତୋଷ ଦୁର୍ଗା ପ୍ରସାଦ ନାୟକ ଙ୍କୁ ଫୁଲତୋଡ଼ା ଓ ଉପ ଢଉକନ ଦେଇ ସମ୍ମାନିତ କରାଯାଇଥିଲା।ଶିଶୁ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ସଞ୍ଜୟ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କମିଟି ର କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ କୁନି କୁନି ଶିଶୁ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଦୀପ ଗୁରୁଜୀ,ଆଶିଷ ଗୁରୁଜୀ, ନିତ୍ୟାନନ୍ଦ ଗୁରୁଜୀ,ବିଶ୍ଵ ଗୁରୁଜୀ ସହ ଅନ୍ୟ ଗୂରୁମା ମାନେ ସହଯୋଗ କରିଥିଲେ।

0
0
0
s2sdefault