ହେଡଲାଇନସ୍:

ଦାଉଦପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଵିକାଶମୂଳକ ଶାସନରେ ଉନ୍ନତି ପଥରେ ଆଗେଇ ଚାଲିଛି ଦାଉଦପୁର ପଞ୍ଚାୟତ - ବିଧାୟକ ପ୍ରତାପ ଜେନା l 

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଵିକାଶ ମୂଳକ ଶାସନରେ ଉନ୍ନତି ପଥରେ ଆଗେଇ ଚାଲିଛି ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମ ପଞ୍ଚାୟତ ବୋଲି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ପ୍ରକାଶ କରିଥିଲେ l ବିଶେଷ କରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଏହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବା ପରଠାରୁ ଏହି ଦାଉଦପୁର ପଞ୍ଚାୟତରେ ବହୁ ବିକାଶମୂଳକ କାର୍ଯ୍ୟ ସମ୍ଭବ ହୋଇପାରିଛି ବୋଲି ଏହି ଅଞ୍ଚଳର ପୂର୍ବତନ ଜିଲ୍ଲାପରିଷଦ ତଥା ସମାଜସେବୀ ହିମାଂଶୁଶେଖର ମହାନ୍ତି ଏବଂ ପଞ୍ଚାୟତ ବାସୀ ମାନେ ପ୍ରକାଶ କରିଥିଲେ l ତେବେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀ ଙ୍କ ଆଶୀର୍ବାଦ ରେ ବିଜୟ ପରେ ବିଜୟର ଟିକା ପିନ୍ଧିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିଆସିଛନ୍ତି ଶୁଭଙ୍କର ,କରିତକର୍ମା , ଜନପ୍ରିୟ ବିଧାୟକ ପ୍ରତାପ ଜେନା l ଏପରିକି ଗାଁର ଵିକାଶ, ଗାଁର ପ୍ରଗତି, ଦଳଗତ ନିର୍ବିଶେଷରେ ଊର୍ଧ୍ଵରେ ଜନ କଲ୍ୟାଣ କରିବାର ମହତ ଉଦେଶ୍ୟ ରଖି ଲୋକମାନଙ୍କ ପାଇଁ ଵିକାଶମୂଳକ କାର୍ଯ୍ୟ କରି ଆସୁଥିବା ଵିକାଶପୁରୁଷ ବିଧାୟକ ପ୍ରତାପ ଜେନା ଙ୍କ ଭଳି ଜଣେ କରିତକର୍ମା ବିଧାୟକ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପାଇଁ ପୁନର୍ବାର ବହୁ ସଂଖ୍ୟାରେ ବିଜୟ ଲାଭ କରି ବିଧାୟକ ଭାବେ ମାହାଙ୍ଗା ବାସୀଙ୍କ ସେବା କରୁଥାନ୍ତୁ ବୋଲି ଦାଉଦପୁର ପଞ୍ଚାୟତର ବହୁ ବୁଦ୍ଧିଜୀବୀ, ଯୁବକ, ବରିଷ୍ଟ ନାଗରିକ ଏବଂ ମହିଳା ମାନେ ପ୍ରକାଶ କରିଥିଲେ l ସେହିପରି ନିଶ୍ଚିନ୍ତକୋଇଲି ବ୍ଳକ ଦାଉଦପୁର ପଞ୍ଚାୟତରେ ଆଉ ଏକ ଵିକାଶମୂଳକ କାର୍ଯ୍ୟକ୍ରମ କୁ ବୁଧବାର ଦିନ ଅପରାହ୍ନ ସମୟରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଉଦଘାଟନ ଏବଂ ଶୁଭ ଶିଳାନ୍ୟାସ କରିଥିଲେ l

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ ଶେଖର ମହାନ୍ତିଙ୍କ ନେତୃତ୍ବରେ ସ୍ଥାନୀୟ ବଜାରରୁ ଏକ ବିରାଟ ମଟର ସାଇକେଲ ରାଲିରେ ବିଧାୟକ ଶ୍ରୀ ଜେନାଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା। ସରପଞ୍ଚ ଲଳିତେନ୍ଦୁ ବିଶୋଇ ଓ ସମିତିସଭ୍ୟ ଆଶିଷ କୁମାର ମହାନ୍ତିଙ୍କ ନେତୃତ୍ୱରେ ପ୍ରଥମେ ବିଧାୟକ ଶ୍ରୀ ଜେନା ୬କୋଟି ଟଙ୍କା ଅନୁଦାନରେ ନିର୍ମାଣ ହେବାକୁ ଥିବା ନାହାଳପୁର ବୋଧଙ୍ଗ ଦେଇ ଦାଉଦପୁରକୁ ଯାଇଥିବା ଏକ ରାସ୍ତାର ଉନ୍ନତିକରଣ କାଯ୍ୟ ପାଇଁ ଶୁଭ ଶିଳାନ୍ୟାସ କରିଥିଲେ l ଏହା ପରେ ୫୦ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ପଞ୍ଚାୟତ କଲ୍ୟାଣ ମଣ୍ଡପ, ୨.୫ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ପଞ୍ଚାୟତ ବ୍ୟାଙ୍କ ସେବା ଗୃହ, ୩.୫ ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣ ହୋଇଥିବା ଗଦେଇ ମାଆ ଠାକୁରାଣୀଙ୍କ ସାଂସ୍କୃତିକ ମଣ୍ଡପ ଏବଂ ନଇଁଗୁଆ ଜାଗୁଳାଇ ମନ୍ଦିରରେ ୩୦ଲକ୍ଷ ଅନୁଦାନରେ ନିର୍ମାଣ ହୋଇଥିବା ବିବାହ ମଣ୍ଡପକୁ ଶ୍ରୀ ଜେନା ଉଦଘାଟନ କରିଥିଲେ l ଏହାପରେ ପୂର୍ବତନ ସରପଞ୍ଚ ଦିବାକର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବିଧାୟକ ଶ୍ରୀ ଜେନାଙ୍କ ସହିତ ବ୍ଳକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଳକ ଅଧକ୍ଷ ଗିରିଶରଂଜନ ମହାପାତ୍ର, ଯୁବନେତା ମନୋଜ ସେଠୀ, ବ୍ରଜମୋହନ ପଣ୍ଡା, ଅବୁଲ ମିର୍ଜା ବେଗ, ଗୌରାଙ୍ଗ ସାଇଁ, ବିଡ଼ିଓ ଧର୍ମରଂଜନ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, ସହକାରୀ ଯନ୍ତ୍ରୀ ଅନାମଚରଣ ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପଞ୍ଚାୟତରେ ଥିବା ମୋଟ ୮୦ଟି ସୟଂ ସହାୟକ ଗୋଷ୍ଠୀର ୮ ଶହରୁ ଉର୍ଦ୍ଧ୍ବ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ସମାଜସେବୀ ହିମାଂଶୁ ଶେଖର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault