ହେଡଲାଇନସ୍:

କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ - ଓ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, କ୍ଷତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ - ଓ କାର୍ଯ୍ୟକ୍ରମର ଓଡ଼ିଆ ଭାଷା ସାହିତ୍ୟ ଅନ୍ତର୍ଗତ ପାଞ୍ଚଗୋଟି ବର୍ଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତାର ଗୀତ ଗାନ ,ଭଜନ ଗାନ , ହସ୍ତାକ୍ଷର ଲିଖନ , ବ୍ୟାକରଣ ଦକ୍ଷତା ଏବଂ କୁଇଜ୍ ପ୍ରତିଯୋଗିତାକୁ ନୋଡାଲ ଅଧିକାରୀ ତ୍ରିନାଥ ବେହେରା ଏବଂ ଅଧ୍ୟାପିକା ପିଙ୍କି କୁମାରୀ ପୋଲାଇ ପରିଚାଳନା କରିଥିଲେ। ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ଶୁଶାନ୍ତ କୁମାର ଲେଙ୍କା ପ୍ରମୁଖ ବିଚାରକ ଓ ପରୀକ୍ଷକ ଭାବେ ଦାୟିତ୍ଵ ସମ୍ପାଦନା କରିଥିବା ବେଳେ ଅଧ୍ୟାପିକା ରୁନି ବାଳା ତ୍ରିପାଠୀ ,ଅଧ୍ୟାପକ ଦିପୁ ଭୂୟାଁ, ପି ଦୀପକ ରାଓ, ସଞ୍ଜୟ ସାହୁ, ବିଭୂତି ଭୂଷଣ ଗୌଡ଼ , ସ୍ଵମେନ୍ଦୁ ପଣ୍ଡା , ପ୍ରଦୀପ ଦିଗାଲ , ଗାଙ୍ଗୁଲି ପାଲଟାସିଂ, ଦେବେଶ ଚନ୍ଦ୍ର ମହାପାତ୍ର, ଭାରତୀ ବିଶ୍ଵାଳ, ଜୟଶ୍ରୀ ସେଠୀ, ସ୍ୱରୂପା ରାଣୀ ବିଶ୍ଵାଳ,ପଦ୍ମ ଚରଣ ନାୟକ, ବଳରାମ ଗୌଡ଼, ସିମାଞ୍ଚଳ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତାକାଲି ପରବର୍ତ୍ତୀ ବର୍ଗର ପ୍ରତିଯୋଗିତା ଯଥାକ୍ରମେ ଓଡ଼ିଆ ବକୃତା , ପ୍ରବନ୍ଧ ଲିଖନ ସହିତ ଜଗନ୍ନାଥ ସଂସ୍କୃତି ଓ ଭଞ୍ଜ ସାହିତ୍ୟ ସମ୍ପର୍କୀତ ଆଲୋଚନା ଚକ୍ର ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି ।ଶେଷରେ ଓଡ଼ିଆ ବିଭାଗ ଅଧ୍ୟାପିକା ତଥା କାର୍ଯ୍ୟକ୍ରମ ସଂଯୋଜିକା ପିଙ୍କି କୁମାରୀ ପୋଲେଇ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault