ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପନୀ ସମାରୋହ ଅଧ୍ୟକ୍ଷା ଶ୍ରୀମତି କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମଶ୍ରୀ ଲୋକକବିରତ୍ନ ଡ଼. ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକ ସାହିତ୍ୟରେ ଜଗନ୍ନାଥ ସଂସ୍କୃତି ଓ ତାର ଉତ୍ପତ୍ତି ବିଷୟରେ ସ୍ଵରଚିତ ସମ୍ବଲପୁରୀ କବିତା ଓ କଥା ମାଧ୍ୟମରେ ଚମତ୍କାର ଶୈଳୀରେ ବର୍ଣ୍ଣନା କରିଥିଲେ । ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦହିତା ର ଅଧ୍ୟାପକ, ଲେଖକ, ସାହିତ୍ୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର, ମୁଖ୍ୟ ବକ୍ତାଙ୍କର ଜଗନ୍ନାଥ ସଂସ୍କୃତିରେ ନାରୀ ସଶକ୍ତିକରଣ ଓ ମାତୃପ୍ରେମ ଉପରେ ସୁନ୍ଦର ଅଭିବ୍ୟକ୍ତି ସମସ୍ତ ଛାତ୍ରୀଙ୍କୁ ସମ୍ମୋହିତ କରିଥିଲା । ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ପୁରୋହିତ ଓଡ଼ିଆ ଭାଷା ଉପରେ ଆଲୋକପାତ କରିଥିଲେ । ପାଞ୍ଚ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ଆଭିମୁଖ୍ୟ ଆଜିର ଯୁବପିଢି ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଅଧ୍ୟକ୍ଷା କହିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତାଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା । ବରିଷ୍ଠ ଅଧ୍ୟାପିକା ଶ୍ରୀମତି କୁନ୍ତଳା ସାହୁ, ଶ୍ରୀମତି ଲୋପାମୁଦ୍ରା ନାୟକ, ଶ୍ରୀମତି ସରିତାରାଣୀ ପ୍ରଧାନ ଏବଂ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହାୟତାରେ ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ସୁଶ୍ରୀ ସଂଗୀତା ଗୌନ୍ତିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ ନୋଡାଲ ଅଫିସର ଡ଼.ଚନ୍ଦ୍ରିକା ଭୋଇ ଆନ୍ତରିକତାର ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପନୀ ସମାରୋହ ଅନୁଷ୍ଠିତ l
- Hits: 192







