ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଦେଶରେ ଦିବ୍ୟାଙ୍ଗ ଙ୍କ ସାମୁହିକ ଓ ସର୍ବIଙ୍ଗିନ କଲ୍ୟାଣ ପାଇଁ ଭିନ୍ନକ୍ଷମ ଅଧିନିୟମ ୨୦୧୬ ବିଧିବଦ୍ଧ ଭାବେ ଆଇନ ଲାଗୁହୋଇ ସାତ ବର୍ଷ ବିତିବାକୁ ଲାଗିଲାଣି । ହେଲେ ଅଧିନିୟମରେ ୨୧ ପ୍ରକାର ଭିନ୍ନକ୍ଷମ ପରିଭାଷା ଓ ତାଙ୍କ ପାଇଁ ଶୁଵିଧା ସୁଯୋଗ ବିଷୟରେ ଉଲ୍ଲେଖ ଅଛି। କିନ୍ତୁ ଆବଶ୍ୟକ ସଚେତନତା ଅଭାବ ଓ ଭିତିଭୂମିର ଘୋର ଅଭାବ ରେ ଗ୍ରାମାଞ୍ଚଳ ଓ ଦୁର୍ଗମ ଉପାନ୍ତଅଞ୍ଚଳ ଗୁଡିକରେ ରହିଥିବା ଭିନ୍ନକ୍ଷମ ଓ ତାଙ୍କ ପରିବାର ସଦସ୍ୟ ସମସ୍ତ ସରକାରୀ ଯୋଜନା ପାଇବା ପାଇଁ ସାତ ସପନ ହୋଇଅଛି I
ଘୁମୁସର କ୍ଷେତ୍ର ଯାହା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜସ୍ଵ ଉପଖଣ୍ଡ ଏକ ଉପାନ୍ତ ଓ ଦୁସ୍ତ ଅଞ୍ଚଳ ସୋରଡା ଓ ଜଗନ୍ନାଥ ପ୍ରସାଦ ବ୍ଲକରେ ଥିବା ଓ ସଦର ମହକୁମା ଠାରୁ ୧୫୦ କିଲୋମିଟର ଦୂରତା ବାଧିତ ଥିବା ଦୃଷ୍ଟିରୁ ଜିଲ୍ଲା ପ୍ରଶIସନ ଭଲଭାବରେ ତଦାରଖI କରିବା ଅସମର୍ଥ । ଏବଂ ସମସ୍ତ ଭିନ୍ନକ୍ଷମ କଲ୍ୟାଣ ଯୋଜନା ଦ୍ରୁଷ୍ଟିହିନ ବିଦ୍ୟାଳୟ, ମାନସିକ ଅନଗ୍ରସର ଡେ କେୟାର କେନ୍ଦ୍ର, ମୁକବଧିର ବିଦ୍ୟାଳୟ , ବ୍ରେଲି ପ୍ରେସ, ଓ, ଜିଲ୍ଲା ପୁନର୍ବାସ ଥଇଥIନ କେନ୍ଦ୍ର ସଦର ମହକୁମା ପାଖରେ ରହିଅଛି । ଯାହାଦ୍ଵାରା କେବଳ ଆଖପାଖ କିଛି ଦିବ୍ୟାଙ୍ଗ ଲାଭବାନ୍ ହୋଇଅଛନ୍ତି I ବହୁ ବର୍ଷ ଦାବୀ ପରେ ଜିଲ୍ଲା ପ୍ରଶାସନ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଅସ୍ଥାୟୀ ଭାବେ ମେଡିକାଲ ବୋର୍ଡ ମାସର ୧୨ ତାରିଖରେ କେବଳ ଦୁଇ ଘଣ୍ଟା ପାଇଁ ଖୋଲା ଯାଉଥିଲା । ସେଠି କେବଳ ଶାରୀରିକ ଓ ଅନ୍ୟ ବିକଳIଙ୍ଗ ନିରୂପଣ ହେଉଅଛନ୍ତି। ସାଉଣ୍ଡ ପ୍ରୁଫ କୋଠରୀ ନଥିବା ହେତୁ ମୁଖ ବଧିର , ଆନୁଷଙ୍ଗିକ ଭିତିଭୂମି ଅଭାବ କାରଣରୁ ଦ୍ରୁଷ୍ଟିହୀନ, ମାନସିକ, ରକ୍ତଜନିତ ଓ ସ୍ଵତନ୍ତ୍ର ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇବା ପାଇଁ ବାରମ୍ବାର ବ୍ରହ୍ମପୁର ଦୌଡିବାକୁ ପଡୁଛି । ଯଦ୍ଵାର ସରକାରୀ ଯୋଜନା କେମିତି ଓ କେବେ ମିଳିବ ପ୍ରଶ୍ନବାଚୀ। ବର୍ତ୍ତମାନ ନିୟମାନୁସାରେ ମIନୁଆଲ ପ୍ରମାଣ ପତ୍ର ଅବେଧ । ତେଣୁ କେବଳ ଅନଲାଇନ ପଞ୍ଜୀକରଣ କରିଥିବା ଭିନ୍ନକ୍ଷମ ହିଁ ଭୀମଭୋଇ ସାମର୍ଥ୍ୟ ଶିବିରରେ ଡାକ୍ତରୀଦଳ ଦ୍ଵାରା ନିରୂପଣ ହୋଇଥିବାର ଦେଖାଯାଇଥିଲା। ଯଦ୍ବାରା ଶତାଧିକ ପରିବାର ଭିନ୍ନକ୍ଷମ ଅନଲାଇନ୍ ପଞ୍ଜୀକରଣ ପାଖ ଜନସେବା କେନ୍ଦ୍ର ଓ କମ୍ପୁଟର ଦୋକାନ ରୁ କରି ଆସିବା ବେଳେ ଡାକ୍ତର ମାନେ ବ୍ରହ୍ମପୁର ଫେରି ଯାଇଥିଲେ । ଯାହାଫଳରେ ଭିନ୍ନକ୍ଷମ ହିତାଧିକାରୀ ଭଞ୍ଜନଗର ଭୀମଭୋଇ ଶିବିରରୁ ବଡ ଦୁଃଖ ଓ ହତାଶ ରେ ଫେରି ଯାଇଥିଲେ । ଏପରି ମର୍ମାହତ ଦୃଶ୍ୟ ସମସ୍ତ ବ୍ଲକ ଗୁଡିକରେ ଦେଖିବାକୁ ମିଳିଅଛି । ଯାହାକୁ ଓଡିଶା ବିକଳIଙ୍ଗ ମଞ୍ଚର ଆବାହକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ଦୃଢ ଅଭିଯୋଗ କରିଛନ୍ତି ଓ ଭଞ୍ଜନଗରରେ ସ୍ଥାୟୀ ମେଡିକାଲ ବୋର୍ଡ ରହିବା ଓ ଆବଶ୍ୟକ ଭିତିଭୂମି ପୂରଣ ତୁରନ୍ତ କରିବା ଓ ପାଲୁର ହିଲରେ ଅବସ୍ତିତ ୫୦କୋଟି ରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇଥିବା ଆଇଆଇ କମପ୍ଲେକ୍ସ ସାଧନା କେନ୍ଦ୍ର ଓ କେନ୍ଦ୍ରରେ ଥିବା ମହୁ ମୂଲ୍ୟବାନ ଉପକରଣ କାହା ସ୍ଵାର୍ଥ ପାଇଁ ବୋଲି ପ୍ରଶ୍ନ କରିବା ସହିତ ଶାସନ ପ୍ରଶାସନ ପାଖରେ ଦାବୀ ରଖିଛନ୍ତି I







