ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟର ସମ୍ମେଳନ ପ୍ରକୋଷ୍ଠରେ ଅପରାହ୍ନ ୩ ଘଟିକା ସମୟରେ "ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ" ଓ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର କବିତା ଆବୃତ୍ତି ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ଉକ୍ତ ପ୍ରତିଯୋଗିତାକୁ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଅଧ୍ୟାପକ ଡ଼ଃ ସରୋଜ କୁମାର ନାଏକ ପରିଚାଳନା କରିଥିଲେ। ବିଚାରକ ଭାବେ ଡ଼ଃ ଭକ୍ତ ପୂରନ୍ ସାହୁ, ନାଟ୍ୟକାର ଅଶୋକ ବୋହିଦାର୍, ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର, ଅଧ୍ୟାପକ ସୌମ୍ୟରଂଜନ ନାଏକ ଯୋଗଦାନ କରି ଶେଷରେ ସ୍ଵସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଧ୍ୟାପିକା ପୂର୍ଣ୍ଣିମା ଦୋରା, ଅଧ୍ୟାପକ ଜୟ କୁମାର ଭୁଏ, ଅଧ୍ୟାପିକା ରୀନା ଧର୍ମବିନାୟକ, ଅଧ୍ୟାପିକା ଡ଼ଃ ମମତାମୟୀ ଗୁରୁ, ଅଧ୍ୟାପକ ଡ଼ଃ ଭେଙ୍କଟେଶ୍ୱର ମେହେର, ଅଧ୍ୟାପିକା ସୁରେଶ୍ଵରୀ ପାଣ୍ଡେ, ଅଧ୍ୟାପିକା ସସ୍ମିତା ମେହେର, ଅଧ୍ୟାପକ ପ୍ରମୋଦ ତ୍ରିପାଠୀ ତଥା ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ରାଜ୍ୟ
ଅଞ୍ଚଳ ମହାବିଦ୍ୟାଳୟ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ର କବିତା ଆବୃତ୍ତି ଓ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ
- Hits: 220







