ହେଡଲାଇନସ୍:

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ପକ୍ଷରୁ ମହିଳା, ଶିଶୁଙ୍କ କଲ୍ୟାଣ ପାଇଁ ୧୩୦ଟି ନନ୍ଦଘର ଉଦଘାଟନ କରିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏହି ପଦକ୍ଷେପ ୧୨୭ଟି ଗ୍ରାମରେ ୭୦୦୦ରୁ ଅଧିକ ପିଲାମାନଙ୍କ ଜୀବନରେ ଉନ୍ନତି ଆଣିବ

ଝାରସୁଗୁଡ଼ା, ଓଡ଼ିଶା, ୨୪ ଜାନୁଆରୀ ୨୦୨୪: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏକ ସମାରୋହରେ ୧୩୦ଟି ନନ୍ଦଘରକୁ ଉଦଘାଟନ କରିଛି । ନନ୍ଦଘର ହେଉଛି ଆଧୁନିକ ଅଙ୍ଗନବାଡିର ଏକ ନେଟୱର୍କ ଯାହା ବେଦାନ୍ତ ଦ୍ୱାରା ସମର୍ଥିତ ମହିଳା ଓ ଶିଶୁ କଲ୍ୟାଣ ଉଦ୍ଦେଶ୍ୟରେ କାର୍ଯ୍ୟ କରିଥାଏ । ଏହି ଉଦଘାଟିତ ନନ୍ଦଘର ୧୨୭ଟି ଗାଁର ୭୦୦୦ରୁ ଅଧିକ ପିଲାଙ୍କ ଜୀବନରେ ପରିବର୍ତନ ଆଣିବାକୁ ଯାଉଛି । ଝାରସୁଗୁଡ଼ାର ବିଧାୟକ ମିସ ଦୀପାଳି ଦାସ, ଶ୍ରୀ ପ୍ରବିର କୁମାର ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ମିସ ପୁଣ୍ୟବତୀ ହିନ ଖେସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଝାରସୁଗୁଡ଼ା ଓ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଆଲୁମିନିୟମଙ୍କ ଉପସ୍ଥିତିରେ ଏହି ଉଦଘାଟନ କରାଯାଇଥିଲା ।

୨୦୧୫ରେ ଆରମ୍ଭ ହୋଇଥିବା ନନ୍ଦଘର ହେଉଛି ବେଦାନ୍ତର ଫ୍ଲାଗସିପ ଗୋଷ୍ଠୀ ପଦକ୍ଷେପ, ଅନୀଲ ଅଗୱାଲ ଫାଉଣ୍ଡେସନ ଅଧିନରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସହଯୋଗରେ ବିକଶିତ ହୋଇଛି । ୧ ବର୍ଷରୁ କମ ବୟସର ପିଲାମାନଙ୍କ ପ୍ରାକ ସ୍କୁଲ ପ୍ରସ୍ତୁତି, ପୁଷ୍ଟିକର ଖାଦ୍ୟ ଓ ଗର୍ଭବତୀ ତଥା ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ, ସ୍ୱାସ୍ଥ୍ୟସେବା ଉପରେ ନନ୍ଦଘର ଗୁଡ଼ିକ ଦ୍ୱାରା ଉପଯୁକ୍ତ ସଚେତନତା ପ୍ରଦାନ କରାଯାଇଥାଏ ।

ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ମିସ ଦୀପାଳି ଦାସ ଏମଏଲଏ, ଝାରସୁଗୁଡ଼ା କହିଛନ୍ତିଯେ-ମୁଁ ବେଦାନ୍ତ ଓ ଅନିଲ ଅଗ୍ରୱାଲ ଫାଉଣ୍ଡେସନକୁ ଧନ୍ୟବାଦ ଦେବାକୁ ଚାହିଁବି ଯିଏକି ଆମ ସମାଜର ମହିଳା ଓ ଶିଶୁମାନଙ୍କ କଲ୍ୟାଣ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଆଉ ମଧ୍ୟ ଝାରସୁଗୁଡ଼ାରେ ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଂଟରକୁ ଲାଇକେରା ଓ ଝାରସୁଗୁଡ଼ାରେ ସ୍ଥାପନ କରିବାରେ ବେଦାନ୍ତର ପ୍ରୟାସକୁ ଧନ୍ୟବାଦ ଜଣାଉଛି ।

କମ୍ପାନିର ତୃଣମୂଳ ସ୍ତରୀୟ ବିକାଶ ପ୍ରତିଶ୍ରୁତି ଉପରେ ମତ ଦେଇ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଆଲୁମିନିୟମ କହିଥିଲେଯେ- ବେଦାନ୍ତର ନନ୍ଦଘର ପ୍ରକଳ୍ପ ଆମର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ମହିଳା ଓ ଶିଶୁ କଲ୍ୟାଣ ଉଦ୍ଦେଶ୍ୟରେ ଏକ ମହତ ଚିନ୍ତାଧାରା । ଅତ୍ୟାଧୁନିକ ଭିତିଭୂମି ଓ ଉପଯୁକ୍ତ ତାଲିମ ପ୍ରଦାନ କରି ଆମେ ଗ୍ରାମାଂଚଳରେ ମହିଳାମାନଙ୍କୁ ଏହି ସୁଯୋଗ ଦେଇପାରିଛୁ । ଏହା ଦ୍ୱାରା ଆମ ସମାଜର ମହିଳା ଓ ପିଲାମାନେ ଉପକୃତ ହୋଇପାରିବେ ।

ନନ୍ଦଘର ଗୁଡ଼ିକରେ ମଧ୍ୟ ସ୍ମାର୍ଟ ଟେଲିଭିଜନ ସେଟ ସହ ପାନୀୟ ଜଳ,୨୪ X ୭ ବିଦ୍ୟୁତ ସୁବିଧା , ଶୌଚାଳୟ ଇତ୍ୟାଦି ସୁବିଧା ଯୋଗାଇ ଦିଆଯାଇଛି । ବିଲଡିଂ ଆସ ଲର୍ନିଂ ଏଡ (ବାଲା) ପଦ୍ଧତି ଅନୁସାରେ ଏହି ଗୃହକୁ ଡିଜାଇନ କରାଯଇଛି ।
ପ୍ରବୀର କୁମାର ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ କହିଥିଲେଯେ- ବେଦାନ୍ତର ନନ୍ଦଘର ଶିଶୁମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ । ସେମାନେ ସୁସ୍ଥ ରହି ଉନ୍ନତ ଶିକ୍ଷା ଉପକରଣ ବ୍ୟବହାର କରି ସେମାନଙ୍କ ପ୍ରାକ ବିଦ୍ୟାଳୟ ସ୍ତରରେ ନିଜକୁ ସକ୍ଷମ କରାଇପାରିବେ ।
ଏହି ପ୍ରକଳ୍ପ ୟୁଏନ ସ୍ଥାୟୀ ବିକାଶ ଲକ୍ଷ୍ୟ ଯେଉଁଥିରେ ଶୂନ୍ୟ କ୍ଷୁଧା, ଉତମ ସ୍ୱାସ୍ଥ୍ୟ, ଗୁଣମାନର ଶିକ୍ଷା ଓ ଅସମାନତା ଦୂର ଲକ୍ଷ୍ୟକୁ ନେଇ ପରିଚାଳିତ ହେବ ।
ଏହି ଅବସରରେ ପୁଣ୍ୟବତୀ ହିନ ଖେସ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ କହିଥିଲେଯେ ପିଲାମାନଙ୍କ ଶିକ୍ଷା ଓ ୍ବିକାଶ ପାଇଁ ବେଦାନ୍ତର ଏହି ପଦକ୍ଷେପ ସତରେ ଅଭିନନ୍ଦନୀୟ । ଏହା ଦ୍ୱାରା ଏହି ଅଂଚଳର ପିଲାମାନଙ୍କର ଯଥେଷ୍ଟ ଉନ୍ନତି ହୋଇ ପାରିବ ।
ବେଦାନ୍ତର ସାମାଜିକ ପଦକ୍ଷେପ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ, ଜୀବିକା, ଶିଶୁ ଯତ୍ନ, ଦକ୍ଷତା ବିକାଶ, କ୍ରୀଡ଼ା ପାଇଁ ପ୍ରୋତ୍ସାହନ ନିକଟବର୍ତି ୮୦ଟି ଗ୍ରାମର ଲୋକମାନଙ୍କ ପାଖରେ ପହଁଚିପାରିଛି ଓ ବର୍ଷକୁ ୩ ଲକ୍ଷ ଲୋକ ଉପକୃତ ହୋଇପାରୁଛନ୍ତି । ଏହା ୩୫୮ ଏସଏଚଜି ଜରିଆରେ ୪୦୦୦ରୁ ଅଧିକ ମହିଳାମାନଙ୍କୁ ଦ୍ୱାର ଦେଶରେ ସ୍ୱାସ୍ଥ୍ୟସେବା ସହ ୧୩୦୦୦ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ସହାୟତା ପ୍ରଦାନ କରୁଛି । କେବଳ ଏତିକି ନୁହେଁ ଗୋଷ୍ଠୀ ସ୍ତରରେ ୧.୪୮ଟି ବୃକ୍ଷ ରୋପଣ କରିଛି ।
ସୂଚନାଯୋଗ୍ୟ ଯେ ବେଦାନ୍ତ ଆଲୁମିନିୟମ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟା ଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର୍ୟା ଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

0
0
0
s2sdefault