କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଟାଇଁସର ମହାତ୍ମା ଗାନ୍ଧୀ ୟୁଥ କ୍ଲବ ପକ୍ଷରୁ ପ୍ରତିବର୍ଷ ଭଳି ଟାଇଁସର ଖେଳପଡ଼ିଆରେ ଆୟୋଜିତ ହେଉଥିବା ୧୬ତମ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଛି l ଗତ ୨ଦିନ ଧରି ଆରମ୍ଭ ହୋଇଥିଲା l ୧୬ଟି ଦଳ ଭାଗ ନେଇଥିଲେ l l ଫାଇନାଲ ମ୍ୟାଚ ହାଡ଼ିପାଲି ଓ ଖମାରବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ହାଡ଼ିପାଲି ଦଳ, ଖମାର ବାହାଲକୁ ଟ୍ରାଇବ୍ରେକର ଯୋଗେ ୫-୪ ଗୋଲରେ ପରାସ୍ତ କରି ଚାମ୍ପିଅନ ହୋଇଥିଲେ l ବିଜେତା ଦଳକୁ ଟ୍ରଫି ସହ ନଗଦ ୧୫,୦୦୦ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ୧୦,୦୦୦ ହଜାର ଟଙ୍କା ରାଶି ପ୍ରଦାନ କରାଯାଇଥିଲା l ପୁରସ୍କାର ବିତରଣ ସଭାରେ ବ୍ଲକ ଅଧକ୍ଷ ଭୁବନେଶ୍ୱର କିସାନ , ପୂର୍ବତନ ବିଧାୟକ ରବିନାରାୟଣ ନାଏକ, ସମିତି ସଭ୍ୟ ରଶ୍ମି କୁସୁମ, ଓ ବିନତି ବାଘ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଆୟୋଜକ ସଭାପତି ପିତାମ୍ବର ମାଝୀ, ସମ୍ପାଦକ ଗୌରୀଶଙ୍କର ବାରିକ ଓ ମଣ୍ଟୁ ବାଘ, ଦେବବ୍ରତ ବାରିକ, ରିପନ ବାଘ, ସୁମନ୍ତ ପଟେଲ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l ପ୍ରଶାନ୍ତ ଭୋଇ, ସୁଜିତ ବାରିକ, ରିଙ୍କୁ ସିଂ ପ୍ରମୁଖ ଖେଳ ପରିଚାଳନା କରିଥିଲେ l
ରାଜ୍ୟ
ଦ୍ଵି-ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଖମାର ବାହାଲକୁ ହରାଇ ହାଡ଼ିପାଲି ଚାମ୍ପିଅନ
- Hits: 470







