ହେଡଲାଇନସ୍:

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ହମିରପୁର କଣ୍ଟ୍ରାକର କଲୋନୀ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଚତୁର୍ଦ୍ଦିବସୀୟ କାର୍ଯ୍ୟକ୍ରମରେ ଗତ ୧୯ ତାରିଖ ଦିନ କଳସ ଯାତ୍ରା,ମଣ୍ଡଳୀ କରଣ, ଅଙ୍କୁରାରୋପଣ,କୁଣ୍ଡାଧୀବାସ ଓ ଗର୍ଭାଧାନ,୨୦ ତାରିଖ ରେ ପଞ୍ଚଗବ୍ୟ ଷୋଧନ, ସୂର୍ଯ୍ୟପୂଜା,ଯଜ୍ଞ, ଦେବତା ଉତସ୍ଥାପନ, ସ୍ନାନ ଓ ଶୟନ,୨୧ ତାରିଖ ରେ ସୂର୍ଯ୍ୟପୂଜା,ଗୋପୂଜା, ମଣ୍ଡପେଯଜ୍ଞ, ଦେବତା ପ୍ରାଣ ପ୍ରତିଷ୍ଠା, ଜୀବନ୍ୟାସ, ମନ୍ଦିର ପ୍ରତିଷ୍ଠା, ନୈବେଦ୍ୟ, ଆଳତୀ ଓ ପୁଷ୍ପାଞ୍ଜଳି ୨୨ ତାରିଖ ଆଜି ମଣ୍ଡପେ ପୂଜାରମ୍ଭ, ମନ୍ଦିରେ ଶତରୂଦ୍ର ଅଭିଷେକ, ବଡ଼ସିଂହାର ବେଶ, ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ, ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ,ହରିହର ରାଉତରାୟ, ଆନନ୍ଦ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ ସେଠୀ, ଅଭୟ କୁମାର ଦାସ, ସରୋଜ ରାଉତରାୟ, ବଟକୃଷ୍ଣ ଶତପଥୀ, ମନୋରଞ୍ଜନ ଦାଶ,ଆର୍ କେ ନାୟକ, ଭାସ୍କର ମହାପାତ୍ରଙ୍କ ସମେତ ସହରର ବହୁ ଜଣାଶୁଣା ତଥା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ସୁରେଶ କୁମାର ଦଳବେହେରା, ପଦ୍ମାବତୀ ଦଳବେହେରା ଦାୟିତ୍ଵ ତୁଲାଇଥିଲା ବେଳେ ପଣ୍ଡିତ ସର୍ବଶ୍ରୀ ଉପେନ୍ଦ୍ର ନନ୍ଦ,ବିଧୁଭୂଷଣ ପଣ୍ଡା, ହରିଶ୍ଚନ୍ଦ୍ର (କାଳିଆ ନନା) ପଣ୍ଡା, ମହେଶ୍ୱର ପଣ୍ଡା, ବଳରାମ ପତି ପ୍ରମୁଖ ପୂଜକ ଦାୟିତ୍ଵ ତୁଲାଇଥିଲେ। ସହସ୍ରାଧିକ ଭକ୍ତ ଯୋଗ ଦେଇ ପ୍ରସାଦ ସେବନ କରିଥିବା ବେଳେ ରାଧାକୃଷ୍ଣ ସଙ୍କୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟି ତରଫରୁ ସର୍ବଶ୍ରୀ ନିରଞ୍ଜନ ସାମନ୍ତରାୟ, ଜ୍ୟୋସ୍ନା ରାଣୀ ରାଉତ, ଚନ୍ଦ୍ରଭାନୁ ରାଉତ, ଧର୍ମେନ୍ଦ୍ର ଦାଶ, କୈଳାସ ଚନ୍ଦ୍ର ପାତ୍ର, ଶ୍ରୀକାନ୍ତ ସାହୁ, ଡ଼ଃ ସୁମନ ଦତ୍ତ, ଅଶୋକ ସାହୁ,ସୋହନ ଦଳବେହେରା, ସୁଶ୍ରୀ ସାଧନା, ବିବେକାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault