ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ଠାରେ ଜଙ୍ଗଲୀ ଶୁଆ (Alexandrine Parrots) ଯାହା ବର୍ତ୍ତମାନ ବିଲୁପ୍ତ ହେବା ଅବସ୍ଥା ରହିଛି ଏହାର ଚୋରା ଚାଲାଣ ହେବାର ଖବର ପାଇ ଗିରଫ କରିଛି ବନ ବିଭାଗ । ଏହାକୁ ଧରିବା ପାଇଂ ସ୍ଥାନୀୟ ବନଖଣ୍ଡ ଅଧିକାରୀ ଶ୍ରୀ ଯଶୋବନ୍ତ ସେଠି କଁ ନିର୍ଦେଶା କ୍ରମେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ଯୋଜନା ମୁତାବକ ଇନ୍ଦିରା ଗାନ୍ଧୀ ପାର୍କ ସମୁଖ ରେ ଛକି ବସିଥିଲେ ବନ ବିଭାଗ। ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟ ରେ ବନ୍ଧମୁଣ୍ଡା ଶୀତଳ ନଗର ମୁନ୍ନା ସାହୁ ବୟସ ୩୪ ବର୍ଷ ଏବଂ ରାଉରକେଲା ନାଲା ରୋଡ଼ ଅଞ୍ଚଳରେ ଜଣେ ନାବାଳକ ଏମ.ଆନୱାର ରାଉରକେଲା ଏକ ମୋଟର ସାଇକଲ ରେ ୧୦ ଗୋଟି ଶୁଆ କୁ ଧରି Sec-2 Bus Stand ଆଡକୁ ଯିବା ସମୟ ରେ ରାଉରକେଲା ବନ ବିଭାଗ ଷ୍ଟାଫ ଇନ୍ଦିରା ଗାନ୍ଧୀ ପାର୍କ ସମୁଖ ରେ ଧରି ପାନପୋଷ ବନାଞ୍ଚଳ ଅଫିସ କୁ ଆଣିଥିଲେ । ଉକ୍ତ ବ୍ୟକ୍ତି ଦ୍ବୟ ଙ୍କୁ ପୁନର୍ବାର ପଚାରିବାରୁ ଆଉ ୭୨ ଗୋଟି ଜଙ୍ଗଲୀ ଶୁଆ ନାଲା ରୋଡ ଭଡା ଘରେ ଥିବାର ସୂଚନା ଦେଇଥିଲେ । ସୂଚନା ପାଇ ପୁଣି ନାଲା ରୋଡ ଘର କୁ ଯାଇ ଅବଶିଷ୍ଟ ୭୨ ଗୋଟି ବିଲୁପ୍ତ ହେବାକୁ ଥିବା ଜଙ୍ଗଲୀ ଶୁଆ ଚୋରା ଚାଲାଣ କରିବାକୁ ରଖିଥିବା ବେଳେ କୁ ଉଦ୍ଧାର କରାଯାଇଥିଲା । ଏହା ଏକ ବନ୍ୟଜନ୍ତୁ ସଂରକ୍ଷଣ ଆଇନ Wildlife Protection Act 1972 ଧାରା ୯,୩୯,୪୯(ଖ),୪୯(ଗ) ରେ କେସ ରୁଜୁ କରାଯାଇ ଅଛି ଏବଂ ଏହି କେଶ ରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ସବିଶେଷ ତଦନ୍ତ ଚାଲୁଅଛି । ତେବେ ଏହି ମାମଲାରେ ଆଉ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।
ରାଜ୍ୟ
ଜଙ୍ଗଲୀ ଶୁଆ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ଗିରଫ। ଜଣେ ନାବାଳକ ସହ ଜଣେ ବୟସ୍କ ଅଭିଯୁକ୍ତ ଗିରଫ।
- Hits: 222







