ହେଡଲାଇନସ୍:

ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଏକବିଂଶତମ ସ୍ଵନକ୍ଷତ୍ର ଦିବସ ; ମନ ମୋହିଲା କୁନି କୁନି ଛାତ୍ରଛାତ୍ରୀଙ୍କ ରାମାୟଣ ଚରିତ୍ର ବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ସୋମବାର ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଏହିଭଳି ଏକ ପବିତ୍ର ଦିବସରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଏକବିଂଶତମ ସ୍ଵନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ଅନୁଷ୍ଠାନର ସ୍ଵର୍ଗତ ବିଜୟଲକ୍ଷ୍ମୀ ଗୁରୁମାଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା I ଅନୁଷ୍ଠାନ ସମ୍ପାଦକ ମାଧବ ଚନ୍ଦ୍ର ଆପଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଟନ କରିଥିବାବେଳେ ଏଥିରେ ମୁଖ୍ୟ ବକ୍ତା ରୂପେ ରାଜ୍ୟ ବିଜେଡ଼ି ମୁଖପାତ୍ର ତଥା ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ଓମ୍ ପ୍ରକାଶ ସାହୁ ଯୋଗଦେଇଥିଲେ I ସେହିପରି ସ୍ଵତନ୍ତ୍ର ଅତିଥି ରୂପେ ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ,ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ସଭାପତି ତଥା ବଡ଼ ବୋର୍ସିଂ ସରପଞ୍ଚ ରାମେଶ୍ଵର ପାତ୍ର, ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଜ୍ୟୋତି ରଞ୍ଜନ ନାୟକ,ମଙ୍ଗଳପୁର ସିଆରସିସି ଶଙ୍କରନାରାୟଣ ସେଠୀ, ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ ପ୍ରଧାନ, ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ସମ୍ପାଦକ ସୁଶାନ୍ତ ବେହେରା,ଗୋବରା ସମିତିସଭ୍ୟ ବିଭୂପାଦ ଜେନା,ଅନୁଷ୍ଠାନ ସଭାପତି ଅରୁଣ ଷଡଙ୍ଗୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିବା ସହ ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ I ଶିକ୍ଷକ ଛାୟାକାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ I ଉପସ୍ଥିତ ଅତିଥି ମାନେ ଅନୁଷ୍ଠାନର ଗୁରୁଜୀ ଗୁରୁମା ଏବଂ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ,ଜଗନ୍ନାଥ ସ୍ୱାମୀ ନାଟ୍ୟ ସଂସଦ କଳାକାର ଏବଂ ଢୁଙ୍କାପଡ଼ାର ବିଶିଷ୍ଟ ପୌରାଣିକ ନାଟ୍ୟ ନିର୍ଦ୍ଦେଶକ ଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ I ଏହି ଅବସରରେ ଅନୁଷ୍ଠାନର ଅଢେଇ ବର୍ଷରୁ ତିନି ବର୍ଷର ଶିଶୁ ମାନେ ରାମାୟଣ ବିଭିନ୍ନ ଚରିତ୍ର ପ୍ରଦର୍ଶନ କରି ଦର୍ଶକଙ୍କୁ ଆମୋଦିତ କରିଥିଲେ I ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିଭାବକ ଏବଂ ଦର୍ଶକଙ୍କୁ ବିଳମ୍ୱିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା I ଭଞ୍ଜଭୂମି ଅର୍କେଷ୍ଟ୍ରା ପରିଚାଳକ ତଥା ଶିକ୍ଷକ ରାଜ୍ କିଶୋର ସ୍ଵାଇଁ ଏବଂ ସାଥୀ ଚିନ୍ମୟୀ ରାମ ଭଜନ ପରିବେଷଣ କରି ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ I ଅନୁଷ୍ଠାନ ସମ୍ପାଦକ ମାଧବ ଚନ୍ଦ୍ର ଆପଟ ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault