ହେଡଲାଇନସ୍:

ଘୁମୁସର କ୍ଷେତ୍ର ଭଞ୍ଜନଗରରେ ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ଅଭ୍ୟାସ ପ୍ୟାରେଡ୍।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଘୁମୁସର ଉପଖଣ୍ଡ ଭଞ୍ଜନଗର ଠାରେ ଥିବା "କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ" ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଜି ୨୩/୦୧/୨୦୨୪ ମଗଂଳ ବାର ଦିନ ୩:୩୦ ମିନିଟ୍ ରେ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହୋଇଛି।
ଵିଶ୍ଵର ମହାନ୍ ସାର୍ବଭୌମ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷ ଆସନ୍ତା ୨୬ ଜାନୁଆରୀ ୨୦୨୪ ( ଶୁକ୍ରବାର) ଦିନ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ୧୯୫୦ ଜାନୁଆରୀ ୨୬ ରେ ଗଠିତ ଭାରତ ଭୂଖଣ୍ଡର ପବିତ୍ର ସମ୍ବିଧାନ କୁ ପ୍ରତ୍ୟେକ ଭାରତୀୟଙ୍କ ସ୍ଵପ୍ନ ଓ ସଂକଳ୍ପର ଦସ୍ତାବିଜ କୁ ସମ୍ନାନ ଜଣାଇ ଭକ୍ତି ଅର୍ଘ୍ୟ ପ୍ରଦାନ କରିବା ଓ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ଭାବେ ଆମେ ସମସ୍ତେ ଗର୍ବ କରିବା ଉଚିତ।

ସେହି ଅବିସ୍ମରଣୀୟ ପୁର୍ଣ୍ଣ ତିଥି ଅବସରରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ୭୫ ତମ ସାଧାରଣତନ୍ତ୍ର ଦିବସ ଉତ୍ସବ। ଉକ୍ତ ଉତ୍ସବରେ ସ୍ଥାନୀୟ ଉପଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗଦେବା ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିବାର ଅଛି। ଉକ୍ତ ଉତ୍ସବରେ ପୁର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହିତ ପ୍ୟାରେଡ୍ ରେ ଭଲ ପ୍ରଦର୍ଶନ କରିଥିବା ମହାବିଦ୍ୟାଳୟ ଓ ବିଦ୍ୟାଳୟ ର ବିଭିନ୍ନ ଦଳ ମାନଙ୍କୁ ପୁରସ୍କୃତ କରାଯିବା। ସେଥିପାଇଁ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରରେ ପ୍ୟାରେଡ୍ ରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଦଳ, ଦୁଇଦିନ ଚଳିତ ୨୩ ଓ ୨୪ ତାରିଖ ରେ ଅଭ୍ୟାସ ପ୍ୟାରେଡ୍ କରିଥାନ୍ତି।
ଦୁଇଦିନିଆ ଏହି ଅଭ୍ୟାସ ପ୍ୟାରେଡ୍ ରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ୨୪ ଗୋଟି ଦଳ ଚୟନ ହୋଇ ପ୍ୟାରେଡ୍ ଅଭ୍ୟାସ କରିଥାନ୍ତି। ଅଭ୍ୟାସ ପ୍ୟାରେଡ୍ ର ସୁପରିଚାଳନା ନିମନ୍ତେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ନାଭାଲ୍ ୱିଗ୍ଂ ଅଫିସର୍ ରବୀନ୍ଦ୍ର କୁମାର ମିଶ୍ର, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ଆର୍ମି ୱିଗ୍ଂ ଅଫିସର୍ ଶ୍ୟାମା ପ୍ରସାଦ ମିଶ୍ର ସମେତ ଉପଖଣ୍ଡ ସୁଚନା ଲୋକସମ୍ପର୍କ ଅଧିକାର ଶ୍ରୀ ଗୌରୀଶଙ୍କର ଶତପଥୀ ଉପସ୍ଥିତ ଥିଲେ। ଏଥି ସମେତ ଭଞ୍ଜନଗର ର କିଛି ସାମ୍ବାଦିକ ଙ୍କ ସହିତ ଅନେକ ଦର୍ଶକ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଙ୍କ ସମ୍ନିଳନୀ କକ୍ଷର ପୂର୍ବ ପ୍ରସ୍ତୁତି ବୈଠକ ର ନିଷ୍ପତ୍ତି କ୍ରମେ ସ୍ଥାନୀୟ ସହକାରୀ ଯନ୍ତ୍ରୀ , ଜନସ୍ବାସ୍ଥ୍ୟ ବିଭାଗ କୁ ନିର୍ଦେଶ ହୋଇଛି ଯେ, ୨୩/୨୪ ଓ ୨୫/୦୧/୨୦୨୪ ରିଖ ତିନିଦିନ ଅପରାହ୍ନ ୨ ଘଣ୍ଟିକା ସୁଧା ଗୋଟିଏ ଲେଖାଁଏ ପାଣି ଟାଙ୍କି ର ପାଣି କୁ ଅଭ୍ୟାସ ପ୍ୟାରେଡ୍ ପଡ଼ିଆରେ ସିଞ୍ଚନ କରିବା ପାଇଁ। କାରଣ ପ୍ୟାରେଡ୍ ସମୟରେ ପଡ଼ିଆ ରେ ପ୍ରଚୁର ଧୁଳି ଉଡ଼ିବା ଦେଖାଯାଉଛି।

0
0
0
s2sdefault