ହେଡଲାଇନସ୍:

ଏ.ଟି.ଏସ୍ ପକ୍ଷରୁ ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ଢ଼େଙ୍କାନାଳ/ ରବିନ୍ ଦାସ ; ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୈନିକ ସଡ଼କ ଦୁର୍ଘଟଣା ଘଟୁଥିବା ଏବେ ସାଧାରଣ ହୋଇଯାଇଛି । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ଫୋନରେ କଥା ହେବା ଓ ଦୃତ ଗତିରେ ଗାଡ଼ି ଚଳାଇବା ଆଦି ଖରାପ ଅଭ୍ୟାସ ଏହାର ମୁଖ୍ୟ କାରଣ । ସଡ଼କ ପଥର ନିୟମ ସମ୍ପର୍କରେ ଜାଣି ନଥିବା ମଣିଷ ମାନଙ୍କ ପାଇଁ ମଧ୍ୟ ଅହରହ ଦୁର୍ଘଟଣା ଦେଖିବାକୁ ମିଳୁଛି । ସେଥିପାଇଁ ସରକାରଙ୍କ ପକ୍ଷରୁ ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ କରାଯାଉଛି । ଭବିଷ୍ୟତ ପିଢ଼ିକୁ ସଚେତନ କରିବା ପାଇଁ ବିଶେଷକରି ଶିକ୍ଷାନୁଷ୍ଠାନ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅଧିକ ଅନୁଷ୍ଠିତ ହେଉଅଛି । ସେହିପରି ଜାମସେଦପୁରର ଅଟୋମେସନ ଟେକ୍ନିକାଲ ସର୍ଭିସ୍ (ATS) କମ୍ପାନୀ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଯାହା ଜାନୁୟାରୀ ୧୬ ତାରିଖ ଠାରୁ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଆଜି ତା.୨୩.୦୧.୨୦୨୪ ରିଖ ମଙ୍ଗଳବାର ଦିନ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଉଚ୍ଚ ବିଦ୍ୟାଳୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନେ କିଭଳି ସହଜରେ ମନେରଖି ପାରିବେ ସେଥିପାଇଁ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ଏଥିରେ ପିଲାମାନେ ଖୁବ୍ ସୁନ୍ଦର ଭାବରେ ସଠିକ୍ ଉତ୍ତର ରଖିବା ସହିତ ବାଲିବୋ ଗ୍ରାମର ସାମ୍ବାଦିକ ରବିନ୍ ଦାସଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ । ଏଟିଏସ୍ କମ୍ପାନୀ ପକ୍ଷରୁ କଳିଙ୍ଗନଗର ଡୁବୁରୀ ଶାଖା ଅଧିକାରୀ ପ୍ରବୋଧ ସ୍ବାଇଁ, ଶାଖା ଇନଚାର୍ଜ ଶ୍ରୀ ରୋହିତ କୁମାର ଓ ସୁରକ୍ଷା ଅଧିକାରୀ ଶ୍ରୀ ଦେବୀପ୍ରସାଦ ସ୍ବାଇଁ ଆସିଥିଲେ । ବାଲିବୋ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ କାର୍ତ୍ତିକ ପେଣ୍ଠୋଇ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

0
0
0
s2sdefault