ହେଡଲାଇନସ୍:

ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ବୃହତ ବଣ୍ଟନ ମେଳା ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ସରକାରୀ ବାଳକ ବିଦ୍ୟାଳୟ ପରିସରରେ ପୂର୍ବାହ୍ନରେ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ୭୬ଜଣଙ୍କୁ ଭୁବନେଶ୍ୱର ଏଲ ଏମାଇକୋଙ୍କ ସହାୟତାରେ ରେଡକ୍ରସ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଯୋଜନା କରିଥିଲା ।ମୋଟ ୩୨ଲକ୍ଷ ଟଙ୍କା ବ୍ୟୟରେ ୭୬ଜଣ ଭିନ୍ନକ୍ଷମଙ୍କୁ ସେମାନଙ୍କ ଗମନା ଗମନ କ୍ଷେତ୍ରରେ ସହାୟତା ପାଇଁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ,ଏସପି ସନ୍ଦୀପ ମଦେକର,ଜିଲ୍ଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ,ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ପୌରଧକ୍ଷା ସରିତା ସାହୁ,ଏଲିମକୋର ମୁଖ୍ୟ ସ୍ମୃତି ମଲ୍ଲିକ, ଆଇଡି.ଏଫସି ଫାଷ୍ଟ ବ୍ୟାଙ୍କର ରାଜ୍ୟ ମୁଖ୍ୟ ପ୍ରତୀକ ମହାନ୍ତି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଭିନ୍ନକ୍ଷମ କଲ୍ୟାଣ ପାଇଁ ଜିଲ୍ଲାପ୍ରଶାସନ ନେଇଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ।ଭିନ୍ନକ୍ଷମ ମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜଙ୍କ ମାନସ ପ୍ରସ୍ତୁତ ଯୋଜନା ବୋଲି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରୁଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରକାଶ କରିଥିଲେ।ଏଥିରେ ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀ ,କେନ୍ଦ୍ରାପଡ଼ା ବ୍ଲକ ଏବଂ ମୁନ୍ସିପାଲିଟି,ଡେରାବିଶ ଓ ପଟ୍ଟାମୁଣ୍ଡାଇ ବ୍ଲକର ମୋଟ ୭୬ ଜଣଙ୍କୁ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ବଣ୍ଟନ କରାଯାଇଛି ।ଭିନ୍ନକ୍ଷମ ହିତାଧିକାୀମାନେ ପ୍ରଭୁ ବଳଦେବଜୀଉଙ୍କ ନିକଟରେ ଜିଲ୍ଲାପାଳ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସଙ୍କ ମଙ୍ଗଳ କାମନା କରିଥିଲେ ।
ଦ୍ଵିତୀୟ ବୃହତ୍ ବଣ୍ଟନ ଶିବିରଟି କେନ୍ଦ୍ରାପଡ଼ା ପୌରପରିଷଦ ଦୃଷ୍ଟିହୀନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଯାହା ପାରାଦୀପ ସ୍ଥିତ ଭାରତୀୟ ତୈଳ ନିଗମର ବିଶୋଧନା ଗାର ପକ୍ଷରୁ ୧୦୬ ଜଣ ଭିନ୍ନକ୍ଷମଙ୍କୁ ବଣ୍ଟନ କରାଯାଇଛି।ଏଥିରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ,ଜିଲ୍ଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ପିତାମ୍ବର ସାମଲ,ପାରାଦୀପ ଆଇ ଓ ସିଏଲ୍ ଅଧ୍ୟକ୍ଷ ଡିଜିଏମ୍ ଶ୍ରୀଯୁକ୍ତ ବିପି ସୁବୁଦ୍ଧି, ଏଲିମ୍ କୋର ରାଜ୍ୟ ମୁଖ୍ୟ ସ୍ମୃତି ମଲ୍ଲିକ,ପୌରଧକ୍ଷ ସରିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।ପ୍ରାରମ୍ଭରେ ପ୍ରଭୁ ଶ୍ରୀ ବଳଦବଜୀଉଙ୍କ ଫଟୋ ଚିତ୍ର ସମ୍ମୁଖରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ବଣ୍ଟନ ମେଳାକୁ ଉଦଘାଟନ କରିଥିଲେ। ପ୍ରଥମେ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ, କୋରୁଆ ପଲ୍ଲୀଶ୍ରୀ ମହିଳା ସମିତିର ଦୁଇଜଣ ଅନ୍ତର୍ବସିନି ସ୍ଵାଗତ ନୃତ୍ୟ ପରିବେଷଣ କରିଥିଲେ ।ସମସ୍ତ ଅତିଥି ଆଜିଭଳି ଏକ ପବିତ୍ର ଦିନରେ ଜିଲ୍ଲା ପ୍ରଶାସନ ଭିନ୍ନକ୍ଷମ ମାନଙ୍କ ପାଇଁ ଆୟୋଜନ କରିଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିଗ ଓ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଡିଡି ଆର ସି , ମେଣ୍ଟାଲ ରିହାବି ଲେଶନ ଗୃହ ଆଦି ଉପରେ ଆଲୋକପାତ କରିଥିଲେ।ଜିଲ୍ଲାପାଳ ଭିନ୍ନକ୍ଷମଙ୍କ ପାଇଁ ସମସ୍ତେ ସମ୍ବେଦନଶିଳ ହେବା ସହ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆଗକୁ ନେବା ପାଇଁ ସହଯୋଗିତାର ହାତ ବଢ଼ାଇବାକୁ ପରାମର୍ଶ ଦେଇଥିଲେ ।ଶେଷରେ ସମସ୍ତଙ୍କୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀଣୀ ରୂପାଲି ପ୍ରିୟଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault