ହେଡଲାଇନସ୍:

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୧ଜଣ ଫାଇନାଲକୁ ଉତ୍ତୀର୍ଣ୍ଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସଙ୍ଗୀତଧାରା ନୟାଗଡ଼ ପକ୍ଷରୁ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୧ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଏହି ସେମି ଫାଇନାଲରେ ଜିଲ୍ଲାର ମୋଟ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରୁ ୩୩ ଜଣ ପ୍ରତିଯୋଗୀ ମନୋନୀତ ହୋଇ ସେମି ଫାଇନାଲରେ ଭାଗ ନେଇଥିଲେ । ନୟାଗଡ଼ ବ୍ଳକ ସମ୍ମିଳନୀ କକ୍ଷରେ ଆୟୋଜିତ ସେମି ଫାଇନାଲରେ ବିଚାରକ ଭାବେ ସୂରଗନ୍ଧର୍ବ ନବକିଶୋର ମିଶ୍ର,ସଙ୍ଗୀତଗୁରୁ ମାଧବ ମହାରଣା ଏବଂ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୧ଜଣ ପ୍ରତିଯୋଗୀଙ୍କୁ ଫାଇନାଲ ପାଇଁ ବାଛିଥିଲେ । ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ଏହି ପ୍ରତିଯୋଗୀ ମାନେ ହେଲେ ପ୍ରୟତାତ୍ମା ରଥ,ଶୁଚିସ୍ମିତା ନନ୍ଦ,ଓମ ପ୍ରକାଶ ପାତ୍ର,ସଙ୍ଗୀତା ପ୍ରଧାନ,ଶ୍ରୀଜଲ ମହାନ୍ତି,ଶୁଚିସ୍ମିତା ଦୋରା,ସ୍ନେହା ପ୍ରିୟଦର୍ଶିନୀ,ସ୍ୱାଗତିକା ପଣ୍ଡା,ରିଙ୍କି ମହାପାତ୍ର,ଅସୀମା ଜେନା ଏବଂ କ୍ରିତ୍ତିକା ମଣ୍ଡଳ । ତେବେ ସେମି ଫାଇନାଲରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍ଗୀତଧାରା ସଭାପତି ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ,ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ଉପସଭାପତି ଡ.ନିର୍ମଳ ଚନ୍ଦ୍ର ଶୂରଦେଓ,ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ,ସହ ସମ୍ପାଦକ ବିଜୟାନନ୍ଦ ମହାପାତ୍ର,ସଂଯୋଜକ ଲକ୍ଷ୍ମୀଧର ସାହୁ,ଗୁରୁ ପ୍ରଭାତ ମହାପାତ୍ର,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ,ଅଶୋକ ମଲ୍ଲ,ଡ.ଆଶୁତୋଷ ମିଶ୍ର,ଗୋପୀନାଥ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ଫାଇନାଲରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ନଗଦ ୧୧ହଜାର ଟଙ୍କା ସହିତ ‘ନୟାଗଡ଼ ସଙ୍ଗୀତ କଲୋଳ’ ଉପାଧି ପ୍ରଦାନ କରାଯିବା ସହିତ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୫ ହଜାର ଏବଂ ୩ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

0
0
0
s2sdefault