ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଦେଉଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ପରିସରରେ ରାଷ୍ଟ୍ରୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରାମ ସିଂ ଭୋଇ ଦ୍ଵୀପ ପ୍ରଜ୍ଜ୍ୟ ଳନ କରି ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଦ୍ଵିତୀୟ ପର୍ଯ୍ୟାୟ ରେ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସହ ବ୍ଲକ୍ ଶିକ୍ଷାଧିକରୀ ରାମ ସିଂ ଭୋଇ, ଶିବ ପ୍ରସାଦ ଯୋଶୀ , ଦେଓଳୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲତିକା ବିଶି ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ସି ଆର ସି ସି ମନୋଜ ସାହୁ ସଂଯୋଜନା କରିଥିବା ବେଳେ ବ୍ଲକ୍ର ସମସ୍ତ ସି ଆର ସି ସି ଓ ଉକ୍ତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଶେଷରେ ଶ୍ରୀ ନେତ୍ରାନନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରାଜ୍ୟ
ରାଷ୍ଟ୍ରୀୟ ବାଳିକା ଦିବସ ପାଳିତ
- Hits: 348







