ହେଡଲାଇନସ୍:

ପିଏନ୍‌ବି ପକ୍ଷରୁ ସମ୍ ହସ୍ପିଟାଲ୍‌କୁ ଭେଂଟିଲେଟର ଓ ଆଇସିୟୁ ଶଯ୍ୟା ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଜାନୁଆରୀ ୨୩ : ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଗୋଟିଏ ମଲ୍ଟିପର୍ପୋଜ ଭେଂଟିଲେଟର ଓ ୬ଟି ମୋଟୋରାଇଜ୍‌ଡ ଆଇସିୟୁ ଶଯ୍ୟା ପ୍ରଦାନ କରାଯାଇଛି ।
ବ୍ୟାଙ୍କର କର୍ପୋରେଟ ସୋସିଆଲ୍ ରେସପନ୍‌ସିବିଲିଟି (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ମାଧ୍ୟମରେ ଏହା ପ୍ରଦାନ କରାଯାଇଛି । ମଙ୍ଗଳବାର ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର ତଥା ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଶ୍ରୀ ଅତୁଲ କୁମାର ଗୋଏଲ ଏହି ଉପକରଣ ଗୁଡ଼ିକ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ମନୋଜରଞ୍ଜନ ନାୟକଙ୍କୁ ହସ୍ପିଟାଲ୍‌ ପରିସରରେ ଏହା ପ୍ରଦାନ କରିଥିଲେ ।
ଶ୍ରୀ ଗୋଏଲ୍ ଡାକ୍ତରଖାନା ପରିଦର୍ଶନ କରିବା ସମୟରେ ତାଙ୍କ ସହିତ ବ୍ୟାଙ୍କର ଜୋନାଲ୍ ମ୍ୟାନେଜର ଶ୍ରୀ ଏ. ଉଦୟ ଭାସ୍କର ରେଡ୍ଡି ଓ ଭୁବନେଶ୍ୱର ସର୍କଲ ହେଡ଼ ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର ଉପସ୍ଥିତ ଥିଲେ ।
ଏହି ଅବସରରେ ହସ୍ପିଟାଲର ସୁପରିଟେଣ୍ଡେଂଟ ପ୍ରଫେସର (ଡ) ପୁଷ୍ପରାଜ ସାମନ୍ତସିଂହାର, ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚାର୍ଟଡ ଆକାଉନ୍‌ଟାଂଟ ଶ୍ରୀ ସରୋଜ କୁମାର ସାମଲ, ସିଟିଭିଏସ୍ ବିଭାଗୀୟ ମୁଖ୍ୟ ଡ. ଦେବାଶିଷ ସାହୁ, ଆନେସଥେସିଓଲୋଜିଷ୍ଟ ଡ. ସୁଶାନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault