ହେଡଲାଇନସ୍:

ଦଶମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଅର୍ବାନ୍ ବ୍ୟାଙ୍କ୍ ପଡିଆ ଠାରେ ପାରଳାର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ 'କ୍ରିଏଟିଭ୍ ଆର୍ଟସ୍' ଆୟୋଜିତ ଦଶମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବର ଉଦଯାପିତ ହୋଇଯାଇଛି।
କାର୍ଯ୍ୟକ୍ରମ ର ପ୍ରଥମ ରାଜନୀରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଦଶମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବକୁ ଉଦ୍ଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ ମହାଦେଇ କଲ୍ୟାଣୀ ଗଜପତି ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବୀରେନ୍ଦ୍ର ଦାସ , ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଉପସ୍ଥିତ ଥିବା ବେଳେ ଅନୁଷ୍ଠାନ ର ସଭାପତି ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ସ୍ବର୍ଗତ ପ୍ରବୀଣ ପଣ୍ଡା ଙ୍କ ସ୍ମୃତି ସମ୍ମାନରେ ବିଶିଷ୍ଟ ନାଟ୍ୟକାର ପ୍ରଦୀପ ବିଶ୍ଵାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଦକ୍ଷିଣ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ୍ ଦ୍ଵାର ନାଟକ "ଭାବର ଠାକୁର" ମଞ୍ଚସ୍ଥ ହୋଇଥିଲା। ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ ଅବସରରେ ଆୟୋଜିତ ଏହି ସାସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ଓ ଭକ୍ତ ମାନେ ବିଳମ୍ୱିତ ରାତ୍ରୀ ଯାଏଁ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ବେଳେ ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା।
ଭକ୍ତ ଟିଏ ଜଗନ୍ନାଥ ଙ୍କୁ ହୃଦୟ ରୁ ଭକ୍ତିର ସହ ଭଲ ପାଏ ଆଉ ଭଗବାନ ନିଜେ ତାକୁ ପରୀକ୍ଷା ନିଅନ୍ତି ହେଲେ ଭକ୍ତର ଭଗବାନ ଙ୍କ ପ୍ରତି ନିଃସ୍ଵାର୍ଥପର ସେବା ଦେଖି ଅଭିଭୂତ ହୋଇଯାଆନ୍ତି ଏପରି ଏକ କାହାଣୀ କୁ ନେଇ ନାଟକ ''ଭାବର ଠାକୁର '' ମଞ୍ଚସ୍ଥ ହୋଇଥିଲା। ନାଟକ କୁ ପ୍ରଦୀପ ବିଶ୍ଵାଳ ରଚନା କରିଥିବା ବେଳେ ନାଟ୍ୟ ପରିକଳ୍ପନା ଦେଇଥିଲେ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଓ ନିର୍ଦ୍ଦେଶନା ମନୋଜ ପାଢ଼ୀ ଓ ଆଦର୍ଶ ଦାସ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ କ୍ରିଏଟିଭ ଆର୍ଟସ ର କଳାକାର ମାନେ। ନାଟକ ରେ ନିଖୁଣ ଅଭିନୟ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିଥିଲା।
ସେହିପରି ଦ୍ବିତୀୟ ରାଜନୀରେ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭା କାର୍ଯ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡଃ. ଗୁଣନିଧି ନାୟକ , ବିଜେଡି଼ ରାଜ୍ଯ ସଂପାଦକ ପ୍ରଦୀପ କୁମାର ନାୟକ, ନାଟ୍ୟକାର ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସହରରେ ସ୍ଥାୟୀ ରଙ୍ଗମଞ୍ଚର ଅଭାବ ଭିତରେ ମଧ୍ଯ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସୁନ୍ଦର ସୁନ୍ଦର ନାଟକମାନ ଆଣି ପାରଳା ନାଟ୍ୟ ପରମ୍ପରାକୁ ଉଦ୍ ଜିବିତ ରଖିବାରେ ଅନୁଷ୍ଠାନର ପ୍ରୟାସ ପ୍ରଶଂସା ହିଁ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସ୍ଥାୟୀ ରଙ୍ଗମଞ୍ଚ ସ୍ଥାପନ ଦାବି ଉପସ୍ଥାପନ କରାଯାଇଥିଲା। ସମ୍ପାଦକ ମନୋଜ କୁମାର ପାଢୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ପାରଳା ନାଟକ ମହୋତ୍ସବ ଦିତୀୟ ରାଜନୀରେ ନରସିଂହ ନାଟ୍ୟ ସଂସଦ ସୁରଳ (ଗଞ୍ଜାମ) , ସୀମାନ୍ତ ନଟରାଜ ଡ଼. ତିରୁପତି ସାହୁଙ୍କ ରଚନା ଓ ନିର୍ଦ୍ଦେଶନା ରେ ନାଟକ 'ସଠିକ୍ ବିଚାର' ମଞ୍ଚସ୍ଥ ହୋଇଥିଲା।
ନାଟକରେ ଡ଼. ତିରୁପତି ସାହୁ , ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତ , ସୁବାସ ଚନ୍ଦ୍ର ସାହୁ ରୋଶନ୍ , ଦେବେନ୍ଦ୍ର ପ୍ରସାଦ ଶର୍ମା , ପ୍ରଦୀପ କୁମାର ସାହୁ , ନଳିନୀକାନ୍ତ ଗୌଡ , ଗଙ୍ଗାଧର ପାଣିଗ୍ରାହୀ , ଚାନ୍ଦମାମା , ରଜନୀ ପ୍ରମୁଖ ସଫଳ ଅଭିନୟ କରିଥିଲେ। ପରିଶେଷରେ ଆଦର୍ଶ ଦାଶ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ନାଟକ ଦେଖିବା ପରେ ଦର୍ଶକ ମାନଙ୍କ ମଧ୍ୟରୁ ଭିନ୍ନ ଭିନ୍ନ ପ୍ରଶ୍ନ ଉତ୍ତର ଓ ମତାମତ କାର୍ଯ୍ୟକ୍ରମ ରେ ଶେଷ ହୋଇଥିଲା।
ସେହିପରି ଶେଷ ରାଜନୀରେ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭା କାର୍ଯ୍ୟରେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ , ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ଼. ତିରୁପତି ପାଣିଗ୍ରାହୀ , ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ନିର୍ଦ୍ଦେଶକ ଡ଼. ଦୁର୍ଗା ପ୍ରସାଦ ପାଢ଼ୀ , ଭକ୍ତି ସଂଗୀତ ସଂସଦର ସଭାପତି ବସନ୍ତ ଦାଶ ପ୍ରମୁଖ ମଞ୍ଚାସୀନ ରହିଥିଲେ।
ପାରଳା ନାଟକ ମହୋତ୍ସବ ଉଦଯାପନୀ ସନ୍ଧ୍ୟା ରେ ପଞ୍ଚଧ୍ଵନି ନାଟ୍ୟ ପରିଷଦ, ଭୁବନେଶ୍ଵର ପଞ୍ଚାନନ ଦାଶ ଙ୍କ ରଚନା ଓ କରୁଣାକର ସାମଲଙ୍କ ନିର୍ଦ୍ଦେଶନା ରେ ନାଟକ ‘ପଶାପାଲି’ ମଞ୍ଚସ୍ଥ ହୋଇଥିଲା।
‘ଗଣତନ୍ତ୍ର’କୁ କୁହାଯାଏ , ଏହା ଲୋକଙ୍କର , ଲୋକଙ୍କ ଦ୍ଵାରା ଏବଂ ଲୋକଙ୍କ ପାଇଁ। କିନ୍ତୁ ସମୟକ୍ରମେ ରାଜନୈତିକ ବ୍ୟକ୍ତିଙ୍କ ଦ୍ଵାରା ଗଣତନ୍ତ୍ର ତା'ର ଗାରିମା ହରାଇବା ସହ ଆଜି ସମ୍ପୂର୍ଣ କଳୁଷିତ। ଗଣତନ୍ତ୍ର ଆଜି ଗୋଟିଏ ନିର୍ଦ୍ଦିଷ୍ଟ ଶ୍ରେଣୀ ଦ୍ଵାରା ନିୟନ୍ତ୍ରିତ; ଯେଉଁମାନଙ୍କର ପ୍ରଚୁର ଧନ ଅଛି , ଖ୍ୟାତି ଅଛି , କ୍ଷମତା ଓ ପ୍ରତିପତ୍ତି ସହ ବଂଶାନୁକ୍ରମିକ ରାଜକୀୟ ପରିଚୟ ଅଛି। ଏମାନଙ୍କର କ୍ରୀଡାନକ ଭାବରେ ଲୋକମାନଙ୍କ ଦ୍ବାରା ଗଣତନ୍ତ୍ର ପ୍ରତିଷ୍ଠିତ ହୁଏ ; କିନ୍ତୁ ଗଣତନ୍ତ୍ରର ମାଲିକାନା ସେହି ନିର୍ଦ୍ଦିଷ୍ଟ ଶ୍ରେଣୀର ଏବଂ ସେହିମାନଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ଗଣତନ୍ତ୍ର ଅଭିପ୍ରେତ।
ପ୍ରତ୍ୟେକ ବ୍ୟକ୍ତିଙ୍କର ଭୋଟ୍ ଦେବାର ଅଧିକାର ଅଛି। ପ୍ରତ୍ୟେକ ବ୍ୟକ୍ତିର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ଆଧୁକାର ଅଛି ବୋଲି ସମ୍ବିଧାନ କହେ ; କିନ୍ତୁ ସେହି ସାଧାରଣ ବ୍ୟକ୍ତିଟି ଉପରୋକ୍ତ ସ୍ଵତନ୍ତ୍ର ଶ୍ରେଣୀର ହୋଇଥିଲେ ସେ ଯଥାଯଥ ପ୍ରତିଦ୍ଵନ୍ଦିତା କରିପାରିବ ନା ନିର୍ବାଚନରେ ଜୟଯୁକ୍ତ ହୋଇପାରିବ ? ଅତଏବ , ସେ ଯଦି ଗଣତନ୍ତ୍ରର ମୂଳମନ୍ତ୍ରରେ ଅନୁପ୍ରାଣିତ ହୋଇ ନିର୍ବାଚନକୁ ଲମ୍ଫ ପ୍ରଦାନ କରେ , ତା’ର ଅଭିମନ୍ୟୁ ପରି ଦଶା ହେବ ବା ପଣାପାଲିରେ ଜଣେ ତା'ର ସର୍ବସ୍ଵ ବାଜି ଲଗାଇ ହାରିଗଲା ପରି , ରାଜନୀତି ପଶାପାଲିର ଶରବ୍ୟ ହୋଇ ସେ ବି ଶେଷରେ ସର୍ବହରା ହେବ। ତେବେ କଳା ବୋଉଦ ପଞ୍ଚୟତ ନିର୍ବାଚନରେ ଲୋକଙ୍କ ପାଇଁ କିଛି କରିବାର ସ୍ୱପ୍ନ ନେଇ କୋଟିପତି ସରପଞ୍ଚ ପ୍ରାର୍ଥୀ ସୁଜିତ୍ ସାହାଣୀ ବିରୁଦ୍ଧରେ ଲଢି ସୀମିତ ସମ୍ବଳ ସମ୍ପନ୍ନ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଘନଶ୍ୟାମ ମହାପାତ୍ର ଜିତିଲେ ନା ... ହାରିଲେ ? ଏହାହିଁ ନାଟକ ‘ପଶାପାଲି’ର ସାରମର୍ମ ରହିଥିଲା।
ନାଟକରେ ସନ୍ତୋଷ ପଟ୍ଟନାୟକ , କରୁଣାକର ସାମଲ , ବିରଞ୍ଚି କୁମାର ଦାଶ , ପ୍ରଦୀପ କୁମାର ପାଇକରାୟ , ରଘୁନାଥ ବେହେରା , ବୃନ୍ଦାବନ ପାରିଡା , ରାଜେଶ ମଲ୍ଲିଆ
କେ.ଚନ୍ଦ୍ରଶେଖର ସୁବୁଦ୍ଧି , ବିବେକ ଲାଲ , ଅଜୟ ଜେନା ଓ ଅନନ୍ୟା ମହାପାତ୍ର ପ୍ରମୁଖ ସଫଳ ଅଭିନୟ କରିଥିଲେ।

0
0
0
s2sdefault