ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡ଼ାସମ୍ବର ବ୍ଳକ୍ ଟାଲ ପଞ୍ଚାୟତ ଅନ୍ତର୍ଗତ ଝୁନଗାପାଲି ରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ବିଡିଓ ଚନ୍ଦ୍ରମଣି ନାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏହି ଅବସରରେ ପଦ୍ମପୁର ବିଡିଓ ଶ୍ରୀ ନାଗ ଓଡିଶା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ହିତାଧିକାରୀ ଙ୍କୁ ବୁଝାଇବା ସହିତ ଯୋଜନା ଗୁଡିକ କିପରି ହିତାଧିକାରୀ ଙ୍କ ପାଖକୁ ଠିକ୍ ସମୟରେ ପହଞ୍ଚି ପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ l ପରେ ଓଡିଶା ସରକାରଙ୍କ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ପତ୍ରିକା କୁ ଉନ୍ମୋଚନ କରିଥିଲେ l ପରେ ପତ୍ରିକା କୁ ଉପସ୍ଥିତ ହିତାଧିକାରୀ ଙ୍କୁ ବଣ୍ଟନ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଞ୍ଚଳିକ କଳାକାର ଙ୍କ ଦ୍ଵାରା ୧୬ ଗୋଟି ବିଭାଗର ଯୋଜନା କୁ ସଙ୍ଗୀତ ମାଧ୍ୟମରେ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ୧୬ ଗୋଟି ବିଭାଗର ଅଧିକାରୀ ଙ୍କ ସମେତ ଶହସ୍ରାଧିକ ହିତାଧିକାରୀ ଉପସ୍ଥିତ ଥିଲେ l
ରାଜ୍ୟ
ଝୁନଗାପାଲି ରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
- Hits: 309







