ହେଡଲାଇନସ୍:

ରାମ ନାମରେ ପ୍ରକମ୍ପିତ ହେଲା ଗାଁ ରୁ ସହର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଦୀର୍ଘ 500 ଶହ ବର୍ଷ ରୁ ଅଧିକ ସମୟ ର ଅପେକ୍ଷା ପରେ ପ୍ରଭୁ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟା ଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଉତ୍ସବ ମୁଖରିତ ହୋଇ ପଡି ଥିଲା ସାରା ଦେଶ । ସାରା ଦେଶରେ ପ୍ରଭୁ ରାମ ଚନ୍ଦ୍ର ଙ୍କର ପୂଜାର୍ଚ୍ଚନା ସହିତ , ଧାର୍ମିକ ଆୟୋଜ କରାଯାଇ ଧୁମଧାମରେ ଅୟୋଜନ କରାଯାଇଥିଲା । ଗାଁ ରୁ ସହର ସବୁଠି ଦେଖିବାକୁ ମିଳିଛି ଏକ ଭିନ୍ନ ମାହୋଲ । ଏହି ଅବସରରେ ବିଭିନ୍ନ ସ୍ଥାନରେ ନାମଯଜ୍ଞ, ଯଜ୍ଞ ,ପୂଜାର୍ଚ୍ଚନା , ବାଇକ୍ ରଲି , ଶୋଭାଯାତ୍ରା ,ଦୀପ ପ୍ରଜ୍ଜ୍ୱଳନ, ପ୍ରସାଦ ବଣ୍ଟନ ସହ ଆହୁରି ଅନେକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି ।
ଏଜି କ୍ରାମରେ ଗତ କାଲି ପବିତ୍ର ପୁଣ୍ୟପୀଠ ଶ୍ରୀ ଶ୍ରୀ ନୃସିଂଘନାଥ ମହାପ୍ରଭୁଙ୍କ ଙ୍କର ମଦିର ପରିସରର ରେ ଥିବା , କୈବର୍ତ୍ତ ସମାଜ ଦ୍ୱାରା ସ୍ଥାପିତ ପ୍ରଭୁ ଶ୍ରୀରାମ ଙ୍କର ମନ୍ଦିରରେ କୈବର୍ତ୍ତ ସମାଜ ଦ୍ୱାରା ଭବ୍ୟ ପୂଜନ, ଭଜନ ସନ୍ଧ୍ୟା , ଧର୍ମସଭା ଆଦିର ଅୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗ ଦେଇ ପ୍ରଭୁ ଙ୍କର ଦର୍ଶନ କରି ମନ୍ଦିର ଓ ସମାଜ ର ଭଲମନ୍ଦ ପଚାରି ବୁଝିଥିଲେ । ସିୟାବର ରାମଚନ୍ଦ୍ର କି ଜୟ , ନାରା ରେ ପ୍ରକମ୍ପିତ ହୋଇ ଉଠୁଥିଲା ନୃସିଂହନଥ ମନ୍ଦିର ର ପରିବେଶ ।
ସେହିଭଳି ବରଗଡ଼ ଜିଲ୍ଲା ପାଇକମାଳ ଠାରେ ମଧ୍ୟ ଦେଖିବାକୁ ମିଳିଛି ଭିନ୍ନ ମହୋଲ । ପାଇକମାଳ ଅଞ୍ଚଳର ଜନସାଧାରଣ ମାନଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ସକାଳ ୫ ଘଟିକାରୁ ପାଇକମାଳ ଦୁର୍ଗା ମନ୍ଦିର ଠାରୁ ପ୍ରଭାତ ଫେରିରେ ବାହାରି ସହର ପରିକ୍ରମା କରାଯାଇଥିଲା । ଦିନ ୧୧ ଘଟିକାରୁ ଦୁର୍ଗା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା ହୋମ ଯଜ୍ଞ । ପରେ ୨ ଟା ସମୟରୁ ପାଇକମାଳ ଅଞ୍ଚଳର ଜନସାଧାରଣ ମିଶି ଏକ ବାଇକ୍ ରାଲିରେ ବାହାରି ପାଇକମାଳ ରୁ ଆରମ୍ଭ କରି ଡୁଙ୍ଗୁରିପାଲି, ମିଠାପାଲି, ସାଲେପାଲି ଓ ବାଇଦପାଲି ପ୍ରମୁଖ ଗ୍ରାମ ପରିକ୍ରମା କରିଥିଲେ । ୪ଟା ସମୟରେ ପାଇକମାଳ ମୁଖ୍ୟ ଛକରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରାରେ ପାଖାପାଖି ତିନି ରୁ ଚାରି ହଜାର ସମସ୍ତ ବର୍ଗର ଲୋକ ସାମୁହିକ ଭାବେ ଅଂଶ ଗ୍ରହଣ କରିଥିଲେ । ପରେ ଦୁର୍ଗା ମନ୍ଦିର ସମ୍ମୁଖରେ ସାମୁହିକ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ପାଇକମାଳ ପଶୁ ଚିକିତ୍ସାଳୟ ସମ୍ମୁଖରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ ।

0
0
0
s2sdefault