ହେଡଲାଇନସ୍:

ପାଇକମାଲ ହାଇସ୍କୁଲ ରେ ସାହିତ୍ୟ ସୃଜନୀ ମେଳା ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନୀ ମେଳା ସହ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଇକମାଳ ବି.ଇ.ଓ. ଚୂଡ଼ାମଣି ବାରିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ସିନାପାଲି ବି ଇ ଓ ଯତୀନ୍ଦ୍ର କୁମାର୍ ସେଠ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ବିଶ୍ଵନାଥ ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ସୃଜନଶୀଳତା ବିକାଶ ପାଇଁ ବ୍ୟବସ୍ଥିତ ଜୀବନ ଯାପନ ଓ ଅଭ୍ୟାସ ଦ୍ଵାରା ସମ୍ଭବ କରିବା ପାଇଁ ଆହ୍ବାନ ଦେଇଥିଲେ l ଟାଇଲ ଚନ୍ଦ୍ର ଭୋଇ ମଞ୍ଚସୀନ ଥିଲେ l ଜ୍ୟୋତିର୍ମୟୀ ପଟ୍ଟନାୟକ ଉଦ୍ଦେଶ୍ୟ ସମ୍ବନ୍ଧରେ ଉପସ୍ଥାପିତ କରିଥିଲେ l ଲମେଲାରେ ଛାତ୍ର ଛାତ୍ରୀ ମାନଙ୍କ ସ୍ବରଚିତ କବିତା,କାହାଣୀ ଓ ପୁସ୍ତକ ସମୀକ୍ଷା, କ୍ରୀଡlଙ୍ଗନ, କୌଶଳୀ ସହ ୫୪ ପ୍ରକାର ପାରମ୍ପରିକ ଖାଦ୍ୟ ଓ କୃଷି ଉପକରଣ ର ପ୍ରଦର୍ଶନ କରାଯାଇଥିଲା lସୁଦାମ ପାଣ୍ଡେ, ଲଲିତ ବିଶ୍ଵାଳ, ଅମିତ୍ ସାହୁ, ରଜତ ସାହୁ, ସ୍ଵାଧୀନ ବେହେରା , ମନୋଜ ସାହୁ, ବବିତା ବେହେରା, ମଧୁସ୍ମିତା ମେହେର, ଆନନ୍ଦିନୀ ସେଠ୍, ନିରୁପମା ସାହୁ,ମୀନା କୁମାରୀ ଦାସ ସହଯୋଗ କରିଥିଲେ l ତ୍ରିଲୋଚନ ନାୟକ ପରିଚାଳନା ଓ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault