ହେଡଲାଇନସ୍:

ବ୍ରାହ୍ମଣ ସୀତାପୁରରେ ରାମ ମନ୍ଦିର ପ୍ରତିଷ୍ଠା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ଅଯୋଧ୍ୟା ରାମଲାଲା ମନ୍ଦିର ପ୍ରତିଷ୍ଠା ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅଧିନସ୍ଥ ବ୍ରାହ୍ମଣ ସୀତାପୁରରେ ରେ ରାମ ମନ୍ଦିର ପ୍ରତିଷ୍ଠା କରାଯାଇଛି।
ରାଜ ପରୋହିତ ପ୍ରସନ୍ନ ପଣ୍ଡାଙ୍କ ପୌରହିତ୍ୟରେ ହରିହର ଦାସ , ତାଙ୍କ ଧର୍ମପତ୍ନୀ ନିରୂପମା ଦାସ କର୍ତ୍ତା ସାଜି ପବିତ୍ର ରାମ , ସୀତା ମାତା , ଲକ୍ଷ୍ମଣ ଓ ପ୍ରଭୁ ହନୁମାନଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା ଅର୍ଚ୍ଚନା କରି ପ୍ରତିଷ୍ଠା କରିଥିଲେ।
ଏଥିରେ ଗ୍ରାମର ବହୁ ପୁରାତନ ଗୋପୀନାଥ ମନ୍ଦିର ବଡ଼ ପୁଜାରୀ କୃଷ୍ଣ ପ୍ରସାଦ ପଣ୍ଡା , ପୁତ୍ର ଶ୍ରୀରାମ ପଣ୍ଡା , ଜଗଦୀଶ ପଣ୍ଡା , କାହୁଁ ଭୁକ୍ତା , ସତ୍ୟ ଭୁକ୍ତା ତଥା ଗ୍ରାମବାସୀ ସହଯୋଗ କରିଥିଲେ।
ମନ୍ଦିରର ପ୍ରତିଷ୍ଠା କରାଯାଇଥିବା ମୂର୍ତ୍ତି ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣରେ ସାହାଯ୍ୟ କରୁଥିବା ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀ ଓ ପ୍ରଫୁଲ୍ଲ ପଢ଼ି ଦାନ କରିଥିଲେ। ପୂଜା ପରେ ଗ୍ରାମବାସୀ ପ୍ରସାଦ ସେବନର ଆୟୋଜନ କରିଥିଲେ। ସନ୍ଧ୍ୟାରେ ପ୍ରଭୁ ରାମଲାଲାଙ୍କ ଗ୍ରାମ ପରିଭ୍ରମଣ କରାଯାଇଥିଲା। ଏହି ପୂଜାଅର୍ଚ୍ଚନାରେ କେରାଣ୍ଡି ପଞ୍ଚାୟତର ବହୁ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ।

0
0
0
s2sdefault