ହେଡଲାଇନସ୍:

"ରାଜନୀତିର ପଶାପାଲିର ରାମ ଅଥବା ମର୍ଯ୍ୟାଦା ପୁରୁଷୋତ୍ତମ ରାମ" !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାନ୍ଧୀଙ୍କ ରାମ ପୁସ୍ତକ ଲୋକାର୍ପିତ ହେଲା ମାଷ୍ଟର କ୍ୟାଣ୍ଟିନରେ

ଭୁବନେଶ୍ଵର: ଅଯୋଧ୍ୟାରେ ଆଜି ରାମ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପିତ ହେବା ସମୟରେ ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ଛକରେ ଗାନ୍ଧୀବାଦୀ ଗଣ ସଂଗଠନ ସମୂହଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଦ୍ଵାରା ଲିଖିତ ଗାନ୍ଧୀଙ୍କ ରାମ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ବିଶିଷ୍ଟ ଗାନ୍ଧୀବାଦୀ ଡାକ୍ତର ବିଶ୍ଵଜିତଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ବକ୍ତାମାନେ କହିଲେ ଯେ, ରାମ ଭାରତୀୟ ମାନଙ୍କର ଆରାଧ୍ୟ । ଭାରତୀୟମାନଙ୍କର ହୃଦୟରେ ସେ ଥାଆନ୍ତି । ମହାତ୍ମା ଗାନ୍ଧୀ ରାମଙ୍କର ଜଣେ ସଚ୍ଚା ଭକ୍ତ । ଜୀବନବ୍ୟାପୀ ରାମାୟଣ, ରାମନାମ, ରାମଧୂନ ଜପ କରି ରାମରାଜ୍ୟ ପାଇଁ ସଂଗ୍ରାମ କରୁଥିବା ମହାତ୍ମା ଗାନ୍ଧୀ ଗୁଳିବିଦ୍ଧ ଅବସ୍ଥାରେ ସୁଦ୍ଧା ହେ ରାମ କହି ସେ ଯେ, ରାମଙ୍କର ଅନନ୍ୟ ଭକ୍ତ ତାହା ପ୍ରମାଣ କରିପାରିଛନ୍ତି । ଗାନ୍ଧୀଜୀ ସବୁ ଧର୍ମକୁ ଏକ ଦୃଷ୍ଟିରେ ଦେଖୁଥିଲେ । ଆଲ୍ଲା, ଯୀଶୁ ଓ ରାମଙ୍କ ମଧ୍ୟରେ ସେ କୌଣସି ଫରକ ଦେଖୁନଥିଲେ । ଭାରତ ବର୍ଷ ସମ୍ବିଧାନ ଆଧାରରେ ଚାଲୁଥିବା ବେଳେ, ଭାରତର ପ୍ରଧାନମନ୍ତ୍ରୀ ରାମମନ୍ଦିର ପ୍ରତିଷ୍ଠା ଆଳରେ ରାମଙ୍କର ରାଜନୀତିକରଣ କରିବା ଗ୍ରହଣୀୟ ନୁହେଁ । ଧର୍ମ ଆଚରଣ ଏକ ବ୍ୟକ୍ତିଗତ ବିଚାର ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟି ତଥା ଅନ୍ୟ ହିନ୍ଦୁତ୍ଵବାଦୀ ସଙ୍ଗଠନମାନେ ଏହାକୁ ଏକ ନିର୍ବାଚନୀ ଅସ୍ତ୍ର ରୂପେ ବ୍ୟବହାର କରିବା ଭାରତୀୟ ଗଣତନ୍ତ୍ର ପ୍ରତି ବିପଦ ବୋଲି ସଭାରେ ଉପସ୍ଥିତ ଆଧ୍ୟାତ୍ମିକ ଦର୍ଶନର ଲେଖକ ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଫେସର ବିରେନ୍ଦ୍ର ନାୟକ, ପ୍ରଫେସର ମନୋରଞ୍ଜନ ମହାନ୍ତି, ବିଜୟ କୁମାର ତ୍ରିପାଠୀ, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଦେବପ୍ରସାଦ ରାୟ, ସନ୍ତୋଷ ଦାସ, ସୁରେଶ ପାଣିଗ୍ରାହୀ, ଡ. ବିଦ୍ୟୁତଲତା ମହାନ୍ତି, ଜୟନ୍ତ କୁମାର ଦାସ, ସୁଶାନ୍ତ ମହାପାତ୍ର, ଅନ୍ତର୍ଯାମୀ ବରାଳ, ନିରୁପମା ପାଣୀ, ସତୀଶ ମିଶ୍ର, ଅଶୋକ କୁମାର ସାହୁ, ଅନିମା ରାୟ, ଅରୁଣ କୁମାର ଜେନା, ସଙ୍ଘମିତ୍ରା ଜେନା, ସଂଗ୍ରାମ ମାଝି ପ୍ରମୁଖ କହିଥିଲେ ।
ସଭା ପ୍ରାରମ୍ଭରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ତଥା ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ନେତୃତ୍ଵରେ ସର୍ବ ଧର୍ମ ପ୍ରାର୍ଥନା ଆୟୋଜିତ କରାହୋଇଥିଲା । ଗାନ୍ଧୀଙ୍କ ରାମ ପୁସ୍ତକର ଅନୁବାଦକ ଜୟନ୍ତ କୁମାର ଦାସ ଓ ସମ୍ପାଦକ ମିହିର ପ୍ରତାପ ଦାସ ସଭାରେ ପୁସ୍ତକ ସମ୍ବନ୍ଧରେ ଆଲୋଚନା କରିଥିବା ବେଳେ ରାଷ୍ଟ୍ରୀୟ ଯୁବା ସଂଗଠନର ସଂଯୋଜକ ସୂର୍ଯ୍ୟ ନାରାୟଣ ନାଥ ଧନ୍ୟବାଦ ଦେଇଥିଲେ ଓ ମାନସ ପଟ୍ଟନାୟକ ସଭା ସଂଚାଳନ କରିଥିଲେ ।

0
0
0
s2sdefault