ଚିଲିକା(ସେକ କୌସର ): ମା ନାରାୟଣୀ ଙ୍କ ଦର୍ଶନ ନୋହିଲା ,କାର ଧକ୍କାରେ ସ୍ବାମୀ ସ୍ତ୍ରୀ ଙ୍କର ଅକାଳରେ ଚାଲିଗଲା ଜୀବନ।ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ବର୍ଡର ନିକଟ ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଏକ ମର୍ମନ୍ତୁଦ ଘଟଣା ସକାଳୁ ସକାଳୁ ଘଟିଯାଇଛି। ଏକ ଦମ୍ପତି ନାରାୟଣୀ ମନ୍ଦିରକୁ ଯିବା ବେଳେ ଦ୍ରୁତଗାମୀ କାର ହଠାତ୍ ଦୁର୍ଘଟଣା ଘଟାଇଥିବlର ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ରୁ ବ୍ରହ୍ମପୁର ଅଭିମୁଖେ ଦୃତ ଗତିରେ ଆସୁଥିବା ଏକ କାର ନମ୍ବର WB 10 C 0270 ହଠାତ୍ ମା’ ନାରାୟଣୀ ଛକରେ ଏକ ବାଇକ ନମ୍ବର OD 02 S 9180 କୁ ଶକ୍ତ ଧକ୍କା ଦେଇଥିଲା । ଯାହା ଫଳରେ ବାଇକ ରେ ଥିବା ଦମ୍ପତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଦମ୍ପତି ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଗ୍ରାମର ଯୋଗୀ ପ୍ରଧାନ ଓ ତାଙ୍କ ସ୍ତ୍ରୀ କାବୁଲି ପ୍ରଧାନ । ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଦୁର୍ଘଟଣା ସ୍ଥଳରେ ପହଂଚି ଦୁଇ ମୃତ ଦେହକୁ ଉଦ୍ଧାର କରି ଅଗ୍ନିଶମ ଗାଡ଼ି ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଦୁର୍ଘଟଣା ଘଟାଇ ଥିବା କାର ଟିକୁ ପୋଲିସ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇ ଥିବା ସୂଚନା ମିଳିଛି ।
ରାଜ୍ୟ
ମା’ ନାରାୟଣୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା ସ୍ଥଳରେ ଦୁଇ ମୃତ।
- Hits: 290







