ଜଗତସିଂହପୁର,ତା-୨୨.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ଅଯୋଧ୍ୟା ଶ୍ରୀ ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି । ତେବେ ଏହି ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ କୋଟି କୋଟି ଦେଶବାସୀ ଚାତକ ପରି ଚାହିଁ ରହିଥିବା ବେଳେ ପରିଶେଷରେ ଟିଭି ଓ ମୋବାଇଲ ମାଧ୍ୟମରେ ଦେଖିବାକୁ ସକ୍ଷମ ହୋଇଛନ୍ତି।ଏହି ଉପଲକ୍ଷେ ସାରା ଦେଶରେ ଦୀପାବଳି ପରି ଉତ୍ସବ ପାଳନ କରାଯାଇଛି। ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଅପୂର୍ବ ଦୃଶ୍ୟ। ଉଭୟ ସହର ଏବଂ ଗ୍ରାମାଞ୍ଚଳରେ ରାମ ଭକ୍ତମାନେ ବହୁ ଆଡମ୍ବର ସହକାରେ ପାଳନ କରିଥିଲେ ଉକ୍ତ ଉତ୍ସବ । ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ସରସ୍ବତୀ ହାଟ ବଜାରରେ ଏକାଧିକ ଧାର୍ମିକ ଓ ସାମାଜିକ ସଂଗଠନ ପକ୍ଷରୁ ଶ୍ରୀ ରାମଙ୍କ ବିଗ୍ରହ ଓ ହନୁମାନଙ୍କ ପତାକା ସହ ଗ୍ରାମ ଓ ସାରା ଜଗତସିଂହପୁର ପରିକ୍ରମା କରାଯାଇଥିଲା । ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଏବଂ ସରସ୍ବତୀ ପୂଜା କମିଟି ପକ୍ଷରୁ ଉଭୟ ଜଗନ୍ନାଥ ମନ୍ଦିରରେ ଦିନ ତମାମ ପୂଜାର୍ଚ୍ଚନା, ସୁନ୍ଦରାକାଣ୍ଡ ପଠନ, ହନୁମାନ ଚାଳିଶା ପଠନ, ହୋମ ଆଦି ଜାରି ରହିଥିଲା । ଅନୁରୂପ ଭାବେ ଜୋତ, ଅନ୍ଧୋଟି ଆଦି ସବୁ ଗ୍ରାମାଞ୍ଚଳ ମଧ୍ୟ ଆଜି ଉତ୍ସବମୁଖର ହୋଇଉଠିଛି। ସବୁଠି ଗୈରିକ ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା। ରାମଭକ୍ତ ମାନେ ଭୋଗ ଏବଂ ମିଷ୍ଟାନ ବଣ୍ଟନ କରିଥିଲେ ଏବଂ ସଂନ୍ଧ୍ୟାରେ ନିଜ ନିଜ ଘରେ ଦୀପ ଲଗାଇ ଶ୍ରୀ ରାମଙ୍କୁ ବନ୍ଦନା କରିଥିଲେ।
ରାଜ୍ୟ
ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ଅଯୋଧ୍ୟା ଶ୍ରୀରାମ ଜନ୍ମ ଭୂମିରେ ପ୍ରାଣ ପ୍ରତିଷ୍ଠା ନିମନ୍ତେ “ଶ୍ରୀ ରାମ ନାମସକିର୍ତ୍ତନ”
- Hits: 390







