ହେଡଲାଇନସ୍:

ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ରେ ଉତ୍ସବ ମୁଖର ହେଲା ଡାବୁଗାଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୧/୨୪ ଅଯୋଧ୍ୟା ରେ ପ୍ରଭୁ ଶ୍ରୀ ରାମ ଙ୍କ ଭବ୍ୟ ମନ୍ଦିର ଉଦଘାଟନ ସହ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଆଜି ଡାବୁଗାଁ ଉତ୍ସବ ମୁଖର ହୋଇଛି।ବିଭିନ୍ନ ମନ୍ଦିର ମାନଙ୍କରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ନାମ ସଙ୍କୀର୍ତ୍ତନ ,ଯଜ୍ଞ ଓ ରାଲି କରାଯାଇଛି।ଆଜି ପୁରା ଡାବୁଗାଁ ଭଗବା ମୟ ହେବା ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଆଜି ଅଯୋଧ୍ୟାରେ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷିରେ ଡାବୁଗାଁ ବିଶ୍ଵ ହିନ୍ଦୁ ପରିଷଦ, ହିନ୍ଦୁ ଜାଗରଣ ମଞ୍ଚ, ଆର ଏସ ଏସ, ତଥା ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇ ଥିଲା। ଡାବୁଗାଁ ଭେଲୁଆ ଗୁଡା ଠାରେ ଥିବା ତ୍ରିନାଥ ମନ୍ଦିର ରେ ଗତକାଲି ଗ୍ରାମ ର ଶତାଧିକ ମହିଳା ୧୦୮ କଳସ ଶୋଭାଯାତ୍ରା କରି ମା ଠାକୁରାଣୀ ଙ୍କ ପୀଠରୁ କଳସ ଆଣି ତ୍ରିନାଥ ମନ୍ଦିର ରେ ସ୍ଥାପନ କରିଥିଲେ। ସେଠାରେ ହୋମ ଯଜ୍ଞ, ଭଜନ , ସଙ୍କୀର୍ତ୍ତନ ସହ ଶ୍ରଦ୍ଧାଳୁ ମାନେ ରାମ ଚରିତ ମାନସ ଜପ କରିଥିଲେ। ଜୟନ୍ତିନଗର ରାଧାକୃଷ୍ଣ ଙ୍କ ମନ୍ଦିର ରୁ ରାଧାକୃଷ୍ଣ ଙ୍କ ପ୍ରତିମା ଅଣାଯାଇ ତ୍ରିନାଥ ମନ୍ଦିର ରେ ସ୍ଥାପନ ପରେ ଆଜି ଦିନ ତମାମ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନ ୩ ଘଣ୍ଟ ସମୟରେ ସନାତନ ଧର୍ମି ରାମଭକ୍ତ,ହିନ୍ଦୁ ସଙ୍ଗଠନ ଓ ଯୁବ ବର୍ଗ ଜୟନ୍ତି ନଗର ସ୍ଥିତ ରାଧାକୃଷ୍ଣ ମନ୍ଦିର ରୁ ପ୍ରଭୁ ଶ୍ରୀ ରାମ ଙ୍କ ସୁସଜ୍ଜିତ ଯାନ ରେ ଏକ ବିରାଟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲେ। ରାମ,ଲକ୍ଷ୍ମଣ,ସୀତା ହନୁମାନ ଓ ବାଲ୍ମୀକି ଋଷି ତଥା ବିଭିନ୍ନ ପୌରାଣିକ ବେଶରେ ସୁସଜ୍ଜିତ ହୋଇ ଶୋଭାଯାତ୍ରା ରେ ବାହାରିଥିବା ବେଳେ ସଙ୍କୀର୍ତ୍ତନ ମଣ୍ଡଳୀ ଓ ଡିଜେ ର ତାଳେ ତାଳେ ଯୁବକ ମାନେ ଜୟ ଶ୍ରୀ ଧ୍ଵନୀ କହି ଚତୁର୍ଦ୍ଦିଗ ପ୍ରକମ୍ପିତ କରିଥିଲେ।ଆତସବାଜି ସହ ସନାତନ ପ୍ରେମୀ ଯୁବକ ମାନଙ୍କ ବିଭିନ୍ନ ବେଶଭୂଷା ଅଧିକ ଆକର୍ଷଣୀୟ ଥିଲା। ଶୋଭା ଯାତ୍ରା ସମୟରେ ବେଶ ହୋଇଥିବା ରାମ ଭଗବାନ,ଲକ୍ଷ୍ମଣ , ସୀତା ଓ ହନୁମାନ ଙ୍କୁ ମହିଳା ମାନେ ଧୂପ ଦ୍ଵିପ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୭ ଘଣ୍ଟ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଗ୍ରାମ ର ପ୍ରତ୍ୟେକ ସାହି ଓ ପ୍ରତ୍ୟେକ ଗଳି ରେ ବୁଲିବା ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତାରିଣୀ ମନ୍ଦିର, ହନୁମାନ ମନ୍ଦିର ଓ ତ୍ରିନାଥ ମନ୍ଦିର ରେ ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗ ର ଆୟୋଜନ କରାଯାଇଥିଲା। ଗାଁ ରୁ ସହର ଆଧ୍ୟାତ୍ମିକ ପରିବେଶ ରହିଥିବା ବେଳେ ମହିଳା ମାନେ ନିଜ ଘରେ ରହି ପ୍ରଭୁ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ରେ ଦ୍ଵିପ ଜଳାଇବା ସହ ସନ୍ଧ୍ୟାରେ ଘର ଅଗଣାରେ ଦ୍ଵିପ ଜାଳି ଦୀପାବଳି ଉତ୍ସବ ମନାଇଥିଲେ। ତ୍ରିନାଥ ମନ୍ଦିରରେ ଆଜି ଦିନ ତମାମ ରାମ ସଙ୍କୀର୍ତ୍ତନ ସହ ହୋମ ଯଜ୍ଞ କାର୍ଯ୍ୟକ୍ରମ ଜାରି ରହି ଥିବାରୁ ଭକ୍ତ ଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।

0
0
0
s2sdefault