ହେଡଲାଇନସ୍:

ଓଡ଼ିଶା ଡିଜିଟାଲ ମେଡ଼ିଆ (ଓଡିଏମ)ର ପ୍ରଥମ ସାଂଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସମାରୋହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶା ଡିଜିଟାଲ ମେଡ଼ିଆ (ଓଡିଏମ)ର ପ୍ରଥମ ସାଂଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସମାରୋହ ଗୁରୁବାର ଦିନ ଅପରାହ୍ନ ୫ଘଟିକାରେ ଗୀତଗୋବିନ୍ଦ ସଦନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ରାଜ୍ୟର କୋଣ ଅନୁକୋଣରୁ ପାଖାପାଖି ପାଂଚ ଶହ ସାମ୍ବାଦିକ ଯୋଗ ଦେଇଥିଲେ |ପ୍ରଥମେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା |

ଏହା ପରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ରବି ଦାସ ଚୟନ ହୋଇଥିବା ଓଡ଼ିଶା ଡିଜିଟାଲ ମିଡିଆର ଅଧ୍ୟକ୍ଷ ଭାବେ ଗିରିଜା ଶଙ୍କର ଦାଶ,ଉପାଧ୍ୟକ୍ଷ ଭାବେ ଦୁଷ୍ମନ୍ତ କୁମାର ସ୍ବାଇଁ,ସଭାପତି ଭାବେ ସତ୍ୟଜିତ ମହାପାତ୍ର,ସଂମ୍ପାଦକ ଭାବେ ଆଶୁତୋଷ ମହାଳିକ,ଉପସଭାପତି ଭାବେ ତୁଳସୀ ବେହେରା ଓ ବବି ଗୁପା ଏବଂ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା |

ଏହା ପରେ ଅନୁଷ୍ଠାନର ଅଧ୍ୟକ୍ଷ ଗିରିଜା ଶଙ୍କର ଦାସ ସଭା ପରିଚାଳନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ,ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର,ମୋ ଦଳ ନେତା ଶେଷଦେବ ନନ୍ଦ,ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି,ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର,ପାଇକ ମହାସଂଘ ସଭାପତି ପ୍ରକାଶ ଶ୍ରୀଚନ୍ଦନ,ବରିଷ୍ଠ ସ୍ତମ୍ବକାର କେଦାର ମିଶ୍ର,ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ,ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି,କଂଗ୍ରେସର ପୂର୍ବତନ ମୁଖପାତ୍ର ନରେଶ ମହାନ୍ତି,ସମାଜସେବୀ ତଥା ବିଜେପି ନେତା ରବି ମହାରଣା, ଏକତା ଟ୍ରଷ୍ଟର ଅଧ୍ୟକ୍ଷା ଦିପ୍ତିରେଖା ପଟ୍ଟନାୟକ,ଆଇନ ପରାମର୍ଶଦାତା ସୁମନ୍ତ ସ୍ବାଇଁ,ହେମନ୍ତ ମହାନ୍ତିଙ୍କ ସମେତ କୋରାପୁଟ,ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା,ଗଜପତି ଜିଲ୍ଲାର ଜିଲ୍ଲା ସଭାପତି,ସମ୍ପାଦକ ଏବଂ ୩୦ଜିଲ୍ଲାର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା | ବର୍ତ୍ତମାନ ଡିଜିଟାଲ ଦୁନିଆରେ ଡିଜିଟାଲ୍ ଚ୍ୟାନେଲର ପ୍ରଭାବ ସମସ୍ତଙ୍କ ଉପରେ ଥିବା ବେଳେ ପ୍ରିଣ୍ଟ ଓ ବୈଦୁତିକ ଚ୍ୟାନେଲ ମଧ୍ୟ ଓ୍ବେବ ମିଡିଆର ସାହାରା ନେଉଥିବା ମଞ୍ଚାସୀନ ଅତିଥି ଓ ବୁଦ୍ଧିଜିବୀମାନେ ପ୍ରକାଶ କରିଥିଲେ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରବି ଦାସ,ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି,ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ କର,ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି, ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ଓ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ ଆଦି ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଥିଲା |ଏଥିସହ ଭୁବନେଶ୍ବରରେ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରମୁଖ ସାମ୍ବାଦିକ, ଫଟୋଗ୍ରାଫର ଓ ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ପଞ୍ଚସଖା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା |

0
0
0
s2sdefault