ହେଡଲାଇନସ୍:

"ଧର୍ମେନ୍ଦ୍ର ଭାଇ, ଆପଣ ଜାଣିନାହାନ୍ତି ବା ଜାଣିକି ନାଟକ କରୁଛନ୍ତି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶିକ୍ଷକ ନିଯୁକ୍ତ ପ୍ରସଙ୍ଗରେ ଧର୍ମେନ୍ଦ୍ର "ମାହାଲ ମାଣ୍ଡା" କହି ଖେଂଚିଲେ , ବବି କଲେ ପଲଟବାର  

"ଧର୍ମେନ୍ଦ୍ର ଭାଇ, ଆପଣ ଜାଣିନାହାନ୍ତି ବା ଜାଣିକି ନାଟକ କରୁଛନ୍ତି। ଶିକ୍ଷକ ନିଯୁକ୍ତି ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା EdCIL ଜରିଆରେ ହୋଇଛି। ଯାହା ଆପଣଙ୍କ ମନ୍ତ୍ରାଳୟ ଅଧୀନରେ। ଆପଣ କଣ କହିବାକୁ ଚାହୁଁଛନ୍ତି, ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି ପ୍ରକ୍ରିୟାରେ ଘପଲାତି କରିଛି?"

ଭୁବନେଶ୍ୱର, ୨୦/୦୧/୨୦୨୪: ଏବେ ଓଡିଶା ରାଜନୀତିରେ ଖେଞ୍ଚାଖେଞ୍ଚି ପ୍ରକ୍ରିୟା ଜାରି ରହିଛି | ସମସ୍ୟା ସମାଧାନ ବା ପ୍ରସଙ୍ଗ ଉପରେ କାର୍ଯ୍ୟାନୁଷ୍ଠାନ କଣ ହେଉ ନହେଉ, କିଛି ଲୋକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇଛି ରାଜନେତାମାନଙ୍କୁ ବୟାନବାଜି |ଏବେ ନୂଆ କ୍ୟାଚ ୱାର୍ଡର ରାଜନୀତି ଆରମ୍ଭ ହୋଇଛି ତାହା ହେଲା ମାହାଲ ମାଣ୍ଡା | କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଜାଲିଆତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ " ଓଡ଼ିଶାରେ ମାହାଲ ମାଣ୍ଡା ସରକାର ଚାଲିଛି ବୋଲି କହିବା ପରେ ତାଙ୍କୁ ତାଙ୍କ ବାଣରେ ଗୁଡେଇ ଏକ୍ସ (X) ତୀର ମାରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ବବି ଦାସ | ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି  ବୋଲି ଜବାବ ଦେଇଛନ୍ତି ବିଜେଡିର ସାଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ଶ୍ରୀ ଦାସ ଟୁଇଟ୍‍ କରି କହିଛନ୍ତି ଯେ ଧର୍ମେନ୍ଦ୍ର ଭାଇ ଆପଣ ବୋଧେ ଜାଣି ନାହାନ୍ତି କିମ୍ବା ଜାଣିକି ନାଟକ କରୁଛନ୍ତି । ଶିକ୍ଷକ ନିଯୁକ୍ତିର ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍‍ ଜରିଆରେ କରାଯାଇଛି, ଯାହା ଆପଣଙ୍କ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଛି । ଏହି କେନ୍ଦ୍ରୀୟ ସଂସ୍ଥାଟି ‘ମିନି ରତ୍ନ’ ବର୍ଗରେ ଆସୁଛି । ଆପଣ କ’ଣ କହିବାକୁ ଚାହୁଛନ୍ତି ଯେ ଆପଣଙ୍କ ନିଜସ୍ୱ ସଂସ୍ଥା ନିଯୁକ୍ତ ପ୍ରକ୍ରିୟାରେ ଜାଲିଆତି କରିଛି ?
ପ୍ରଣବ ପୁଣି ଦର୍ଶାଇଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍‍ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭ କରି ଜବାହାର ନବୋଦୟ ବିଦ୍ୟାଳୟ, ଏମସ୍‍, ଭାରତୀୟ ସେନା ଏବଂ ଅନ୍ୟାନ୍ୟ ସଂସ୍ଥାପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ । ସେଠି ମଧ୍ୟ କ’ଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି ?
ଧର୍ମେନ୍ଦ୍ରଙ୍କ ଉଦେ୍ଧଶ୍ୟରେ ପ୍ରଣବ ପୁଣି କହିଛନ୍ତି ଯେ, ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି କରିଛି । ହେଲେ କିଛି ନବୁଝି ଡାହା ମିଛ ଓ ନିରାଧାର କଥା କହିବାରେ ଆପଣଙ୍କ ଅହେତୁକ ଆଗ୍ରହ ଦେଖି ଲୋକେ ହସିବା ଆରମ୍ଭ କଲେଣି । ଲାଗୁଛି, ମାହାଲ ମାଣ୍ଡାକୁ ସୃଷ୍ଟି କରିବାରେ ଆପଣଙ୍କର ବଡ ଭୂମିକା ରହିଛି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱରଠାରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ‘ଶକ୍ତି ବନ୍ଦନ’ କର୍ମଶାଳାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ରାଜ୍ୟ ସରକାରଙ୍କ ବିରୋଧରେ ପ୍ରବଳ ବିଷୋଦଗାର କରିଥିଲେ । ରାଜ୍ୟ ସରକାରଙ୍କୁ ତାତ୍ସଲ୍ୟ କରି ସେ କହିଥିଲେ, ଓଡ଼ିଆ ପିଲାଙ୍କ ଭବିଷ୍ୟତ ସ୍ୱପ୍ନ ମାହଲ ମାଣ୍ଡା ଭଳି ବିଚିତ୍ର ନାଁ ମଧ୍ୟରେ ସୀମିତ । ରାଜ୍ୟରେ ୨୦ ହଜାର ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଓ ଅନିୟମିତତା ଖବର ଗଣମାଧ୍ୟମରେ ଆସିଛି । ପାରଦର୍ଶିତା, ଟେକ୍ନଲୋଜିର ଓକିଲାତି କରୁଥିବା ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତକୁ ନେଇ କ’ଣ କହିବେ? ଓଡ଼ିଶାରେ ଖଳ ପ୍ରକୃତିର ଶାସନ କର୍ତ୍ତା ଅଛନ୍ତି । ମହିଳାମାନେ ଅପମାନିତ ହେଉଛନ୍ତି । ଶାସକ ଦଳର ଅଧିକରୁ ଅଧିକ ମନ୍ତ୍ରୀ ଓ ବିଧାୟକମାନେ ମହିଳା ନିର୍ଯ୍ୟାତନାରେ ସଂପୃକ୍ତି ଅଛନ୍ତି । ଏଠିକା ସରକାରଙ୍କୁ ସେବା ନୁହେଁ, ଭୋଟ ଦରକାର ବୋଲି ତାତ୍ସଲ୍ୟ କରିଥିଲେ ଧର୍ମେନ୍ଦ୍ର ।

 

0
0
0
s2sdefault