ହେଡଲାଇନସ୍:

ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଯୁବ ଦିବସ ରେଡ଼କ୍ରସ ଭବନରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଯୁବ ଦିବସ ରେଡ଼୍କ୍ରସ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛିା ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଆସି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲୋ ଏହି କାର୍ଯ୍ୟକ୍ରମରେ ଆଦୃତ ଶିଶୁଯତ୍ନ ଗୃହର ପ୍ରତିଷ୍ଠାତା ପ୍ରଫେସର ଆଦିତ୍ୟ କୁମାର ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ ସେହି ଲୋକ ପ୍ରକୃତରେ ବଞ୍ଚେ ଯିଏ ଅନ୍ୟ ପାଇଁ ବଞ୍ଚୋ ଆମ ଭାରତୀୟ ସଭ୍ୟତାର ପରିଚୟ ହିଁ ଅନ୍ୟର ସେବାରେ ନିଜକୁ ଉତ୍ସର୍ଗ କରିଦେବାା ଏହାହିଁ ଆମ ସଭ୍ୟତାକୁ ମହାନ କରି ଗଢିତୋଳିଛିା
Imageଭାରତ ବର୍ଷ ସମଗ୍ର ବିଶ୍ୱରେ ସବୁଠାରୁ ଜନବହୁଳ ରାଷ୍ଟ୍ର ଏବଂ ଆମ ଯୁବଶକ୍ତି ହିଁ ଆମର ସମ୍ପତ୍ତି | ସେମାନେ ନିଜର ଶକ୍ତି ଓ ସାମର୍ଥ୍ୟକୁ ସଠିକ ଦିଗରେ ବ୍ୟବହାର କରିପାରିଲେ ଆମ ଦେଶ ଅଗ୍ରଣୀ ହୋଇପାରିବା ଆମ ଦେଶର ଯୁବ ଶକ୍ତିଙ୍କ ମଧ୍ୟରେ ମାନବିକତା ରହିବା ଆବଶ୍ୟକ ବୋଲି ବକ୍ତବ୍ୟରେ ଭାରତୀୟ ରେଡକ୍ରସର ଅବୈତନିକ ସଚିବ ଶ୍ରୀ ବିଭୁତି ଭୂଷଣ ପଟ୍ଟନାୟକ କହିଥିଲୋ
Imageସକାଳ ୯ ଟାରୁ ଛାତ୍ରଛାତ୍ରୀମାନେ ଆସି ମାନବତାର ପ୍ରତୀକ ସ୍ୱରୂପ ନିଜ ନିଜ ମଧ୍ୟରେ ଏକ ମାନବ ଶୃଙ୍ଖଳ ବନାଇଥିଲୋ ପରେ ରେଡ଼କ୍ରସ ଭବନ ପରିସରରେ ପତାକା ଉତ୍ତୋଳନପୂର୍ବକ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲାା ପ୍ରବନ୍ଧ ଲିଖନ, ବକ୍ତୃତା, ଚିତ୍ରାଙ୍କନ, ସାଧାରଣଜ୍ଞାନ ପରୀକ୍ଷା, ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡିଆ ଭାଷାରେ ଟାଇପ କରିବା ଭଳି ବିଭିନ୍ନ ପ୍ରତିଯୋଗିତାରେ ପ୍ରାୟ ୧୩୦ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲୋ ତନ୍ମଧ୍ୟରୁ ପ୍ରତ୍ୟେକ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା ଶ୍ରେଷ୍ଠ ତିନିଜଣଙ୍କୁ ପୁରସ୍କୃତ କରାଯାଇଥିଲାା ଏହା ପରେ ଏକ ଶିକ୍ଷଣୀୟ ଆସରରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକମାନେ ଅନେକ ଜ୍ଞାନବର୍ଦ୍ଧକ ବିଷୟ ଯେପରିକି କୃତ୍ରିମ ବୁଦ୍ଧିମତ୍ତା ଇତ୍ୟାଦି ଚର୍ଚ୍ଚା କରିଥିଲୋ
ରାଜ୍ୟ ଏନ୍ଏସ୍ଏସ୍ ଅଫିସର ରମେଶ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ, ସାରା ରାଜ୍ୟରେ ଏନ୍ଏସ୍ଏସ୍ର ଶାଖା ରହିଛି ଏବଂ ସେମାନଙ୍କ ଉତ୍କୃଷ୍ଟ କାର୍ଯ୍ୟ ନିଶ୍ଚିତ ଭାବେ ପ୍ରଶଂସନୀୟା ବିଜେବି କଲେଜ ପ୍ରିନ୍ସିପାଲ ଶ୍ରୀମତୀ ଇତିଶ୍ରୀ ପାଢୀ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲୋ କାର୍ଯ୍ୟକ୍ରମ ଶେଷରେ କନିଷ୍ଠ ରେଡ଼କ୍ରସ ଅଫିସର ଶ୍ରୀ ଲକ୍ଷ୍ମଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲୋ

 

0
0
0
s2sdefault