ବଡ଼ ମାଁ ଙ୍କୁ ତାଙ୍କରି ଜନ୍ମଦିନ ରେ ଅପମାନ
ବରଗଡ଼ :- ବଡ଼ ମାଁ ,ଭାବରେ ପରିଚିତ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ହଜାର ହଜାର ଅସହାୟ ଛୁଆ ମାନଙ୍କୁ ଆପଣେଇ , ତାଙ୍କୁ ସମ୍ମାନ ର ସହିତ ବଞ୍ଚିବା ପାଇଁ ରାସ୍ତା ଦେଖେଇଥିବା , ସ୍ବର୍ଗତ ପାର୍ବତୀ ଗିରି ଙ୍କ ଗତ କାଲି ଅର୍ଥାତ 19 ତାରିଖ ଥିଲା 98 ତମ ଜନ୍ମ ଦିନ । ଅତି ଦୁଃଖ ଓ କ୍ଷୋଭ ର ବିଷୟ ହେଉଛି ଯେ ଆମ ଭିତରେ ରହିଥିବା ଅକ୍ଷମତା ହେଉ ବା ମୁର୍ଖତା , ଆମେ ଆଜି ପର୍ଯନ୍ତ ସେହି ମହାନ ଆତ୍ମା ଙ୍କୁ ସମ୍ମାନ ଦେଇ ପାରିଲୁ ନାହିଁ । ଅସହାୟ ଓ ଅନାଥ ଛୁଆ ମାନଙ୍କ ପାଇଁ ନିଜର ସାରା ଜୀବନ ର ସମସ୍ତ ସୁଖ ସୁବିଧା କୁ ଜଳାଞ୍ଜଳି ଦେଇ ଅସହାୟ , ବେସାହାରା ଛୁଆ ନାନଙ୍କ ଭବିଷ୍ୟତ ଗଢିବା ରେ ନିଜର ଜୀବନ କୁ ଉତ୍ସର୍ଗ କରି ଦେଇଥିବା ବଡ଼ ମାଁ ଙ୍କର ଜନ୍ମ ଦିନ କୁ କେତେବେଳେ ପ୍ରଶାସନ ଭୁଲି ଯାଉଛି ତ କେତେବେଳେ ସରକାରୀ ବାବୁ ମାନେ ବଡ଼ ମାଁ ଙ୍କର ନାମ ଆଗରେ , ନିଜର ମୁର୍ଖତା ପ୍ରଦର୍ଶନ କରି ଶ୍ରୀ ଯୋଡି ଦେଇଥିବା ବେଳେ ଅନ୍ୟପଟେ ବଡ ମାଁ ଙ୍କ ଦ୍ୱାରା ପ୍ରତିଷ୍ଠିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ରେ ବିଗତ ବର୍ଷ ମାନଙ୍କ ରେ ହୋଇଥିବା ବ୍ୟପକ ଆର୍ଥିକ ଅନିୟମିତତା । ଏହି ସବୁ ଘଟଣା ନିଶ୍ଚିତ ଭାବରେ ସ୍ବର୍ଗତ ବଡ଼ ମାଁ ଙ୍କର ଆତ୍ମା କୁ ବ୍ୟଥିତ ତଥା ମର୍ମାହତ କରୁଥିବ ।
ଗତ କାଲି ବଡ଼ ମାଁ ଙ୍କର ଥିଲା ପବିତ୍ର ଜନ୍ମ ଦିନ । ଏଠାରେ ସୂଚନାଯୋଗ୍ୟ ଯେ ବଡ଼ ମାଁ ଆମ ପଶ୍ଚିମ ଓଡିଶା ବାସୀ ଙ୍କର ପାଇଁ ସର୍ବଦା ପୂଜନୀୟ । ତାଙ୍କ ଦ୍ୱାରା ସ୍ଥାପିତ ଓ ଜୀବନ ର ଶେଷ ପର୍ଯ୍ୟନ୍ତ ଯେଉଁ ଅନୁଷ୍ଠାନ କୁ ସେ ନିଜର ଲୁହ ଲହୁ ଦେଇ ବଢ଼ାଇ ଥିଲେ ସେହି କସ୍ତୁରବା ଗାନ୍ଧୀ ମାତୃ ନିକେତନ ରେ କାଲି ପାଳିତ ହେଉଥିଲା ତାଙ୍କର ଜନ୍ମଦିନ ଉତ୍ସବ । ହେଲେ ଏହି ସ୍ଥାନରେ ଦେଖିବାକୁ ମିଳିଥିଲା ଅନେକ ବ୍ୟତିକ୍ରମ ଲାଗିଲା ଯେ ଏହି ଅନୁଷ୍ଠାନ ର ଦାୟିତ୍ୱରେ ଥିବା କର୍ମଚାରୀ ଓ ଏହି କାର୍ଯ୍ୟକ୍ରମ ର ଆୟୋଜକ ମାନେ ଅଜ୍ଞ ନା ମୂର୍ଖ । ଘଟଣା ଟି ଏମିତି ଥିଲା ଯେ , ବଡ଼ ମାଁ ଙ୍କର ଫୋଟୋ ଥିବା ଏକ ବେନର ମୁଖ୍ୟ ପ୍ରବେଶ ଦ୍ୱାର ରେ ନିର୍ମିତ ଏକ ସ୍ୱାଗତ ଗେଟ ନିକଟରେ ପ୍ରାୟ ମାଟି କୁ ଲାଗି ଲଗା ଯାଇଥିଲା । ପ୍ରବେଶ ଦ୍ୱାର ନିକଟରେ ଲଗା ଯାଇଥିବା କାରଣରୁ ଆସିବା ଯିବା ଲୋକଙ୍କ ଯିବାଆସିବା ସମୟରେ ଧୂଳି ଉଡି ସେହି ବେନର ଉପରେ ପଡିଥିଲା । ଏହା ସହିତ କିଛି ସମ୍ମାନନୀୟ ଭଦ୍ର ବ୍ୟକ୍ତି ଗୁଟକା ଜାତୀୟ ଦ୍ରବ୍ୟ ସେବନ କରି ବେନର ସାଇଡ ରେ ଛେପ ପକାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରାତଃ ସ୍ମରଣୀୟ ପୂଜ୍ୟ ଦେବୀ ସଦୃଶ୍ୟ ବଡ଼ ମାଁ ଙ୍କର ଏହି ପରି ଅପମାନ , ଉତ୍ସବ ର ଆୟୋଜକ ଓ ଅନୁଷ୍ଠାନ ର କର୍ମଚାରୀ ମାନଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଠି ମନେ ରଖିବା ଉଚିତ ଯେ ଯଦି କାହାକୁ ସମ୍ମାନ ନ ଦେଉଛ ନାହିଁ କିନ୍ତୁ କାହାରି କୁ ଅସମ୍ମାନୀତ କରିବା ଭଳି କୋଣସି କାର୍ଯ୍ୟ କଦାପି ଗ୍ରହଣୀୟ ନୁହେଁ । ଖାସ କରି ବଡ ମାଁ ଙ୍କର ଓ ତାଙ୍କ ଭଳି ଯେ କୌଣସି ମହାନ ବ୍ୟକ୍ତି ଙ୍କର ଏହି ଭଳି ଅଣଦେଖା ଓ ଅପମାନ ଅନେକ ଲୋକ ଙ୍କୁ ଆହତ କରିବ ।








