ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର ୧୭ସ୍ଥିତ ବରିଷ୍ଠ ନାଗରିକ ସଂଘ, ଉତ୍ତର ଓଡ଼ିଶା ସାଂସ୍କୃତିକ ପରିଷଦ ଓ ସୋସିଆଲ ସୋସାଇଟି , ରାଉରକେଲା ର ମିଳିତ ଆନୁକୂଲ୍ୟରେ ସେକ୍ଟର ୧୭ ସି ବ୍ଲକ ପଡ଼ିଆ ଠାରେ ପ୍ରଥମ ମକର ସଂକ୍ରାନ୍ତି ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଆବାହକ ଗୋୖରାଙ୍ଗ ଚରଣ ସେଠୀଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ସଦାନନ୍ଦ ସାହୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଇଂ ଖଦାଳ ସେଠୀ, ସମାଜସେବୀ କାର୍ତ୍ତିକ ପାଣ୍ଡବ, କୁଞ୍ଜବିହାରୀ ରାଉତ, ଅକ୍ଷୟ କୁମାର ଜେନା, ସରୋଜ ଲେଙ୍କା, ରାଜଲକ୍ଷ୍ମୀ ପ୍ରଧାନ, ରାଜୀବ କୁମାର ନାୟକ ଓ ପ୍ରଶାନ୍ତ ସେଠୀ ପ୍ରମୁଖ ଯୋଗଦେଇ ଥିଲେ। କବି କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ ବ୍ୟାସକବି ଫକୀରମୋହନଙ୍କୁ ଏକାଧାରରେ ଗାଳ୍ପିକ, ଔପନ୍ୟାସିକ, କବି, ପ୍ରାବନ୍ଧିକ, ଅନୁବାଦକ, ଶିଶୁ ସାହିତ୍ୟିକ ଏବଂ ଦୂରଦ୍ରଷ୍ଟା ସମ୍ପନ୍ନ ସମାଜ ସଚେତକ ଭାବେ ଅବହିତ କରିଥିଲେ। ଭାଷା ସାହିତ୍ୟର ବିପନ୍ନ ସମୟରେ ସେ ଓଡିଆ ଭାଷାର ସେନାପତି ଋପେ ଅଗ୍ରଣୀ ଭୂମିକା ନେଇଥିଲେ। ଏହା ସହ ତାଙ୍କ ଜୀବନାଦର୍ଶ ଓ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ ତଥା ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଅନୁଷ୍ଠାନ ତରଫରୁ ବରିଷ୍ଠ ନାଗରିକ ଓ ବିଭିନ୍ନ ଏସଏଜି ଗୃପ ଓ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରତିଯୋଗିତା ଗୁଡ଼ିକର ବିଚାରକ ଭାବେ ନୀରଜ ମିଶ୍ର,ଅଶୋକ କୁମାର ପଢିଆରୀ, ଧୀରେନ୍ଦ୍ର କୁମାର ରାଉତ, ରାଜୀବ କୁମାର ନାୟକ ପ୍ରମୁଖ ଦାୟିତ୍ଵ ତୁଲାଇଥିଲା ବେଳେ ସର୍ବଶ୍ରୀ ରବିନ୍ଦ୍ର ମାହାଲି , ଅଜୟ କୁମାର ମହାନ୍ତି, ଚୌଧୁରୀ ନାୟକ, ସୁନିଲ ମହାପାତ୍ର, ବିଶ୍ବନାଥ ପାଣ୍ଡବ, ଦୀପ୍ତିମୟୀ ପାଢ଼ୀ, ମୀନାକ୍ଷୀ ଓଝା, ଉର୍ମିଳା ଡାଳୁଆ, ବାସନ୍ତୀ ସେଠୀ, ବାସନ୍ତୀ ଦାସ, ସୋମନାଥ ନାୟକ, ସୁନିଲ ପଟ୍ଟନାୟକ, କୈଳାସ ସାହୁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ଆବାହକ ଶ୍ରୀ ସେଠୀ କାର୍ଯ୍ୟକ୍ରମର ସଫଳତା ପାଇଁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ମକର ସଂକ୍ରାନ୍ତି ଓ ବ୍ୟାସକବିଙ୍କ ଜୟନ୍ତୀ ପାଳନ
- Hits: 182







