ହେଡଲାଇନସ୍:

ଜଗଦା ମାନବ ସେବା ପ୍ରତିଷ୍ଠାନ ରେ ମକର ସଂକ୍ରାନ୍ତି ପାଳନ କଲେ ହ୍ୟୁମାନିଟି ଫାଉଣ୍ଡେସନ ର ସଦସ୍ୟ ବୃନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ ଦି ହୁମାନିଟି ଫାଉଣ୍ଡେସନ ତରଫ ରୁ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନର ଅନ୍ତେବାସୀ ଙ୍କ ସହ ମକର ସଂକ୍ରାନ୍ତି ପାଳନ କରିଥିଲେ । ଫାଉଣ୍ଡେସନର ସଦସ୍ୟ ମାନେ ଉକ୍ତ ଆଶ୍ରମ ରେ ଅନ୍ତେବାସୀମାନଙ୍କୁ ଦିଆଯାଉଥିବା ଶିକ୍ଷା ବ୍ୟବସ୍ଥା ଓ ସଂସ୍କାର କାର୍ଯ୍ୟକ୍ରମ ରେ ଖୁସି ବ୍ୟକ୍ତ କରିଥିଲେ। ଅନ୍ତେବାସୀଙ୍କ ସହ ସଦସ୍ୟ ମାନେ ଭାବ ବିନିମୟ କରିବା ସହ ସହିତ କିଛି ସମୟ ଅତିବାହିତ କରିଥିଲେ। ଏହି ଉପଲକ୍ଷେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟି ଦୀପ୍ତି ସୁନ୍ଦରାୟ ଙ୍କ ନେତୃତ୍ବରେ ହୋଇଥିଲାବେଳେ ଏଥିରେ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ଓ ସସ୍ମିତା ପ୍ରଧାନ ଅତିଥି ଭାବେ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନ ର ସଦସ୍ୟା ପ୍ରିୟଙ୍କା ପାଣି,ଲିନା ବିଶ୍ଵାଳ , ଗ୍ରେସି ଡେଭିଡ, ଗରିମା ପତ୍ରୀ, ବିଜୟ ସୁନ୍ଦରାୟ, କାର୍ତ୍ତିକ ରାଉତ, , ପ୍ରଦୀପ ସ୍ୱାଇଁ, ଶୁଭଶ୍ରୀ ସ୍ବାଇଁ, ରଶ୍ମିତା ମଲ୍ଲିକ, ରିତୁ ମାମ, ନମିତା ନାୟକ, ସ୍ନିଗ୍ଧା ପୁହାଣ, କମଳିନୀ ମହାପାତ୍ର ଚନ୍ଦ୍ରମା ଦାସ ,ରୁନୁ ରାଉତ, ତାରା କୃଷ୍ଣମୂର୍ତ୍ତି, ସୁଷମା ରାଜପୁତ ,ବିଭୁ ପଟ୍ଟନାୟକ ଓ ବିଶ୍ୱ ରଞ୍ଜନ ମହାରଣା ଙ୍କ ଉପସ୍ଥିତ ରେ କାର୍ଯ୍ୟକର୍ମ ଟି ସଫଳତା ପୂର୍ବକ ସମ୍ପନ୍ନ ହୋଇଥିଲା।

0
0
0
s2sdefault