ହେଡଲାଇନସ୍:

ଭିନ୍ନକ୍ଷମ ଙ୍କ ପାଇଁ ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ଭିନ୍ନକ୍ଷମ ଙ୍କ ପାଇଁ ସମର୍ପିତ ରାଉରକେଲା ର ଅଗ୍ରଣୀ ଅନୁଷ୍ଠାନ ଶ୍ରଦ୍ଧା ଆନୁକୁଲ୍ୟରେ ଓ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ର ସହାୟତା ରେ ବିଶ୍ରା ବ୍ଳକ ଅନ୍ତର୍ଗତ ଚାରୋଟି ପଞ୍ଚାୟତ ଝିରପାଣି, ଜାମସେରା, ବିଶ୍ରା ଓ ବନ୍ଧମୁଣ୍ଡା ପଞ୍ଚାୟତ ରେ ଭିନ୍ନକ୍ଷମ ଙ୍କ ପାଇଁ " ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଚାଲୁ ରହିଛି । ଏଠାରେ ପ୍ରକାଶ ଥାଉ କି, ଉକ୍ତ କାର୍ଯ୍ୟକ୍ରମ ଗତ ୨୦୨୩ନଭେମ୍ବର ମାସ ଠାରୁ ଆରମ୍ଭ ହୋଇଅଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରଦ୍ଧା ଅନୁଷ୍ଠାନ ତରଫରୁ ଉକ୍ତ ୪ ପଞ୍ଚାୟତ ରେ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କୁ ୨ ଦିନ ତାଲିମ ପ୍ରଦାନ କରି ସେମାନଙ୍କ ଦ୍ବାରା ସର୍ଭେ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସର୍ଭେ କାମ ପ୍ରାୟ ଶେଷ ହେବା ଉପରେ । ବର୍ତମାନ ସୁଦ୍ଧା ଚାରୋଟି ପଞ୍ଚାୟତ ରୁ ୯୦୦ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଙ୍କୁ ଚିହ୍ନଟ କରାଯାଇଛି । ଇତି ମଧ୍ୟରେ ସେହି ଭିନ୍ନକ୍ଷମ ମାନଙ୍କ ଭିତରୁ କିଛି ଭିନ୍ନକ୍ଷମ ଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ବୈଷୟିକ ତାଲିମ ଦିଆଯାଉଛି । ଯେପରି କି ସେମାନେ ଭବିଷ୍ୟତରେ ସ୍ବାବଲମ୍ବୀ ହୋଇ ସ୍ବଉପାର୍ଜନକ୍ଷମ ହୋଇ ପାରିବେ । ତତ୍ ସଙ୍ଗେ ସଙ୍ଗେ ଭିନ୍ନକ୍ଷମ ମାନଙ୍କ ସେମାନଙ୍କ ର ମୈାଳିକ ଅଧିକାର ଓ ସରକାରୀ ସ୍ତରରେ ଥିବା ସୁବିଧା ସୁଯୋଗ ବାବଦରେ ଜାଣିବା ପାଇଁ ଉକ୍ତ ପଞ୍ଚାୟତ ସମିତି ମାଧ୍ୟମରେ ୨ ଟି " ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ" କରାଯାଇଥିଲା । ଯେଉଁଥିରେ ଝିରପାଣି ର ସରପଞ୍ଚ ଅଜିତ ତିର୍କି, ଜାମସେରା ର ବେଦନା ଓରାମ, ବିଶ୍ରା ର ସରୋଜ ନାୟକ ଏବଂ ବନ୍ଧମୁଣ୍ଡା ର ଅନୀତା ତିର୍କି ପ୍ରଭୃତି ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କର ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ଶ୍ରଦ୍ଧା ତଥା ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା କୁ ଏପରି କାର୍ଯ୍ୟକୁ ତାଙ୍କ ପଞ୍ଚାୟତ ରେ ଜାରି ରଖିଥିବାରୁ ଧନ୍ୟବାଦ ଜଣାଇଥିଲେ । ସରପଞ୍ଚ ମାନଙ୍କ ବ୍ୟତୀତ ସ୍ଥାନୀୟ ଓ୍ବାଡମେମ୍ବର , ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ଶିକ୍ଷକ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମର୍ପିତ ବୋଲି ମତପୋଷଣ କରିଥିଲେ ।ଅନୁଷ୍ଠାନ ର ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଉକ୍ତ କାର୍ଯ୍ୟକ୍ରମରେ ପୌରହିତ୍ୟ କରିବା ସହିତ " ଭିନ୍ନକ୍ଷମ ଙ୍କ ଅଧିକାର ଓ ଆଇନ - ୨୦୧୬ ଓ ସରକାରୀ ସ୍ତରରେ ଭିନ୍ନକ୍ଷମ ଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଶ୍ରଦ୍ଧା ର ଶିକ୍ଷୟିତ୍ରୀ ପ୍ରୀତି ବାରିକ୍ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଉକ୍ତ ପ୍ରକଳ୍ପ ର ମ୍ୟାନେଜର ରେଣୁଲତା ମହାରଣା ପ୍ରକଳ୍ପ ଉପରେ ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଓ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା କୁ ବିଶେଷ ଭାବରେ ଧନ୍ୟବାଦ ଜଣାଇଥିଲେ ଭିନ୍ନକ୍ଷମ ଙ୍କ ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ଆର୍ଥିକ ଅନୁଦାନ ଦେଇଥିବାରୁ । ଅନ୍ୟମାନଙ୍କ ମଧ୍ୟରେ ଫିଜିଓଥେରାପି ଉପରେ ଡ଼ା. ଆଲୋକ ସାହୁ, ‍ବୈଷୟିକ ଶିକ୍ଷା ଉପରେ ପ୍ରୀତି ବାରିକ୍ , ଅଞ୍ଜଳି ମହାରଣା ଓ ଶିକ୍ଷବୃତ୍ତି ଏବଂ ଅଭିଭାବକତ୍ଵ ପ୍ରମାଣପତ୍ର ଉପରେ ଦିଗ୍ ଦର୍ଶନ ଦେଇଥିଲେ । ସରପଞ୍ଚ ଶ୍ରୀ ତିର୍କି ତାଙ୍କ ପଞ୍ଚାୟତ ରେ ଭିନ୍ନକ୍ଷମଙ୍କ ବୈଷୟିକ ତାଲିମ କେନ୍ଦ୍ର ଓ ଥଇଥାନ ନିମନ୍ତେ ଏକ ସ୍ଥାୟୀ ଗୃହ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ରବିନ୍ଦ୍ର କୁମାର ପାଣ୍ଡବ ତୃଣମୂଳ ସ୍ତରରୁ ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ବ୍ୟବସ୍ଥା ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଗୁରୁତ୍ୱାରୋପ କରିଥିଲା ବେଳେ ୱ।ଡମେମ୍ବର ହାଲୁମା ଖାତୁନ,ଫ୍ଲୋରିଆ ଏକ୍କା , ଅଜିତ କଂସାରୀ, ଶକୁନ୍ତଳା ନାୟକ,ଲବଣୀଧର ମିଶ୍ର ପ୍ରମୁଖ ଭିନ୍ନକ୍ଷମ ଙ୍କ ଉନ୍ନତି ପାଇଁ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିବା ବେଳେ ସ୍ବେଛାସେବୀ ସୁନିତା ତନ୍ତୀ, ସରୋଜିନୀ ଓରାମ,ସୁବାସିନୀ ଏକ୍କା, ଗାନ୍ଦୁର ଓରାମ, ପ୍ରକଳ୍ପ ସଂଯୋଜକ ସୁକୁମାର ପାଣ୍ଡବ, ସିପୁନ ବେହେରା, ଅଞ୍ଜଳି ମହାରଣା, ପ୍ରିତୀ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault