ହେଡଲାଇନସ୍:

"ବେଲଗୁଣ୍ଠା ସାହିତ୍ୟ ଘରର ମକର ମିଳନ ଉତ୍ସବ ; ଫକୀର ମୋହନଙ୍କ ଲେଖନୀରେ ନାରୀ ଚରିତ୍ରର କ୍ରମ ରୂପାନ୍ତରଣ ଘଟିଛି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପବିତ୍ର ମକର ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ସାହିତ୍ୟ ଘର ଏବଂ ରେଷ୍ପଣ୍ଡ୍ ଟ୍ରଷ୍ଟ୍ ର ମିଳିତ ଆନୁକୂଲ୍ୟରେ ବଡ଼ ଦୋଡ଼ଙ୍ଗା ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମକର ମିଳନ ଉତ୍ସବ ତଥା ବ୍ୟାସକବି ଫକୀର ମୋହନ ଜୟନ୍ତୀ,କବିତା ଆସର ଏବଂ ଚକରା ବିଷୋୟୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି I ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ଯୋଗ ଦେଇ ଖୁବ୍ ଶୀଘ୍ର ବିପ୍ଲବୀ ଚକରା ବିଷୋୟୀ ଘରେ ଘରେ ପରିଚିତ ହେବେ ବୋଲି ପ୍ରକାଶ କରିଥିଲେ I ସେହିପରି ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡଃ. ଗୁରୁମୂର୍ତ୍ତୀ ନାୟକ ଏବଂ ସମ୍ମାନୀତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କବିରାଜ ପରିଡ଼ା, ରେଷ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିଅ,ଶିକ୍ଷାବିତ୍ କୁଞ୍ଜବିହାରୀ ନାୟକ, ସାହିତ୍ୟ ଘର ସମ୍ପାଦକ ଡ.ରତ୍ନ ସାଗର ମଳିକ ପ୍ରମୁଖ ମଞ୍ଚାସୀନ ଥିଲେ I ସାହିତ୍ୟ ଘର ସହ ସମ୍ପାଦକ ଶିଶିର କୁମାର ସ୍ଵାଇଁ ଅତିଥି ସ୍ୱାଗତ କରିଥିବା ବେଳେ ସ୍ଥିତିପ୍ରଜ୍ଞା ମହାରଣା ଏବଂ ଚିନ୍ମୟ ପ୍ରସାଦ ପରିଡ଼ା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ I ସମ୍ପାଦକ ଡ.ରତ୍ନସାଗର ମଳିକ ବାର୍ଷିକ ବିବରଣୀ ପଠନ କରିଥିଲେ I ଏହି ଅବସରରେ ସାହିତ୍ୟ ଘରର ବାର୍ଷିକ ପତ୍ରିକା ପ୍ରେରଣା ଏବଂ ଅନୁଷ୍ଠାନ ସଭାପତି ଅଭିମନ୍ୟୁ ଦଳାଇଙ୍କ ରଚିତ ଚରିତ୍ର ନଥିଲେ ସବୁ ଅସାର ଓ ମହାପୁରୁଷଙ୍କ ମହତବାଣୀ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଥିଲା I ବିଶିଷ୍ଟ ଗବେଷକ ନେତାଜୀ ବିଷୋୟୀ ଓ ଗୋପାଳ ଚନ୍ଦ୍ର ଲେଙ୍କା ଚକରା ବିଷୋୟୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ I ଶିଶିର କୁମାର ସ୍ଵାଇଁଙ୍କ ସଂଯୋଜନାରେ ପ୍ରମଦା ସାହୁ, ସ୍ଥିତିପ୍ରଜ୍ଞା ମହାରଣା,ମାଣିକ ବଳ, ଚିନ୍ମୟ ପ୍ରସାଦ ପରିଡ଼ା,ଶରତଚନ୍ଦ୍ର ଦାସ,ପୂଜାରାଣୀ ପ୍ରଧାନ,ଅଶୋକ କୁମାର ଗୌଡ଼,ଚନ୍ଦ୍ରମଣି ଲେଙ୍କା, ସ୍ଵସ୍ତି ସୁନ୍ଦର ସିଅ, ନେତାଜୀ ବିଷୋୟୀ, ସୁବାଷ ଚନ୍ଦ୍ର ତାରିଣୀ,ସଞ୍ଜୟ କୁମାର ମେହେର୍,କବିରାଜ ପରିଡ଼ା,ଶିଶିର କୁମାର ସ୍ୱାଇଁ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ I ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପରିଡ଼ା ଏବଂ ମୁଖ୍ୟ ବକ୍ତା ଡ଼ ଗୁରୁମୂର୍ତ୍ତୀ ନାୟକ ବ୍ୟାସକବି ଫକୀରମୋହନଙ୍କ ଜୀବନୀ ଏବଂ କୃତୀ ଉପରେ ଆଲୋକପାତ କରିଥିଲେ I ଫକୀର ମୋହନଙ୍କ ଲେଖନୀରେ ନାରୀ ଚରିତ୍ରର କ୍ରମ ରୂପାନ୍ତରଣ ଘଟିଛି ବୋଲି ମୁଖ୍ୟ ବକ୍ତା ଶ୍ରୀ ନାୟକ ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ଘର ସଦସ୍ୟ ମୁନେନ୍ଦ୍ର ପରିଡ଼ା, ବିଭୂପାଦ ଜେନା,ଭିକାରୀ ମିଶ୍ର,ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ,ଆଇନଜୀବୀ ସନ୍ତୋଷ କୁମାର ବିଶ୍ଵାଳ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର,ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା,ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ,ମନୁନନ୍ଦ ପତି ପ୍ରମୁଖ ଉପସ୍ଥିତ ଥିଲେ I ରେଷ୍ପଣ୍ଡ୍ ଟ୍ରଷ୍ଟ୍ ସଦସ୍ୟ ଅଶ୍ୱିନୀ ସାହୁ,ସତ୍ୟବାନ ପରିଡ଼ା, ପ୍ରତାପ ଚନ୍ଦ୍ର ପରିଡ଼ା, ପ୍ରଶାନ୍ତ ପରିଡ଼ା, ମଧୁସୂଦନ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ତ୍ରୀନାଥ ଲେଙ୍କାଙ୍କୁ କାର୍ଯ୍ୟକ୍ରମର ଭାଗ୍ୟଶାଳୀ ବିଜେତା ଘୋଷଣା କରାଯାଇଥିଲା I ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault