ଗାଇସିଲେଟ/ମନ ଡନସନା-ପଞ୍ଚାୟତ ସମିତି ମହାବିଦ୍ୟାଳୟ ରେ ୟୁଥ ରେଡକ୍ରସ ଆନୁକୁଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ , ସମ୍ମାନିତ ଅତିଥି ଭାବରେ ପ୍ରାଧ୍ୟାପକ ଅର୍ଜୁନ କୁମାର ମହାନ୍ତି, ଉମାକାନ୍ତ ସାହୁ, ମୁଖ୍ୟ ବକ୍ତା ଭାବରେ ପ୍ରାଧ୍ୟାପକ ପ୍ରଦୀପ କୁମାର ପଧାନ ଯୋଗ ଦେଇଥିଲେ । ଯୁବ ରେଡକ୍ରସ କାଉନସିଲର ପ୍ରାଧ୍ୟାପକ ନାରାୟଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ହେମନ୍ତ କୁମାର ପଣ୍ଡା ସ୍ଵାଗତ ଭାଷଣ ଦେଇଥିଲେ । ସୁଶ୍ରୀ ସଙ୍ଘମିତ୍ରା ସାହୁ ଙ୍କ ମଞ୍ଚ ସଂଯୋଜନାରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପୂଜାର୍ଚନା ପରେ ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ମଞ୍ଚାସୀନ ଅତିଥି ମାନେ ଦିବସ ର ମହତ୍ଵ ବିଷୟରେ ଆଲୋଚନା ରଖି ସ୍ଵାମୀ ବିବେକାନନ୍ଦଙ୍କ ଆଧ୍ୟାତ୍ମିକ, ବୈଦିକ ଓ ଯୋଗୀ ଜୀବନ ସହ ତାଙ୍କ ପ୍ରଚଣ୍ଡ ବିଦ୍ଵତ୍ତା ଉପରେ ଆଲୋଚନା ରଖିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରଯାଇଥିଲା । ଶେଷରେ ସୁଶ୍ରୀ ପିଙ୍କି ରଥ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତିଙ୍କ ଦ୍ଵାରା ସଭା ସାଙ୍ଗ କରଯାଇଥିଲା ।
ରାଜ୍ୟ
ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ରେ ଜାତୀୟ ଯୁବ ଦିବସ ପାଳନ
- Hits: 165







