ସୂଚନା , ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା

କଳାହାଣ୍ଡିରୁ ରୋହିତ କୁମାର ନାଏକ/ ଶାସକ ପ୍ରଶାସକ ::- ଜିଲ୍ଲା ପରିଷଦଙ୍କ ସମ୍ମିଳନୀ କକ୍ଷରେ ଓଡିଶାର ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ଜିଲ୍ଲାସ୍ତରୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଓଡିଆ ଭାଷା , ସାହିତ୍ଯ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କର୍ମଶାଳାରେ ଅତିଥି ଓ ତାଲିମଦାତା ଭାବେ ଡି.ଆଇ.ପି.ଆର.ଓ , କଳାହାଣ୍ଡି ଶ୍ରୀ ମନୋଜ ବେହେରା , ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଅର୍ପିତା ବେହେରା, ଜିଲ୍ଲା କଳା ସାଂସ୍କୃତିକ ସଂଘ ଉପସଭାପତି ଶ୍ରୀ କରୁଣାକର ଦାସ , ଜୁନାଗଡ ବ୍ଲକ କଳା ସାଂସ୍କୃତିକ ସଂଘ ଉପସଭାପତି ଶ୍ରୀ ଅଶୋକ ପଟ୍ଟନାୟକ ଯୋଗ ଦେଇ ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନରେ ସମସ୍ତ କଳାକାରମାନଙ୍କ ସହଯୋଗ କାମନା କରିବା ସହ ଆମ କଳାହାଣ୍ଡି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସମସ୍ତଙ୍କୁ ଆହ୍ଵାନ କରିଥିଲେ । ସର୍ବନିମ୍ନ ସ୍ତରରେ ବସବାସ କରୁଥିବା ଲୋକଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ବାର୍ତ୍ତା ସଠିକ ଢଙ୍ଗରେ ପହଞ୍ଚାଇବା ପାଇଁ କଳାକାରମାନେ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ ।

ନିକଟ ଅତୀତରେ ଭୁବନେଶ୍ବରରେ ଏହି ବିଷୟରେ ତାଲିମ ପାଇଥିବା ଏବଂ କିପରି ପଞ୍ଚାଯତ ମାନଙ୍କରେ ଏହାର ସଫଳ ରୂପାଯନ ହେବ ତା ଉପରେ ବିଶେଷ ସୂଚନା ଦେଇଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ । କର୍ମଶାଳାରେ ସମସ୍ତ ବ୍ଲକର ବି.ଏସ.ଏସ.ଓ , ବି.କେ.ଏସ.ଏସ୍ ଉପସଭାପତି , ଆମନ୍ତ୍ରିତ କଳାକାର ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟଳୟ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

0
0
0
s2sdefault